ବାପାଙ୍କ ସହ ରହିବାକୁ ୧୨ ବର୍ଷର ଝିଅର ଅଜବ ଡିମାଣ୍ଡ, ମାଆ’ଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୫।୦୭: ପିଲାର ହେପାଜତ ସମ୍ବନ୍ଧିତ ଏକ ମାମଲାର  ଶୁଣାଣିବେଳେ ସୁପ୍ରିମକୋର୍ଟରେ ଏକ  ନିଆରା କଥା ଦେଖିବାକୁ ମିଳିଛି। ବାପାଙ୍କ  ନିକଟରେ ରହିବା ଲାଗି ଖୋଦ୍‌ ଝିଅ  ୧ କୋଟି ଟଙ୍କା ଦାବି କରିଛି। ଝିଅର  ଏଭଳି ବ୍ୟବହାର ଦେଖି ପ୍ରଧାନ  ବିଚାରପତି (ସିଜେଆଇ) ଚକିତ  ହୋଇ ଯାଇଛନ୍ତି । ଏଥିପାଇଁ ସିଜେଆଇ  ବି.ଆର ଗଭାଇ ଝିଅର ମା’ଙ୍କ ଉପରେ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ନିଜ   ଝିଅର ମାନସିକତା ନଷ୍ଟ କରୁଛନ୍ତି  ବୋଲି ସିଜେଆଇ କହିବା ସହ ଏଭଳି  କୃତ୍ୟ ଦିନେ ତାଙ୍କ ପାଖକୁ ଫେରିବ  ବୋଲି ଚେତାଇଛନ୍ତି।ସମ୍ପୃକ୍ତ ବ୍ୟକ୍ତିଙ୍କ  ଓକିଲ ପିଆର୍‌ ପଟୱାଲିଆ କହିଛନ୍ତି,   ଦମ୍ପତିଙ୍କ ମଧ୍ୟରେ ବୈବାହିକ ବିବାଦ  ଲାଗି ରହିଥିଲା । ଉଭୟଙ୍କ ୧୨ ବର୍ଷର  ଝିଅ ବାପାଙ୍କ ପାଖରେ ରହିବ ବୋଲି  ଜିଲ୍ଲା କୋର୍ଟ ରାୟ ଦେଇଥିଲେ। ଏହା  ବିରୋଧରେ ଝିଅର ମା’ ହାଇକୋର୍ଟରେ  ଅପିଲ କରିଥିଲେ । ଏବେ ମାମଲା  ବିଚାରାଧୀନ ଥିଲେ ବି ସେ ଝିଅକୁ ତାଙ୍କ  ବାପାଙ୍କୁ ହସ୍ତାନ୍ତର କରି ନ ଥିଲେ । ଏ  ନେଇ ଝିଅର ବାପା ହାଇକୋର୍ଟରେ ତାଙ୍କ  ସ୍ତ୍ରୀଙ୍କ ବିରୋଧରେ ଅଦାଲତ ଅବମାନନା  ମାମଲା କରିଥିଲେ। କିନ୍ତୁ ହାଇକୋର୍ଟ  ଏହାକୁ ଖାରଜ କରିଦେଇଥିଲେ ।  ତେଣୁ ଝିଅର ବାପା ସୁପ୍ରିମକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ସିଜେଆଇ ଗଭଇ  ଏବଂ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ  ଖଣ୍ଡପୀଠଙ୍କୁ ପଟୱାଲିଆ ଅବଗତ  କରାଇଥିଲେ ଯେ, ଝିଅର ମା’ଙ୍କୁ  ହରାଇ

ବାପାଙ୍କ ସହ ରହିବାକୁ ୧୨ ବର୍ଷର ଝିଅର ଅଜବ ଡିମାଣ୍ଡ, ମାଆ’ଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୫।୦୭: ପିଲାର ହେପାଜତ ସମ୍ବନ୍ଧିତ ଏକ ମାମଲାର  ଶୁଣାଣିବେଳେ ସୁପ୍ରିମକୋର୍ଟରେ ଏକ  ନିଆରା କଥା ଦେଖିବାକୁ ମିଳିଛି। ବାପାଙ୍କ  ନିକଟରେ ରହିବା ଲାଗି ଖୋଦ୍‌ ଝିଅ  ୧ କୋଟି ଟଙ୍କା ଦାବି କରିଛି। ଝିଅର  ଏଭଳି ବ୍ୟବହାର ଦେଖି ପ୍ରଧାନ  ବିଚାରପତି (ସିଜେଆଇ) ଚକିତ  ହୋଇ ଯାଇଛନ୍ତି । ଏଥିପାଇଁ ସିଜେଆଇ  ବି.