ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ!

ସମ୍ବଲପୁର,୨୭।୨: ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟା କଲେ ସୈତାନ ପୁଅ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଜିଲାରେ ଘଟିଛି। ହତ୍ୟା କରି ଫେରାର ହୋଇଛି ପୁଅ। ସୂଚନା ଥାଉ କି, ଲିଙ୍ଗରାଜ କୁମୁରାଙ୍କ ଘର ହେଉଛି ସଦର ଥାନା ଘେନୁପାଲି ଗାଁରେ। ତାଙ୍କ ପୁଅ ହେଉଛନ୍ତି ଆଦିତ୍ୟ କୁମୁରା। ଦୀର୍ଘ ଦିନ ଧରି ବାପ ଓ ପୁଅ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ସୋମବାର ବିବାଦ ଉଗ୍ର ରୂପଧାରଣ କରିଥିଲା। ବିଳମ୍ବିତ ରାତିରେ ଲିଙ୍ଗରାଜଙ୍କୁ ତାଙ୍କ […] The post ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ! appeared first on Dharitri Odia News.

ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ!

ସମ୍ବଲପୁର,୨୭।୨: ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟା କଲେ ସୈତାନ ପୁଅ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଜିଲାରେ ଘଟିଛି। ହତ୍ୟା କରି ଫେରାର ହୋଇଛି ପୁଅ। ସୂଚନା ଥାଉ କି, ଲିଙ୍ଗରାଜ କୁମୁରାଙ୍କ ଘର ହେଉଛି ସଦର ଥାନା ଘେନୁପାଲି ଗାଁରେ। ତାଙ୍କ ପୁଅ ହେଉଛନ୍ତି ଆଦିତ୍ୟ କୁମୁରା। ଦୀର୍ଘ ଦିନ ଧରି ବାପ ଓ ପୁଅ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ସୋମବାର ବିବାଦ ଉଗ୍ର ରୂପଧାରଣ କରିଥିଲା। ବିଳମ୍ବିତ ରାତିରେ ଲିଙ୍ଗରାଜଙ୍କୁ ତାଙ୍କ ପୁଅ ଆଦିତ୍ୟ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଏକ ସିମେଣ୍ଟ ଅଖାରେ ପୂରାଇ ପୋତି ଦେଇଛନ୍ତି।

ମଙ୍ଗଳବାର ସକାଳେ ଲିଙ୍ଗରାଜଙ୍କ ଦେଖା ମିଳି ନ ଥିଲା। ପରେ ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।

The post ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ! appeared first on Dharitri Odia News.