ବାପା ଚାଲିଗଲେ ମୁହଁରେ ନିଆଁ ଦେବାକୁ ଆସିଲାନି ପୁଅ

କଟକ: ମା ବାପାଙ୍କ ସହ ସନ୍ତାନର ସମ୍ପର୍କ ଅମୂଲ୍ୟ। ଯାହାକୁ କେବଳ ଭଲପାଇବା ସ୍ନେହରେ ହିଁ ମାପି ହୁଏ । କିନ୍ତୁ ଏହି ସମ୍ପର୍କ ଏବେ ଅଲୋଡ଼ା ହୋଇଯାଉଛି । ବୟସର ଅପରାହ୍ନରେ ପହଞ୍ଚିଥିବା ବାପା ମା’ଙ୍କ ପଚାରୁନି ପୁଅ । ଏମିତିକି ବାପ ଶେଷ ସମୟ ବେଳେ ମୁହଁରେ ନିଆଁ ଦେବାକୁ ଆସିବାକୁ ମନା କରିଦେଉଛି ପୁଅ । ସତରେ ଏ ମାଆ ବାପା ଜନ୍ମ କରିଥିବା ପୁଅ ମାନେ ଯଦି ମୃତଦେହ ନେବାକୁ ମନା […] The post ବାପା ଚାଲିଗଲେ ମୁହଁରେ ନିଆଁ ଦେବାକୁ ଆସିଲାନି ପୁଅ appeared first on KNews Odisha.

ବାପା ଚାଲିଗଲେ ମୁହଁରେ ନିଆଁ ଦେବାକୁ ଆସିଲାନି ପୁଅ

କଟକ: ମା ବାପାଙ୍କ ସହ ସନ୍ତାନର ସମ୍ପର୍କ ଅମୂଲ୍ୟ। ଯାହାକୁ କେବଳ ଭଲପାଇବା ସ୍ନେହରେ ହିଁ ମାପି ହୁଏ । କିନ୍ତୁ ଏହି ସମ୍ପର୍କ ଏବେ ଅଲୋଡ଼ା ହୋଇଯାଉଛି । ବୟସର ଅପରାହ୍ନରେ ପହଞ୍ଚିଥିବା ବାପା ମା’ଙ୍କ ପଚାରୁନି ପୁଅ । ଏମିତିକି ବାପ ଶେଷ ସମୟ ବେଳେ ମୁହଁରେ ନିଆଁ ଦେବାକୁ ଆସିବାକୁ ମନା କରିଦେଉଛି ପୁଅ । ସତରେ ଏ ମାଆ ବାପା ଜନ୍ମ କରିଥିବା ପୁଅ ମାନେ ଯଦି ମୃତଦେହ ନେବାକୁ ମନା କରିବେ। ତେବେ ଆଗାମୀ ଦିନରେ ପୁଅ ଜନ୍ମ କରିବା ପୂର୍ବରୁ ହଜାର ଥର ଭାବିବେ ବାପା ମା।

ହଁ ଆଜ୍ଞା, ଭଲ ଭାବରେ ଶୁଣନ୍ତୁ ସ୍ଥାନୀୟ କର୍ପୋରେଟର କିଭଳି ଭାବେ ବୃଦ୍ଧଙ୍କ ପୁଅଙ୍କୁ ଫୋନ୍ ଯୋଗେ ଆସିବା ପାଇଁ କହୁଛନ୍ତି । ହେଲେ ପୁଅ ଉତ୍ତର ଦେଉଛନ୍ତି କି ସେ ଆସି ପାରିବେ ନାହିଁ। କଟକ ସହରର ଝାଞ୍ଜିର ମଙ୍ଗଳା ଅଞ୍ଚଳରେ ବେଗୁନିଆ ଅଞ୍ଚଳର ଶିଶିର କାନ୍ତ ସାହୁ ଓ ତାଙ୍କ ପତ୍ନୀ ରାଧାମଣି ସାହୁ । ଦୁଇ ପୁଅ ଥାଇ ମଧ୍ୟ କେହି ବାପା ମାଆଙ୍କୁ ପଚାରିଲେନି । ଫଳରେ ଦୀର୍ଘ ୧୦ ବର୍ଷ ଧରି ଭଡ଼ାରେ ରହି ଆସୁଥିଲେ । ଏମିତିକି ଜଣେ ପୁଅ କଟକର ଖାନ ନଗର ଅଞ୍ଚଳରେ ରହି ମଧ୍ୟ ପଚାରୁ ନଥିଲେ । ସାହି ବାସିନ୍ଦା ଓ ସାମାଜିକ ସଂଗଠନ ସ୍ବପ୍ନ ଫାଉଣ୍ଡେସନର ସଦସ୍ୟ ମାନେ ଖାଦ୍ୟ ସାମଗ୍ରୀ ଆଣି ବୃଦ୍ଧ ଦମ୍ପତ୍ତିଙ୍କୁ ଦେଉଥିଲେ। ଏହାରି ଭିତରେ ଗତ ତିନିମାସ ତଳେ ରାଧା ମଣି ପ୍ରାଣ ହରାଇଥିଲେ। ଏହାପରେ ବୃଦ୍ଧ ସ୍ବାମୀ ଶିଶିର କାନ୍ତ ସାହୁ ହୋଇଯାଇଥିଲେ ସଂପୂର୍ଣ୍ଣ ଏକା। ଜୀବନର ଅପରାହ୍ନରେ ଯେତେବେଳେ ପୁଅ ମାନେ ପଚାରିଲେନି, ପତ୍ନୀ ହିଁ ଥିଲେ ବାଟ ଚାଲିଵାର ଏକମାତ୍ର ସାହା, ଭରସା। ମାତ୍ର ଅଧା ରାସ୍ତାରେ ପତ୍ନୀ ହାତ ଛାଡି ଆରପାରିକୁ ଚାଲିଯିଵା ପରେ ଏକଦମ୍ ନିଃସଙ୍ଗ ଓ ନିଃସହାୟ ହୋଇ ପଡିଥିଲେ ୯୦ଵର୍ଷୀୟ ଶିଶିରକାନ୍ତ ସାହୁ। ନିଃସଙ୍ଗ ଓ ଅସହାୟତା ସହ ଲଢ଼ି ଲଢ଼ି ଶେଷରେ ପତ୍ନୀକୁ ଝୁରି ଝୁରି ଶେଷରେ ରବିବାର ଦିନ ସ୍ତ୍ରୀ ପଛେ ପଛେ ଚାଲିଗଲେ ଶିଶିରକାନ୍ତ । କିନ୍ତୁ ଶିଶିର ଏଭଳି କିଛି ନିଷ୍ପତ୍ତି ନେଇଯିବେ ବୋଲି ସ୍ବପ୍ନରେ ସୁଦ୍ଧା କେହି ଭାବି ନଥିଲେ ।

