ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ବିଷ୍ଣୋୟୀ ଗ୍ୟାଙ୍ଗ; ସୋସିଆଲ୍ ମିଡିଆ ପୋଷ୍ଟରେ ସ୍ବୀକାର

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପଛରେ କୁଖ୍ୟାତ ଅପରାଧି ଲରେନ୍ସ ବିଷ୍ଣୋୟୀ । ଗ୍ୟାଙ୍ଗଷ୍ଟର ଗ୍ରୁପ୍ ବାବା ସିଦ୍ଦିକି ହତ୍ୟାକୁ ନିଜ ଉପରକୁ ନେଇଛି । ଲରେନ୍ସ ଗ୍ରୁପ୍ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ହତ୍ୟାକୁ ସ୍ବୀକାର କରିଛି । ଫେସବୁକରେ ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି । ପୋଷ୍ଟରେ କୁହାଯାଇଛି, ଅଭିନେତା ସଲମାନ ଖାନଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନାହିଁ । ଗ୍ୟାଙ୍ଗଷ୍ଟର ଗ୍ରୁପ୍ କୌଣସି ଲଢ଼େଇ ଚାହୁଁନାହିଁ । ହେଲେ ବାବା ସିଦ୍ଦିକିଙ୍କ ହତ୍ୟା ପଛର ମୁଖ୍ୟ କାରଣ ହେଉଛି, ସେ ଦାଉଦ ଇବ୍ରାହୀମ ସହିତ ଲିଙ୍କରେ ରହିଥିଲେ ।ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ୩ଜଣ ସୁଟରଙ୍କୁ ମୁମ୍ବାଇ ପୋଲିସ୍ ଚିହ୍ନଟ କରିଛି । ଏହି ଘଟଣାରେ ମାଷ୍ଟରମାଇଣ୍ଡରୁ ଖୋଜୁଛି ପୋଲିସ । ସେପଟେ ବିଷ୍ଣୋୟୀ ଗ୍ୟାଙ୍ଗ ପୋଷ୍ଟରେ ଦାବି କରିଛି, ବାବା ସିଦ୍ଦିକି ମକ୍କାରେ ଦାଉଦ ଇବ୍ରାହୀମ ସହ ସକ୍ଷାତ କରିଥିବାର ପ୍ରମାଣ ରହିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଏହାଛଡ଼ା କୌଣସି ବ୍ୟକ୍ତି ଯଦି ସଲମାନ ଖାନ ଏବଂ ଦାଉଦ ଇବ୍ରାହୀମକୁ ସହଯୋଗ କରିବ ତାଙ୍କୁ ଫଳ ଭୋଗିବାକୁ ପଡ଼ିବ ବୋଲି ଦାବି କରି ଗ୍ୟାଙ୍ଗଷ୍ଟର ଗ୍ରୁପ । ସୋସିଆଲ୍ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ମୁମ୍ବାଇ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।    

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ବିଷ୍ଣୋୟୀ ଗ୍ୟାଙ୍ଗ; ସୋସିଆଲ୍ ମିଡିଆ ପୋଷ୍ଟରେ ସ୍ବୀକାର

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପଛରେ କୁଖ୍ୟାତ ଅପରାଧି ଲରେନ୍ସ ବିଷ୍ଣୋୟୀ । ଗ୍ୟାଙ୍ଗଷ୍ଟର ଗ୍ରୁପ୍ ବାବା ସିଦ୍ଦିକି ହତ୍ୟାକୁ ନିଜ ଉପରକୁ ନେଇଛି । ଲରେନ୍ସ ଗ୍ରୁପ୍ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ହତ୍ୟାକୁ ସ୍ବୀକାର କରିଛି । ଫେସବୁକରେ ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି । ପୋଷ୍ଟରେ କୁହାଯାଇଛି, ଅଭିନେତା ସଲମାନ ଖାନଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନାହିଁ । ଗ୍ୟାଙ୍ଗଷ୍ଟର ଗ୍ରୁପ୍ କୌଣସି ଲଢ଼େଇ ଚାହୁଁନାହିଁ । ହେଲେ ବାବା ସିଦ୍ଦିକିଙ୍କ ହତ୍ୟା ପଛର ମୁଖ୍ୟ କାରଣ ହେଉଛି, ସେ ଦାଉଦ ଇବ୍ରାହୀମ ସହିତ ଲିଙ୍କରେ ରହିଥିଲେ ।

ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ୩ଜଣ ସୁଟରଙ୍କୁ ମୁମ୍ବାଇ ପୋଲିସ୍ ଚିହ୍ନଟ କରିଛି । ଏହି ଘଟଣାରେ ମାଷ୍ଟରମାଇଣ୍ଡରୁ ଖୋଜୁଛି ପୋଲିସ । ସେପଟେ ବିଷ୍ଣୋୟୀ ଗ୍ୟାଙ୍ଗ ପୋଷ୍ଟରେ ଦାବି କରିଛି, ବାବା ସିଦ୍ଦିକି ମକ୍କାରେ ଦାଉଦ ଇବ୍ରାହୀମ ସହ ସକ୍ଷାତ କରିଥିବାର ପ୍ରମାଣ ରହିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଏହାଛଡ଼ା କୌଣସି ବ୍ୟକ୍ତି ଯଦି ସଲମାନ ଖାନ ଏବଂ ଦାଉଦ ଇବ୍ରାହୀମକୁ ସହଯୋଗ କରିବ ତାଙ୍କୁ ଫଳ ଭୋଗିବାକୁ ପଡ଼ିବ ବୋଲି ଦାବି କରି ଗ୍ୟାଙ୍ଗଷ୍ଟର ଗ୍ରୁପ । ସୋସିଆଲ୍ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ମୁମ୍ବାଇ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।