ବାପାର ଟ୍ରାକ୍ଟର ତଳେ ଚାଲିଗଲା ପୁଅର ଜୀବନ
ବୌଦ୍ଧ: ବାପାର ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଶିଶୁପୁତ୍ରର ଜୀବନ । ବୌଦ୍ଧ ଆଦର୍ଶ ଥାନା ନାରାୟଣନଗରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ଅନିଲ କର୍ଣ୍ଣଙ୍କ ୩ ବର୍ଷୀୟ ଶିଶପୁତ୍ର ଆହ୍ବାନ କର୍ଣ୍ଣ। ଆହ୍ବାନ ଘର ସାମ୍ନାରେ ଖେଳୁଥିବା ବେଳେ ମାଡ଼ିଗଲା ଟ୍ରାକ୍ଟର। ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ସୂଚନା ଅନୁଯାୟୀ, ଅନୀଲ କର୍ଣ୍ଣ ଟ୍ରାକ୍ଟର ଚଲାନ୍ତି। ସେ ଆଜି ଘର ପାଖରେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ହଠାତ୍ ତାଙ୍କ ପୁଅ ଆହ୍ୱାନ ଦୌଡ଼ି ଆସିଥିଲା। ଆଉ ପୁଅ ଆହ୍ୱାନଙ୍କୁ ଦେଖିପାରି ନଥିଲେ କର୍ଣ୍ଣ। ସେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ଚକା ତଳେ ପଡ଼ି ଯାଇଥିଲା। ପୁଅର ଚିତ୍କାର ଶୁଣି ଟ୍ରାକ୍ଟରରେ ବ୍ରେକ୍ ଦେଇ ତଳକୁ ଓହ୍ଲାଇ ଆସିଥିଲେ ଅନୀଲ କର୍ଣ୍ଣ। ପୁଅକୁ ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ବୌଦ୍ଧ: ବାପାର ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଶିଶୁପୁତ୍ରର ଜୀବନ । ବୌଦ୍ଧ ଆଦର୍ଶ ଥାନା ନାରାୟଣନଗରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ଅନିଲ କର୍ଣ୍ଣଙ୍କ ୩ ବର୍ଷୀୟ ଶିଶପୁତ୍ର ଆହ୍ବାନ କର୍ଣ୍ଣ। ଆହ୍ବାନ ଘର ସାମ୍ନାରେ ଖେଳୁଥିବା ବେଳେ ମାଡ଼ିଗଲା ଟ୍ରାକ୍ଟର। ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି
ସୂଚନା ଅନୁଯାୟୀ, ଅନୀଲ କର୍ଣ୍ଣ ଟ୍ରାକ୍ଟର ଚଲାନ୍ତି। ସେ ଆଜି ଘର ପାଖରେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ହଠାତ୍ ତାଙ୍କ ପୁଅ ଆହ୍ୱାନ ଦୌଡ଼ି ଆସିଥିଲା। ଆଉ ପୁଅ ଆହ୍ୱାନଙ୍କୁ ଦେଖିପାରି ନଥିଲେ କର୍ଣ୍ଣ। ସେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ଚକା ତଳେ ପଡ଼ି ଯାଇଥିଲା।
ପୁଅର ଚିତ୍କାର ଶୁଣି ଟ୍ରାକ୍ଟରରେ ବ୍ରେକ୍ ଦେଇ ତଳକୁ ଓହ୍ଲାଇ ଆସିଥିଲେ ଅନୀଲ କର୍ଣ୍ଣ। ପୁଅକୁ ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।