ବାବା ଆଖଣ୍ଡଳମଣିଙ୍କୁ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି

ଭଦ୍ରକ: ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁକଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, […]

ବାବା ଆଖଣ୍ଡଳମଣିଙ୍କୁ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି
aradi

ଭଦ୍ରକ: ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁକଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁଷ୍ଠିତ ହେବ। ପ୍ରତି ସୋମବାର ସହସ୍ରାଧିକ ଗୋପାଳଭକ୍ତ ଜଳାଭିଷେକ କରିବା ସହ ମାନସିକଧାରୀ ଭକ୍ତ ବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ।