ବାପା ମାଆ ଛେଉଣ୍ଡ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବାର ଆସୋସିଏସନର ସଭାପତି ଭଗବାନ ମହାନ୍ତି ଦାରିଙ୍ଗବାଡି ବ୍ଲକ ସିକବାଡି ଗାଁରେ ପହଞ୍ଚି ବାପା ମାଆ ଛେଉଣ୍ଡ ୫ ଭାଇ ଭଉଣୀଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି। ପିଲାମାନେ ଅସୁବିଧାରେ ଦିନ କାଟୁଥିବା ଜାଣି ସେମାନଙ୍କୁ କିଭଳି ପ୍ରଶାସନ ସହାୟତାରେ ଥଇଥାନ କରାଯିବ ସେ ନେଇ ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ଏ ନେଇ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ସହ ଫୋନ […] The post ବାପା ମାଆ ଛେଉଣ୍ଡ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି appeared first on Odisha.News.

ବାପା ମାଆ ଛେଉଣ୍ଡ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବାର ଆସୋସିଏସନର ସଭାପତି ଭଗବାନ ମହାନ୍ତି ଦାରିଙ୍ଗବାଡି ବ୍ଲକ ସିକବାଡି ଗାଁରେ ପହଞ୍ଚି ବାପା ମାଆ ଛେଉଣ୍ଡ ୫ ଭାଇ ଭଉଣୀଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି। ପିଲାମାନେ ଅସୁବିଧାରେ ଦିନ କାଟୁଥିବା ଜାଣି ସେମାନଙ୍କୁ କିଭଳି ପ୍ରଶାସନ ସହାୟତାରେ ଥଇଥାନ କରାଯିବ ସେ ନେଇ ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ଏ ନେଇ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହା ସହ ଭାଇ ଭଉଣୀଙ୍କ ଚଳିବା ଲାଗି ବ୍ୟକ୍ତିଗତ ଭାବେ ୪ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ। ଅନ୍ୟପଟେ ଏଭଳି ପରିସ୍ଥିତିରେ ଗାଁ ଯାଇ ଭାଇ ଭଉଣୀଙ୍କ ଦୁଃଖ ବୁଝି ସାହାଯ୍ୟର ହାତ ବଢ଼ାଇଥିବାରୁ ବଡ଼ ଭଉଣୀ ଚୁମୁକି ମାଝୀ ଓ ଗ୍ରାମବାସୀ ଶ୍ରୀ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।

The post ବାପା ମାଆ ଛେଉଣ୍ଡ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି appeared first on Odisha.News.