ବାପାଙ୍କ ହତ୍ୟାକାରୀକୁ ଗିରଫ ଦାବି, ଧାରଣାରେ ପୁଅ ଓ ପରିବାର

ଭଦ୍ରକ ୨୨।୮: ବାପାଙ୍କ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣାରେ ପୁଅ ଓ ପରିବାର । ବାପାଙ୍କ ମୃତ୍ୟୁର ନ୍ୟାୟ ଦାବି କରି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ବର୍ଗଙ୍କ ଧାରଣା । ଅଭିଯୋଗ ଅନୁଯାୟୀ ଭଦ୍ରକ ବ୍ଲକ ଅଧିନସ୍ଥ ବଣିଆ ପଞ୍ଚାୟତର ବିଜୟ କୁମାର ପଣ୍ଡା ଚରମ୍ପା ବଜାରରେ ଏକ ଗ୍ରୋସରୀ ଦୋକାନ କରିଥିଲେ । ୫ ମାସ ତଳେ ସଉଦା ନେବା ପାଇଁ ଆସିଥିବା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବାକି ନେଉଥିବା ବେଳେ ବିଜୟ ମନା କରିଥିଲେ । ପରେ ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ଯୁବକଙ୍କ ଧକ୍କା ମାଡରେ ତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା । ସେହି ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଘଟଣାକୁ ୫ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଦୋଷୀଙ୍କୁ ଧରିନାହିଁ ବୋଲି ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ପରିବାର ବର୍ଗ । ଏହା ପୂର୍ବରୁ ମଧ୍ୟ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପୋଲିସ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ସେଥିପାଇଁ  ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛୁ । ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ ବୋଲି କହିଛନ୍ତି ।You Can Read:‘ମିଛ ମାମଲାରେ ଗିରଫ କରି ଥାର୍ଡ ଡିଗ୍ରୀ ଦେଲେ, ସ୍ତ୍ରୀଙ୍କ ମୃତ୍ୟୁ ପାଇଁ ପୋଲିସ ଦାୟୀ’

ବାପାଙ୍କ ହତ୍ୟାକାରୀକୁ ଗିରଫ ଦାବି, ଧାରଣାରେ ପୁଅ ଓ ପରିବାର

ଭଦ୍ରକ ୨୨ବାପାଙ୍କ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣାରେ ପୁଅ ଓ ପରିବାର । ବାପାଙ୍କ ମୃତ୍ୟୁର ନ୍ୟାୟ ଦାବି କରି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ବର୍ଗଙ୍କ ଧାରଣା । 

ଅଭିଯୋଗ ଅନୁଯାୟୀ ଭଦ୍ରକ ବ୍ଲକ ଅଧିନସ୍ଥ ବଣିଆ ପଞ୍ଚାୟତର ବିଜୟ କୁମାର ପଣ୍ଡା ଚରମ୍ପା ବଜାରରେ ଏକ ଗ୍ରୋସରୀ ଦୋକାନ କରିଥିଲେ । ୫ ମାସ ତଳେ ସଉଦା ନେବା ପାଇଁ ଆସିଥିବା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବାକି ନେଉଥିବା ବେଳେ ବିଜୟ ମନା କରିଥିଲେ । ପରେ ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ଯୁବକଙ୍କ ଧକ୍କା ମାଡରେ ତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା । ସେହି ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଘଟଣାକୁ ୫ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଦୋଷୀଙ୍କୁ ଧରିନାହିଁ ବୋଲି ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ପରିବାର ବର୍ଗ । ଏହା ପୂର୍ବରୁ ମଧ୍ୟ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପୋଲିସ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ସେଥିପାଇଁ  ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛୁ । ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ ବୋଲି କହିଛନ୍ତି ।

You Can Read:

‘ମିଛ ମାମଲାରେ ଗିରଫ କରି ଥାର୍ଡ ଡିଗ୍ରୀ ଦେଲେ, ସ୍ତ୍ରୀଙ୍କ ମୃତ୍ୟୁ ପାଇଁ ପୋଲିସ ଦାୟୀ’