ବାବା ରାମଦେବଙ୍କୁ ଆଉ ଏକ ଝଟକା, କୋରୋନିଲକୁ ନେଇ କରିଥିବା ପୋଷ୍ଟ ହଟାଇବାକୁ ଦେଲେ ଆଦେଶ
ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କୁ ପୁଣି ଅଦାଲତି ଝଟକା। ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ, ଏକ ସୋସିଆଲ ମିଡିଆ ପୋଷ୍ଟ ହଟାଇବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ପୋଷ୍ଟରେ ‘କୋରୋନିଲ’କୁ କୋରୋନା ଔଷଧ ବୋଲି କହି ପ୍ରମୋଟ କରାଯାଇଥିଲା। ଏହା ସହ ପୋଷ୍ଟରେ ଏଲୋପାଥିର କୁପ୍ରଭାବ ଉପରେ ମଧ୍ୟ କୁହାଯାଇଥିଲା। ତେଣୁ ଏହି ବିବାଦୀୟ ପୋଷ୍ଟ ହଟାଇବା ସହ ଏଲୋପାଥିକୁ ନେଇ ଦେଇଥିବା ବୟାନ ଫେରାଇନେବାକୁ କହିଛନ୍ତି କୋର୍ଟ।ବିଚାରପତି ଅନୁପ ଜୟରାମ ଭମ୍ବାନୀଙ୍କ ବେଞ୍ଚ ନିଷ୍ପତ୍ତି ଶୁଣାଇବା ସହ ଏଥିପାଇଁ ୩ ଦିନ ସମୟ ଦେଇଛନ୍ତି। ଆହୁରି ମଧ୍ୟ କୋର୍ଟ କହିଛନ୍ତି, ‘ଯଦି ତିନି ଦିନ ମଧ୍ୟରେ ଏହି ପୋଷ୍ଟ ନହଟାଯାଏ ତେବେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ହଟାଇଦେବେ। ଏଥିପାଇଁ ସେମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କୋର୍ଟ ୨୦୨୧ରେ ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏମ) ତରଫରୁ ଏହି ପ୍ରସଙ୍ଗରେ ଆବେଦନ ହୋଇଥିଲା। ଆବେଦନରେ କୁହାଯାଇଥିଲା ଯେ, ରାମଦେବଙ୍କ କମ୍ପାନି ‘କୋରୋନିଲ’ କିଟ୍କୁ ନେଇ ମିଥ୍ୟା ଦାବି କରିଛି, ଏହାକୁ କୋରାନାର ଔଷଧ ବୋଲି କହିଛି। ଯେତେବେଳେକି ଏହାକୁ ଇମ୍ୟୁନିଟି ବୁଷ୍ଟର ଭାବରେ ଲାଇସେନ୍ସ ମିଳିଛି। ଆବେଦନରେ ଏହା ମଧ୍ୟ କୁହାଯାଇଥିଲା ଯେ, ରାମଦେବଙ୍କ ଦାବି କେବଳ ମିଥ୍ୟା ପ୍ରଚାର ଏବଂ ମାର୍କେଟିଂ। ଏହାଦ୍ବାରା ସେମାନେ କୋରୋନିଲ
ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କୁ ପୁଣି ଅଦାଲତି ଝଟକା। ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ, ଏକ ସୋସିଆଲ ମିଡିଆ ପୋଷ୍ଟ ହଟାଇବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ପୋଷ୍ଟରେ ‘କୋରୋନିଲ’କୁ କୋରୋନା ଔଷଧ ବୋଲି କହି ପ୍ରମୋଟ କରାଯାଇଥିଲା। ଏହା ସହ ପୋଷ୍ଟରେ ଏଲୋପାଥିର କୁପ୍ରଭାବ ଉପରେ ମଧ୍ୟ କୁହାଯାଇଥିଲା। ତେଣୁ ଏହି ବିବାଦୀୟ ପୋଷ୍ଟ ହଟାଇବା ସହ ଏଲୋପାଥିକୁ ନେଇ ଦେଇଥିବା ବୟାନ ଫେରାଇନେବାକୁ କହିଛନ୍ତି କୋର୍ଟ।
ବିଚାରପତି ଅନୁପ ଜୟରାମ ଭମ୍ବାନୀଙ୍କ ବେଞ୍ଚ ନିଷ୍ପତ୍ତି ଶୁଣାଇବା ସହ ଏଥିପାଇଁ ୩ ଦିନ ସମୟ ଦେଇଛନ୍ତି। ଆହୁରି ମଧ୍ୟ କୋର୍ଟ କହିଛନ୍ତି, ‘ଯଦି ତିନି ଦିନ ମଧ୍ୟରେ ଏହି ପୋଷ୍ଟ ନହଟାଯାଏ ତେବେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ହଟାଇଦେବେ। ଏଥିପାଇଁ ସେମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, କୋର୍ଟ ୨୦୨୧ରେ ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏମ) ତରଫରୁ ଏହି ପ୍ରସଙ୍ଗରେ ଆବେଦନ ହୋଇଥିଲା। ଆବେଦନରେ କୁହାଯାଇଥିଲା ଯେ, ରାମଦେବଙ୍କ କମ୍ପାନି ‘କୋରୋନିଲ’ କିଟ୍କୁ ନେଇ ମିଥ୍ୟା ଦାବି କରିଛି, ଏହାକୁ କୋରାନାର ଔଷଧ ବୋଲି କହିଛି। ଯେତେବେଳେକି ଏହାକୁ ଇମ୍ୟୁନିଟି ବୁଷ୍ଟର ଭାବରେ ଲାଇସେନ୍ସ ମିଳିଛି। ଆବେଦନରେ ଏହା ମଧ୍ୟ କୁହାଯାଇଥିଲା ଯେ, ରାମଦେବଙ୍କ ଦାବି କେବଳ ମିଥ୍ୟା ପ୍ରଚାର ଏବଂ ମାର୍କେଟିଂ। ଏହାଦ୍ବାରା ସେମାନେ କୋରୋନିଲ ସହ ଅନ୍ୟ ଉତ୍ପାଦ ବିକ୍ରି ବଢ଼ାଇପାରିବେ। ତେବେ ମାମଲାର ଶୁଣାଣି କରି ଗତ ମେ ୨୧ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।