ବାନ୍ଧବୀଙ୍କୁ ହତ୍ୟା କଲା ପ୍ରେମିକ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁରରେ ଲୋମହର୍ଷକ ହତ୍ଯା। ୩୨ ବର୍ଷ ବୟସ୍କା ବାନ୍ଧବୀଙ୍କୁ ହତ୍ଯା କଲା ପ୍ରେମିକ। କେବଳ ଏତିକି... The post ବାନ୍ଧବୀଙ୍କୁ ହତ୍ୟା କଲା ପ୍ରେମିକ appeared first on .
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁରରେ ଲୋମହର୍ଷକ ହତ୍ଯା। ୩୨ ବର୍ଷ ବୟସ୍କା ବାନ୍ଧବୀଙ୍କୁ ହତ୍ଯା କଲା ପ୍ରେମିକ। କେବଳ ଏତିକି ନୁହେଁ, କାନପୁରର ଭିଆଇପି ଇଲାକାରେ ତାଙ୍କର ମୃତଦେହ ପୋତି ଦେଇଛି ପ୍ରେମିକ। ଅନ୍ଯ ଜଣେ ମହିଳାଙ୍କ ସହ ଅଭିଯୁକ୍ତଙ୍କ ପ୍ରେମ ସମ୍ପର୍କକୁ ପ୍ରେମିକା ବିରୋଧ କରିବା ପରେ ଘଟିଛି ହତ୍ଯାକାଣ୍ଡ। ବଡକଥା ହେଉଛି ଫିଲ୍ମ ଦୃଶ୍ଯମ ଦେଖିବା ପରେ ଏଥିରେ ଅନୁପ୍ରାଣୀତ ହୋଇ ଏଭଳି କାଣ୍ଡ ଘଟାଇଥିଲା ଅଭିଯୁକ୍ତ। ସୂଚନା ଅନୁସାରେ ଏକତା ଗୁପ୍ତା ଓ ଜିମ୍ ଟ୍ରେନର ବିଶାଳ ସୋନିଙ୍କ ମଧ୍ଯରେ ସମ୍ପର୍କ ରହିଥିଲା। ତେବେ ଅନ୍ଯ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ବିଶାଳଙ୍କ ଉପରେ କ୍ଷୁବ୍ଧ ହେଉଥିଲେ ଏକତା। ଏହାକୁ ନେଇ ସେମାନଙ୍କ ମଧ୍ଯରେ ତିକ୍ତତା ବଢିଥିଲା। ଏକତା ଗୁପ୍ତା ବିବାହିତ ଥିଲେ। ବିଶାଳ ଓ ଏକତାଙ୍କ ସହ ସମ୍ପର୍କକୁ ବିରୋଧ କରି ଏକତାଙ୍କ ସ୍ବାମୀ ଅଭିଯୋଗ କରିବା ପରେ ବିଶାଳ ଥରେ ଗିରଫ ବି ହୋଇଥିଲେ। ଗତ ଜୁନ ୨୪ରେ ଜିମରେ ଏକତା ପହଞ୍ଚିବା ପରେ ବିଶାଳଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଏକତାଙ୍କୁ ସୋନି ପ୍ରବଳ ମାଡ ମାରିଥିଲେ। ସେ ମରିଯିବା ପରେ ତାଙ୍କ ମୃତଦେହକୁ କାନପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ବାସଭବନ ପଛପଟେ ପୋତିଦେଇଥିଲେ ବିଶାଳ। ବଲିଉଡ ମୁଭି ଦୃଶ୍ଯମ କଥାବସ୍ତୁ ଅନୁସାରେ ମୃତଦେହକୁ ଏକ ଭିଆଇପି ଏରିଆରେ ପୋତିବାକୁ ଚାହିଁଥିଲା ଅଭିଯୁକ୍ତ। କାରଣ ପୋଲିସ ଭିଆଇପି ଇଲାକାରେ ଏଭଳି ଘଟଣା ଘଟିଛି ବୋଲି ସହଜରେ ସନ୍ଦେହ କରିପାରିବ ନାହିଁ। ପରେ ଚାରିମାସ ପରେ ଏକତାଙ୍କ ହତ୍ଯା ସମ୍ପର୍କରେ ପୋଲିସ ସବୁକିଛି ଜାଣିବା ପରେ ମୃତଦେହ କରିଛି ଉଦ୍ଧାର। ବିନା ମୋବାଇଲରେ ଅଭିଯୁକ୍ତ ବୁଲୁଥିବାରୁ ତାଙ୍କୁ ଧରିବାରେ ବିଳମ୍ବ ହୋଇଥିଲା।
The post ବାନ୍ଧବୀଙ୍କୁ ହତ୍ୟା କଲା ପ୍ରେମିକ appeared first on .