ବାପ, ପୁଅଙ୍କ ଆକ୍ରମଣରେ ବୃଦ୍ଧ ଆହତ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ନରସିଂହ ଦୋରା ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପଡୋଶୀ ଏସ.କାମୁ ଦୋରା ଏବଂ ତାଙ୍କ ପୁଅ ଟୁନା ଦୋରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନରସିଂହଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୩୯/୨୫ ଅନୁଯାୟୀ, ଅଭିଯୁକ୍ତ ବାପ,ପୁଅଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗୁରୁବାର ସକାଳେ ନରସିଂହ ତାଙ୍କ ଘର କାନ୍ଥ ତିଆରି କରୁଥିବା ବେଳେ […] The post ବାପ, ପୁଅଙ୍କ ଆକ୍ରମଣରେ ବୃଦ୍ଧ ଆହତ: ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.

ବାପ, ପୁଅଙ୍କ ଆକ୍ରମଣରେ ବୃଦ୍ଧ ଆହତ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ନରସିଂହ ଦୋରା ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପଡୋଶୀ ଏସ.କାମୁ ଦୋରା ଏବଂ ତାଙ୍କ ପୁଅ ଟୁନା ଦୋରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନରସିଂହଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୩୯/୨୫ ଅନୁଯାୟୀ, ଅଭିଯୁକ୍ତ ବାପ,ପୁଅଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ଗୁରୁବାର ସକାଳେ ନରସିଂହ ତାଙ୍କ ଘର କାନ୍ଥ ତିଆରି କରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାପ,ପୁଅ ଦୁହେଁ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ପଥର ଖଣ୍ଡ ଫୋପାଡି ଥିଲେ। ନରସିଂହ ଘୁଞ୍ଚି ପଡ଼ିବାରୁ ପଥର ଖଣ୍ଡ ତାଙ୍କ ବାମ କାନ୍ଧ,ଆଖି ଓ ଆଙ୍ଗୁଠିକୁ ମାଡ଼ ହୋଇଥିଲା। ପରେ ସେ ଚିକିତ୍ସା ହୋଇ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଘର କାନ୍ଥ ସୀମାକୁ କେନ୍ଦ୍ରକରି ନରସିଂହ ଏବଂ କାମୁଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ନରସିଂହ ଜବରଦସ୍ତ କାନ୍ଥ ନିର୍ମାଣ କରୁଥିବା ରୁ ଏଥିରେ ଉତ୍ତେଜିତ ହୋଇ ଉଭୟ ବାପପୁଅ ତାଙ୍କୁ ଆକ୍ରମଣ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ ଥାନା ଏଏସଆଇ ଝୁନୁ ମାଝୀ କହିଛନ୍ତି।

The post ବାପ, ପୁଅଙ୍କ ଆକ୍ରମଣରେ ବୃଦ୍ଧ ଆହତ: ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.