ବାପା ହେବାକୁ ଯାଉଛନ୍ତି ବରୁଣ ଧୱନ, ପତ୍ନୀ ନତାଶା ଦଲାଲଙ୍କ ପ୍ରଥମ ପ୍ରେଗ୍‌ନାନ୍ସିକୁ ନେଇ ଦେଲେ ଖୁସି ଖବର

ବଲିଉଡ ଅଭିନେତା ବରୁଣ ଧୱନ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ଜଣାଇଛନ୍ତି । ବରୁଣ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପତ୍ନୀ ନତାଶା ଦଲାଲଙ୍କ ବେବି ବମ୍ପ୍‌କୁ କିସ୍‌ କରୁଥିବାର ନଜର ଆସିଛନ୍ତି । ଏହା ଏକ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ଫଟୋ । ଏଥିରେ ଦେଖାଯାଉଛି ଯେ ବରୁଣ ଆଣ୍ଠୁ ମାଡ଼ି ବସି ପତ୍ନୀ ନତାଶାଙ୍କ ବେବି ବମ୍ପ୍‌କୁ […] The post ବାପା ହେବାକୁ ଯାଉଛନ୍ତି ବରୁଣ ଧୱନ, ପତ୍ନୀ ନତାଶା ଦଲାଲଙ୍କ ପ୍ରଥମ ପ୍ରେଗ୍‌ନାନ୍ସିକୁ ନେଇ ଦେଲେ ଖୁସି ଖବର appeared first on KNews Odisha.

ବାପା ହେବାକୁ ଯାଉଛନ୍ତି ବରୁଣ ଧୱନ, ପତ୍ନୀ ନତାଶା ଦଲାଲଙ୍କ ପ୍ରଥମ ପ୍ରେଗ୍‌ନାନ୍ସିକୁ ନେଇ ଦେଲେ ଖୁସି ଖବର
varun

ବଲିଉଡ ଅଭିନେତା ବରୁଣ ଧୱନ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ଜଣାଇଛନ୍ତି । ବରୁଣ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପତ୍ନୀ ନତାଶା ଦଲାଲଙ୍କ ବେବି ବମ୍ପ୍‌କୁ କିସ୍‌ କରୁଥିବାର ନଜର ଆସିଛନ୍ତି ।

ଏହା ଏକ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ଫଟୋ । ଏଥିରେ ଦେଖାଯାଉଛି ଯେ ବରୁଣ ଆଣ୍ଠୁ ମାଡ଼ି ବସି ପତ୍ନୀ ନତାଶାଙ୍କ ବେବି ବମ୍ପ୍‌କୁ କିସ୍‌ କରୁଛନ୍ତି । ସେଠି ପାଖରେ ସୋଫା ଉପରେ ବରୁଣଙ୍କ ପେଟ୍‌ ଡଗ୍‌ ବସିଛି । ଫଟୋ ସେୟାର କରି ବରୁଣ ଏହାର କ୍ୟାପସନରେ ଲେଖିଛନ୍ତି, ‘ଆମେ ଗର୍ଭବତୀ ଅଛୁ । ଆପଣଙ୍କ ଆଶୀର୍ବାଦ ଏବଂ ପ୍ରେମ ଦରକାର’ ।

ବିବାହର ୩ ବର୍ଷ ପରେ ବରୁଣ ବାପା ହେବେ । ଅଭିନେତାଙ୍କ ଘରକୁ ନୂଆ ଅତିଥି ଆସିବ । ଏବେ ତାଙ୍କ ପତ୍ନୀ ନତାଶା ଗର୍ଭବତୀ ଅଛନ୍ତି । ବରୁଣ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରି ଏହି ଖୁସି ଖବର ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି । ୩୬ ବର୍ଷୀୟ ଏହି ଅଭିନେତା ବାପା ହେବାକୁ ନେଇ ବହୁତ ଖୁସି ଅଛନ୍ତି । କହି ରଖୁଛୁ, ବରୁଣ ଓ ନତାଶାଙ୍କ ବିବାହକୁ କିଛି ସପ୍ତାହ ତଳେ ୩ ବର୍ଷ ପୂରଣ ହୋଇଛି ।

 

View this post on Instagram

 

A post shared by VarunDhawan (@varundvn)

The post ବାପା ହେବାକୁ ଯାଉଛନ୍ତି ବରୁଣ ଧୱନ, ପତ୍ନୀ ନତାଶା ଦଲାଲଙ୍କ ପ୍ରଥମ ପ୍ରେଗ୍‌ନାନ୍ସିକୁ ନେଇ ଦେଲେ ଖୁସି ଖବର appeared first on KNews Odisha.