ବାପୁଜୀ କ୍ଲବ ଭୁବନେଶ୍ୱର ଚାମ୍ପିୟନ

ବନ୍ତ,୧୨।୨(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମରେ ଶାନ୍ତି ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨୨ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ରବିବାର ଭଦ୍ରକ ଇଷ୍ଟକୋଷ୍ଟ ରେଳବାଇକୁ ହରାଇ ବାପୁଜୀ କ୍ଲବ ଭୁବନେଶ୍ୱର ଚାମ୍ପିୟନ ହୋଇଛି। ଟସ୍‌ ଜିତି ବାପୁଜୀ କ୍ଲବ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୭୬ ରନ୍‌ କରିଥିଲା। ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ସର୍ବାଧିକ ୪୭ […] The post ବାପୁଜୀ କ୍ଲବ ଭୁବନେଶ୍ୱର ଚାମ୍ପିୟନ appeared first on Dharitri Odia News.

ବାପୁଜୀ କ୍ଲବ ଭୁବନେଶ୍ୱର ଚାମ୍ପିୟନ

ବନ୍ତ,୧୨।୨(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମରେ ଶାନ୍ତି ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨୨ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ରବିବାର ଭଦ୍ରକ ଇଷ୍ଟକୋଷ୍ଟ ରେଳବାଇକୁ ହରାଇ ବାପୁଜୀ କ୍ଲବ ଭୁବନେଶ୍ୱର ଚାମ୍ପିୟନ ହୋଇଛି। ଟସ୍‌ ଜିତି ବାପୁଜୀ କ୍ଲବ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୭୬ ରନ୍‌ କରିଥିଲା। ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ସର୍ବାଧିକ ୪୭ ରନ୍‌ କରିଥିଲେ। ପ୍ରତିପକ୍ଷର ବୋଲର ନୀହାର ଭୂୟଁା ୩ ଉଇକେଟ ନେଇଥିଲେ। ଜବାବରେ ଇଷ୍ଟକୋଷ୍ଟ ରେଳବାଇ ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୧୩୭ ରନ୍‌ କରି ହାରିଯାଇଥିଲା। ଦଳ ପକ୍ଷରୁ ଆକାଶ ମହାପାତ୍ର ସର୍ବାଧିକ ୫୮ ରନ୍‌ କରିଥିଲେ। ପ୍ରତିପକ୍ଷର ବୋଲର କ୍ଷମାସାଗର ବଳ ୩ ଉଇକେଟ ନେଇଥିଲେ। ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ଶାନ୍ତନୁ ରାଉତ, ଭାଷ୍ୟକାର ସଞ୍ଜୟ ମଜୁମଦାର, ସୁକାନ୍ତ ବେହେରା, ଅପୂର୍ବ ଚାନ୍ଦ, ଆଶିଷ ଚକ୍ରବର୍ତ୍ତୀ, ସେକ୍‌ ଆଜାରୁଦ୍ଦିନ ଏବଂ ସ୍କୋରର ଭାବେ ଜ୍ୟୋତିରଞ୍ଜନ ଜେନା ଦାୟିତ୍ୱ ତୁଲାଇଥିଲେ। ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଆକାଶ ଓ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ କ୍ଷମାସାଗରଙ୍କୁ ପୁରସ୍କୃତ କରାଯାଇଥିଲା।
ପୁରସ୍କାର ବିତରଣ ସଭାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ବାଇଁ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ସାମାଜିକ କର୍ମୀ ବୁବୁ ପଟ୍ଟନାୟକ, ଇଂ.ଉତ୍ତମ ନାୟକ, କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ ଓ ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳ ଯୋଗଦେଇଥିଲେ। ଏହି ଅବସରରେ ଗୀତା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଇଂ.ମନ୍ମଥ କୁମାର ରାଉଳ, ନୃତ୍ୟଶିଳ୍ପୀ ସାନିଆ ସା, ହାସ୍ୟାଭିନେତା ଗିରିଜା ପଣ୍ଡା, କ୍ରିକେଟର ଅଜୟ ଜେନା, ସଫଳ ଚାଷୀ ଉଦୟନାଥ କର ଓ ଡା. ମଳୟ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପଦେଷ୍ଟା କମିଟିର ଉମାକାନ୍ତ ନାୟକ, ଅଜୟ ନାୟକ, ଇଂ.ସୁଧାଂଶୁ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

The post ବାପୁଜୀ କ୍ଲବ ଭୁବନେଶ୍ୱର ଚାମ୍ପିୟନ appeared first on Dharitri Odia News.