ଶିଶିରକାନ୍ତକୁ ଏପରି ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ବାଦାମ ବାଡ଼ି ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଯେତେବେଳେ ପୁଅ ମାନଙ୍କୁ ଯୋଗାଯୋଗ କରିଥିଲା ସେତେବେଳେ ପୁଅ ମାନେ ଆସିବା ପାଇଁ ମନା କରି ଦେଇଥିଲେ। ଏମିତିକି ୨୯ ଓ ୩୦ ନମ୍ବର୍ ୱାର୍ଡ ର କର୍ପୋରେଟର ମାନେ ମଧ୍ୟ ଫୋନ୍ ଯୋଗେ ମୃତକଙ୍କ ପୁଅକୁ ଯୋଗାଯୋଗ କରିଥିଲେ ବି ଆସିବା ପାଇଁ ମନା କରିଦେଇଥିଲେ । ଯାହାକୁ ନେଇ କର୍ପୋରେଟର ମାନେ ତାଙ୍କ ପୁଅଙ୍କୁ ଫୋନ୍ ଯୋଗେ ଆସିବା ପାଇଁ କହୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା ।

ଶେଷରେ ପୁଅ ନାତି ଅନ୍ତିମ ସଂସ୍କାର ପାଇଁ ଟଙ୍କାଟିଏ ଦେଲେ ନାହିଁ । ନିଜ ପକେଟରୁ ଟଙ୍କା ଦେଲେ ବାଦାମ ବାଡ଼ି ଆଇ ଆଇ ସି । ମୃତଦେହ ନେବା ପାଇଁ ପୁଅ ମନା କରିବା ପରେ ପୋଲିସ ପକ୍ଷରୁ ଜଣେ ସମ୍ପର୍କୀୟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ସହ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ନାତି ଆସି ପହଞ୍ଚିଲେ ହେଲେ ଜେଜେର ଅନ୍ତେଷ୍ଟି କ୍ରିୟା ପାଇଁ ଟଙ୍କା ନଥିବା କଥା କହିଲେ । ଶେଷରେ ଆରମ୍ଭରୁ ସବୁ ସହଯୋଗ କରି ଆସୁଥିବା ବାଦାମ ବାଡ଼ି ଥାନା ଆଇଆଇସି ଅଜୟ କୁମାର ରାଉଳ ଟଙ୍କା ଖର୍ଚ୍ଚ କରି ଶଶିକାନ୍ତଙ୍କ ଅନ୍ତିମ ସଂସ୍କାର କରିଥିଲେ। ଯେଉଁଠି ନିଜ ପୁଅ ଓ ନାତି ହାତ ଟେକି ଦେଲେ ସେ ସ୍ଥାନରେ ଆଇ ଆଇ ସି ଙ୍କ ମହାନତା ବେଶ୍ ପ୍ରଶଂସନୀୟ। ସତରେ ଏଭଳି ପୁଅକୁ କଣ ବା ଉତ୍ତର ? ଆଗାମୀ ଦିନରେ ପୁଅ ଜନ୍ମ କରିବା ପୂର୍ବରୁ ବାପା ମା’ ହଜାର ଥର ଭାବିବେ ଏକଥା ସତ ।

Also Read:ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବଢ଼ିଲା ଆଶଙ୍କା

 

The post ବାପା ଚାଲିଗଲେ ମୁହଁରେ ନିଆଁ ଦେବାକୁ ଆସିଲାନି ପୁଅ appeared first on KNews Odisha.