ଆର ଗଭାଇ ଝିଅର ମା’ଙ୍କ ଉପରେ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ନିଜ   ଝିଅର ମାନସିକତା ନଷ୍ଟ କରୁଛନ୍ତି  ବୋଲି ସିଜେଆଇ କହିବା ସହ ଏଭଳି  କୃତ୍ୟ ଦିନେ ତାଙ୍କ ପାଖକୁ ଫେରିବ  ବୋଲି ଚେତାଇଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ  ଓକିଲ ପିଆର୍‌ ପଟୱାଲିଆ କହିଛନ୍ତି,   ଦମ୍ପତିଙ୍କ ମଧ୍ୟରେ ବୈବାହିକ ବିବାଦ  ଲାଗି ରହିଥିଲା । ଉଭୟଙ୍କ ୧୨ ବର୍ଷର  ଝିଅ ବାପାଙ୍କ ପାଖରେ ରହିବ ବୋଲି  ଜିଲ୍ଲା କୋର୍ଟ ରାୟ ଦେଇଥିଲେ। ଏହା  ବିରୋଧରେ ଝିଅର ମା’ ହାଇକୋର୍ଟରେ  ଅପିଲ କରିଥିଲେ । ଏବେ ମାମଲା  ବିଚାରାଧୀନ ଥିଲେ ବି ସେ ଝିଅକୁ ତାଙ୍କ  ବାପାଙ୍କୁ ହସ୍ତାନ୍ତର କରି ନ ଥିଲେ । ଏ  ନେଇ ଝିଅର ବାପା ହାଇକୋର୍ଟରେ ତାଙ୍କ  ସ୍ତ୍ରୀଙ୍କ ବିରୋଧରେ ଅଦାଲତ ଅବମାନନା  ମାମଲା କରିଥିଲେ। କିନ୍ତୁ ହାଇକୋର୍ଟ  ଏହାକୁ ଖାରଜ କରିଦେଇଥିଲେ ।  ତେଣୁ ଝିଅର ବାପା ସୁପ୍ରିମକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ସିଜେଆଇ ଗଭଇ  ଏବଂ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ  ଖଣ୍ଡପୀଠଙ୍କୁ ପଟୱାଲିଆ ଅବଗତ  କରାଇଥିଲେ ଯେ, ଝିଅର ମା’ଙ୍କୁ  ହରାଇଣ କରାଯାଉଛି ବୋଲି ଝିଅର  ମୁଣ୍ଡରେ ଭର୍ତ୍ତି କରାଯାଉଛି । ଝିଅଟି ତାଙ୍କ  ବାପାଙ୍କୁ କହୁଛି ଯେ, ମା’ଙ୍କ ବିରୋଧରେ ସେ ମାମଲା କରୁଛନ୍ତି । କୋଟିଏ ଟଙ୍କା  ନ ଦେଲେ ସେ ବାପାଙ୍କ ସହ ଯିବେନି ।  ଏପରିକ ଝିଅଟି ବାପାଙ୍କୁ ଏକ ବାଡ଼ିରେ  ମାଡ଼ ମଧ୍ୟ ମାରିଥିଲା । 

ଅନ୍ୟପକ୍ଷରେ  ଝିଅର ମା’ ସ୍କୁଲ ରେକର୍ଡରୁ ତାଙ୍କ   ବାପାଙ୍କ ନାଁ ମଧ୍ୟ କାଟି ଦେଇଥିଲେ ।   ମହିଳାଙ୍କ ଓକିଲ ଅନୁଭା ଅଗ୍ରୱାଲ  କହିଥିଲେ ଯେ, ତାଙ୍କ ମହକିଲ ମଧ୍ୟସ୍ଥତା   ପାଇଁ ରାଜି ଅଛନ୍ତି । ମହକିଲଙ୍କ ସ୍ୱାମୀ   ଅଯଥାରେ ଝିଅକୁ ମାମଲା ଭିତରେ   ଟାଣୁଛନ୍ତି । ଏହା ଉପରେ ବିରକ୍ତ ହୋଇ   ସିଜେଆଇ ସମ୍ପୃକ୍ତା ମହିଳାଙ୍କୁ କହିଥିଲେ,  ତୁମେ ନିଜ ଝିଅର କ୍ୟାରିୟର ଖରାପ  କରୁଛ ଏବଂ ମାନସିକତା ବି ନଷ୍ଟ  କରୁଛ। ଉଭୟ ପକ୍ଷ ରାଜି ହେବା ପରେ  ଅଦାଲତ ଏହି ମାମଲାକୁ ମଧ୍ୟସ୍ଥତା ଦ୍ୱାରା  ସମାଧାନ ଲାଗି ନିଷ୍ପତ୍ତି ନେଇଛନ୍ତି।