ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର ମାସେ ପୂର୍ବରୁ ପିତାଙ୍କୁ ହରାଇଛନ୍ତି। ଏବେ ସମ୍ପୂର୍ଣ୍ଣ ଘରର ଦାୟିତ୍ୱ ଯଶ୍‌ପ୍ରୀତଙ୍କ ଉପରେ ଥିବାରୁ ସେ ପିତାଙ୍କ ରୋଲ୍‌ ଦୋକାନକୁ କାର୍ଯ୍ୟକ୍ଷମ କରି ରୋଜଗାର କରିବା ଆରମ୍ଭ କରିଛନ୍ତି। ଏହି ଭିଡିଓରେ ବାଳକଟି ପ୍ରସ୍ତୁତ କରୁଥିବା ଚିକେନ୍‌ ଏବଂ ଅଣ୍ଡା ରୋଲ୍‌କୁ ଗ୍ରାହକମାନେ ମନ ଭରି ଖାଉଥିବା ଦେଖାଯାଉଛି। ଦିଲ୍ଲୀ […] The post ବାପାଙ୍କ ଦୋକାନ ବନ୍ଦ ହେବନି appeared first on Dharitri Odia News.

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର ମାସେ ପୂର୍ବରୁ ପିତାଙ୍କୁ ହରାଇଛନ୍ତି। ଏବେ ସମ୍ପୂର୍ଣ୍ଣ ଘରର ଦାୟିତ୍ୱ ଯଶ୍‌ପ୍ରୀତଙ୍କ ଉପରେ ଥିବାରୁ ସେ ପିତାଙ୍କ ରୋଲ୍‌ ଦୋକାନକୁ କାର୍ଯ୍ୟକ୍ଷମ କରି ରୋଜଗାର କରିବା ଆରମ୍ଭ କରିଛନ୍ତି। ଏହି ଭିଡିଓରେ ବାଳକଟି ପ୍ରସ୍ତୁତ କରୁଥିବା ଚିକେନ୍‌ ଏବଂ ଅଣ୍ଡା ରୋଲ୍‌କୁ ଗ୍ରାହକମାନେ ମନ ଭରି ଖାଉଥିବା ଦେଖାଯାଉଛି।
ଦିଲ୍ଲୀ ତିଲକନଗରର ବାସିନ୍ଦା ଏହି ନିରୀହ ବାଳକ ଯଶ୍‌ପ୍ରୀତ ସକାଳେ ପଢ଼ିବାକୁ ସ୍କୁଲ ଯାଆନ୍ତି। ସ୍କୁଲରୁ ଫେରି ଅପରାହ୍ନରେ ସେ ଟ୍ୟୁଶନ ଯାଆନ୍ତି ଏବଂ ସାରେ ପିତାଙ୍କ ଦୋକାନ ଚଳାନ୍ତି। ଏହି ଦୋକାନକୁ ରାତି ୧୧ଟା ପର୍ଯ୍ୟନ୍ତ ସେ ଖୋଲା ରଖିଥାନ୍ତି। ଯଶ୍‌ପ୍ରୀତ ତିଲକନଗର ସର୍ବୋଦୟ ବାଲ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ହୋଇଥିବାବେଳେ ତାଙ୍କ ଭଉଣୀ କରଣପ୍ରୀତ(୧୪) ଏବେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ବାପାଙ୍କ ମୃତ୍ୟୁ ପରେ ମା’ ପଞ୍ଜାବରେ ଥିବା ନିଜ ଗାଁକୁ ଚାଲିଯାଇଥିବା ବେଳେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ପାରୁ ନ ଥିବା ଯଶ୍‌ପ୍ରୀତ କହିଛନ୍ତି। ଏବେ ପିଉସୀ ଆସି ଉଭୟ ଯଶ୍‌ପ୍ରୀତ ଓ କରନପ୍ରୀତଙ୍କ ଦେଖାଶୁଣା କରୁଛନ୍ତି।
ଦିଲ୍ଲୀର ତିଲକନଗର ଅଞ୍ଚଳରେ ଯଶ୍‌ପ୍ରୀତଙ୍କ ପିତାଙ୍କ ଏକ ପ୍ରସିଦ୍ଧ ରୋଲ୍‌ ଦୋକାନ ଥିଲା। ଏହି ଦୋକାନ ପିତାଙ୍କର ବେଶ୍‌ ପ୍ରିୟ ହୋଇଥିବାରୁ ଯଶ୍‌ପ୍ରୀତ ପ୍ରୀତ ଏହାକୁ ବନ୍ଦ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପିତାଙ୍କ ବିୟୋଗ ପରେ ଭଉଣୀଙ୍କ ସମସ୍ତ ଦାୟିତ୍ତ୍ୱ ତାଙ୍କ ଉପରେ ରହିଥିବା ଯଶ୍‌ପ୍ରୀତ କହିଛନ୍ତି। ତେଣୁ ନିଜ ଦାୟିତ୍ୱକୁ ହୃଦ୍‌ବୋଧ କରିବା ସହ ସେ ପୁନର୍ବାର ବାପାଙ୍କ ଦୋକାନ ଖୋଲି ସେଠାରେ କାମ ଆରମ୍ଭ କରିିଛନ୍ତି। ଅନ୍ୟପକ୍ଷରେ ଯଶ୍‌ପ୍ରୀତ ଓ ତାଙ୍କ ଭଉଣୀଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ସ୍ବେଚ୍ଛାସେବୀ ସଂଗଠନ ସହଯୋଗର ହାତ ବଢ଼ାଇଛନ୍ତି।

The post ବାପାଙ୍କ ଦୋକାନ ବନ୍ଦ ହେବନି appeared first on Dharitri Odia News.