ବାପଘର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲେ ବିବାହିତା ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଦଶରଥପୁର,୨୬ା୭(ସୁଶାନ୍ତ କୁମାର ବେହୁରିଆ):ପାରିବାରିକ କଳହକୁ ନେଇ ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଛନ୍ତି। ବିଷମିଶା ଖାଦ୍ୟ ଖାଇ ପରିବାରର ୬ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ […] The post ବାପଘର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲେ ବିବାହିତା ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ଦଶରଥପୁର,୨୬ା୭(ସୁଶାନ୍ତ କୁମାର ବେହୁରିଆ):ପାରିବାରିକ କଳହକୁ ନେଇ ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଛନ୍ତି। ବିଷମିଶା ଖାଦ୍ୟ ଖାଇ ପରିବାରର ୬ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ବିଷାକ୍ତ ଖାଦ୍ୟ ଖାଇବା ପରେ ପ୍ରଥମେ ଅଢେଇ ବର୍ଷର ଶିଶୁ କନ୍ୟାଙ୍କ ସହ ଆଉ ଜଣେ ଯୁବକଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ମାତ୍ର କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ଏକ ଗାଡ଼ିରେ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଡାକ୍ତର ଚିକିତ୍ସା କରିବା ପରେ ବିଷାକ୍ତ ଖାଦ୍ୟ ଯୋଗୁ ଏମିତି ହୋଇଥିବା ଜଣାପଡ଼ିଥିଲା।
ଅଭିଯୋଗ ଅନୁଯାୟୀ, ୬ ମାସ ତଳେ ଜଣେ ଯୁବତୀ ବିବାହ ଠିକ୍ ହୋଇଥିଲା। କିନ୍ତୁ ସେ ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳର ଜଣେ ପୁଅ ସହିତ ପ୍ରେମ ବିବାହ ପାଇଁ ଘର ଛାଡ଼ି ପଳାଇଯାଇଥିଲେ। ଯିବା ସମୟରେ ଘରୁ ସୁନା, ଟଙ୍କା, ସ୍କୁଟର ସହ ଅନ୍ୟାନ୍ୟ ଜିନିଷ ସାଥିରେ ନେଇଯାଇଥିଲେ। ଏହାକୁ ପରିବାର ଲୋକ ବିରୋଧ କରିଥିଲେ। ମାତ୍ର ତାଙ୍କ ବାପାଙ୍କ ଅନ୍ୟ ସମ୍ପର୍କୀୟ ଭାଇମାନେ ଝିଅଜ୍ୱାଇଁଙ୍କୁ ଆଣି ସେମାନଙ୍କ ପାଖରେ ରଖିଥିଲେ। ଏହାପରେ କଳହ ଲାଗିରହୁଥିଲା। ୨ ଦିନ ତଳେ କଳହ ସହ ମାରପିଟ ହୋଇଥିଲା। ଏନେଇ ମଙ୍ଗଳପୁର ଥାନାରେ ୨ଟି ଅଭିଯୋଗ ହୋଇଥିଲା। ବିବାହିତ ଝିଅ ଜଣକ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ଜୀବନରୁ ହତ୍ୟା କରିବାକୁ ଧମକ ଦେଉଥିଲୋ। ଶୁକ୍ରବାର ସମ୍ପୃକ୍ତ ଯୁବତୀଙ୍କ ମା’ ଭାତ, ଡାଲି, ତରକାରି, ଶାଗ ଭଜା ଆଦି ଘର ସାମ୍ନାରେ ରୋଷେଇ କରିଥିଲେ। ଏହି ସମୟରେ ତାଙ୍କ ବିବାହିତ ଝିଅ ଜଣକ ନିକଟରେ ବୁଲିବା ସହିତ ଗାଳିଗୁଲଜ କରୁଥିଲେ। କୌଣସି ସମୟରେ ମା’ ଘର ଭିତରକୁ ଯାଇଥିବାବେଳେ ବିବାହତା ଝିଅ ଖାଦ୍ୟରେ ବିଷ ମିଶାଇ ଦେଇଥିବା ତାଙ୍କ ଅନ୍ୟ ଜଣେ ଭଉଣୀ ଅଭିଯୋଗ କରିଛନ୍ତି। ସମସ୍ତ ସଦସ୍ୟ ହସ୍ପିଟାଲରେ ଥିବାରୁ ସେ ଥାନାରେ ଅଭିଯୋଗ କରିପାରିନାହାନ୍ତି ବୋଲି କହିଛନ୍ତି।
The post ବାପଘର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲେ ବିବାହିତା ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.