ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡମାସଙ୍କ ଭବିଷ୍ୟବାଣୀରେ ରହିଛି ଅନେକ ସାମଞ୍ଜସ୍ୟ

ନୂଆଦିଲ୍ଲୀ: ପୌରାଣିକ କାହାଣୀରେ ଭବିଷ୍ୟବାଣୀ କଥା ଶୁଣିଥିବେ। ଦିନେ ସେମିତି ଏକ  ଭବିଷ୍ୟବାଣୀ ହୋଇଥିଲା, ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମିତ ସନ୍ମାନ ମାମୁଁ କଂସକୁ ହତ୍ୟା କରିବ। ଯାହା ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ସତ ହୋଇଥିଲା। ସେମିତି ଦୁନିଆରେ ଅନେକ ଭବିଷ୍ୟ‌ବକ୍ତା ଅଛନ୍ତି, ଯାହାଙ୍କର ଅନେକ  ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। କିନ୍ତୁ ଏହି ଭବିଷ୍ୟବକ୍ତାଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ବୁଲଗେରିଆର ଭବିଷ୍ୟ‌ବକ୍ତା ବାବା ଭେଙ୍ଗା ଏବଂ ଫ୍ରାନ୍ସର ଭବିଷ୍ୟ‌ବକ୍ତା ନାଷ୍ଟ୍ରୋଡମାସ୍‌। ୨୦୨୫ବର୍ଷ ବିଷୟରେ ଉଭୟେ ଅନେକ ଭବିଷ୍ୟବାଣୀ କରିଛନ୍ତି ।  ଯାହା ଉପରେ ଅନେକ ବିତର୍କ ଏବଂ ଆଲୋଚନା ହୋଇଛି । ତେବେ ଉଭୟଙ୍କ ଭବିଷ୍ୟବାଣୀରେ କ’ଣ ସାଧାରଣ ସେ ବିଷୟରେ ଆସନ୍ତୁ ଏଠି ଜାଣିବା ।ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡମାସ୍ ୨୦୨୫ ବର୍ଷକୁ ନେଇ ଅନେକ ଛାତିଥରା  ପୂର୍ବାନୁମାନ କରିଛନ୍ତି ।  ଅତୀତରେ ଉଭୟଙ୍କର କିଛି ଭବିଷ୍ୟବାଣୀ ସତ ବି ହୋଇଛି । ତେବେ ୨୦୨୫କୁ ନେଇ ଉଭୟ କହିଛନ୍ତି ଯେ ୟୁରୋପରେ ଯୁଦ୍ଧ ଓ ବିନାଶ ହୋଇପାରେ। ଏହା ସହିତ ଏଲିଏନ୍ ମାନଙ୍କ ସହ ସମ୍ପର୍କ ହୋଇପାରେ। ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଆକ୍ରମଣ ଏବଂ ୟୁରୋପରେ ଆକ୍ରମଣ ହୋଇପାରେ। ୨୦୨୫ ମସିହାରେ ୟୁରୋପରେ ଭୟଙ୍କର ବିବାଦ , ସବୁଠାରୁ ବିପଜ୍ଜନକ ବୋଲି ପୂର୍ବାନୁମାନ କରିଛନ୍ତି।  ବାବା ଭେଙ୍ଗା ୨୦୨୫ ପାଇଁ  ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହ

ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡମାସଙ୍କ ଭବିଷ୍ୟବାଣୀରେ ରହିଛି ଅନେକ ସାମଞ୍ଜସ୍ୟ

ନୂଆଦିଲ୍ଲୀ: ପୌରାଣିକ କାହାଣୀରେ ଭବିଷ୍ୟବାଣୀ କଥା ଶୁଣିଥିବେ। ଦିନେ ସେମିତି ଏକ  ଭବିଷ୍ୟବାଣୀ ହୋଇଥିଲା, ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମିତ ସନ୍ମାନ ମାମୁଁ କଂସକୁ ହତ୍ୟା କରିବ। ଯାହା ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ସତ ହୋଇଥିଲା। ସେମିତି ଦୁନିଆରେ ଅନେକ ଭବିଷ୍ୟ‌ବକ୍ତା ଅଛନ୍ତି, ଯାହାଙ୍କର ଅନେକ  ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। କିନ୍ତୁ ଏହି ଭବିଷ୍ୟବକ୍ତାଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ବୁଲଗେରିଆର ଭବିଷ୍ୟ‌ବକ୍ତା ବାବା ଭେଙ୍ଗା ଏବଂ ଫ୍ରାନ୍ସର ଭବିଷ୍ୟ‌ବକ୍ତା ନାଷ୍ଟ୍ରୋଡମାସ୍‌। ୨୦୨୫ବର୍ଷ ବିଷୟରେ ଉଭୟେ ଅନେକ ଭବିଷ୍ୟବାଣୀ କରିଛନ୍ତି ।  ଯାହା ଉପରେ ଅନେକ ବିତର୍କ ଏବଂ ଆଲୋଚନା ହୋଇଛି । ତେବେ ଉଭୟଙ୍କ ଭବିଷ୍ୟବାଣୀରେ କ’ଣ ସାଧାରଣ ସେ ବିଷୟରେ ଆସନ୍ତୁ ଏଠି ଜାଣିବା ।

ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡମାସ୍ ୨୦୨୫ ବର୍ଷକୁ ନେଇ ଅନେକ ଛାତିଥରା  ପୂର୍ବାନୁମାନ କରିଛନ୍ତି ।  ଅତୀତରେ ଉଭୟଙ୍କର କିଛି ଭବିଷ୍ୟବାଣୀ ସତ ବି ହୋଇଛି । ତେବେ ୨୦୨୫କୁ ନେଇ ଉଭୟ କହିଛନ୍ତି ଯେ ୟୁରୋପରେ ଯୁଦ୍ଧ ଓ ବିନାଶ ହୋଇପାରେ। ଏହା ସହିତ ଏଲିଏନ୍ ମାନଙ୍କ ସହ ସମ୍ପର୍କ ହୋଇପାରେ। ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଆକ୍ରମଣ ଏବଂ ୟୁରୋପରେ ଆକ୍ରମଣ ହୋଇପାରେ। ୨୦୨୫ ମସିହାରେ ୟୁରୋପରେ ଭୟଙ୍କର ବିବାଦ , ସବୁଠାରୁ ବିପଜ୍ଜନକ ବୋଲି ପୂର୍ବାନୁମାନ କରିଛନ୍ତି। 

 ବାବା ଭେଙ୍ଗା ୨୦୨୫ ପାଇଁ  ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ଏବେବି ଚର୍ଚ୍ଚାରେ ଅଛି ।ବାବା ଭେଙ୍ଗାଙ୍କ ଅନୁଯାୟୀ ୟୁରୋପରେ ଏକ ଯୁଦ୍ଧ ଆରମ୍ଭ ହେବ, ଯାହା ଅତ୍ୟନ୍ତ ବିନାଶକାରୀ ହେବ। ଏହି ଯୁଦ୍ଧରେ ୟୁରୋପର ଅଧିକାଂଶ ଜନସଂଖ୍ୟା ଲୋପ ପାଇଯିବ। ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ ୨୦୨୫ ମସିହାରେ ଋଷ୍ ସମଗ୍ର ବିଶ୍ୱକୁ ଶାସନ କରିବ। ତେବେ ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିନପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ପୂର୍ବାନୁମାନ କରିଛନ୍ତି ଯାହା ୨୦୨୫ରେ ବିନାଶ ଘଟାଇବ । ଆମେରିକାର ପଶ୍ଚିମ ଉପକୂଳରେ ଏକ ଭୂକମ୍ପ ହୋଇପାରେ ଏବଂ ଏକ ଶୁଖିଲା ଆଗ୍ନେୟଗିରି ବିସ୍ଫୋରଣ ହେବାର ସମ୍ଭାବନା ମଧ୍ୟ ପୂର୍ବାନୁମାନ କରାଯାଇଛି।

              

ଅନ୍ୟପଟେ ପ୍ରସିଦ୍ଧ ଫରାସୀ ଜ୍ୟୋତିଷ ତଥା ଚିକିତ୍ସକ ମାଇକେଲ୍ ଦେ ନୋଷ୍ଟ୍ରାଡମସ୍ । ସେ ତାଙ୍କର ୧୬ତମ ଶତାବ୍ଦୀର ପୁସ୍ତକରେ ଅନେକ ଭବିଷ୍ୟବାଣୀ ବିଷୟରେ ଲେଖିଛନ୍ତି। ନୋଷ୍ଟ୍ରାଡମସ୍ ଲେଖିଛନ୍ତି ଯେ ୟୁରୋପରେ  ଯୁଦ୍ଧ ସ୍ଥିତି ଭୟଙ୍କର ହେବ। ଏହା ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ଶତ୍ରୁତା ବୃଦ୍ଧି କରିବ । ବ୍ରିଟେନ ବିଷୟରେ ନୋଷ୍ଟ୍ରାଡାମସ୍ କହିଛନ୍ତି ଯେ ଯୁଦ୍ଧ ଏବଂ ମହାମାରୀ ପରେ ବ୍ରିଟେନ ଧ୍ୱଂସାବଶେଷରେ ପରିଣତ ହେବ। ବିଶ୍ୱ ଶକ୍ତି ପାଇଁ ନୋଷ୍ଟ୍ରାଡାମସ୍ ଏହା ମଧ୍ୟ କହିଥିଲେ ଯେ, ୨୦୨୫ ମସିହାରେ ପାଶ୍ଚାତ୍ୟ ଶକ୍ତିର ପ୍ରଭାବ ହ୍ରାସ ପାଇବ ଏବଂ ନୂତନ ବିଶ୍ୱ ଶକ୍ତି ଉତ୍ପନ୍ନ ହେବ।