ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ୍
ମୁମ୍ବାଇ : ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ଗ୍ୟାଙ୍ଗ। ଏନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫେସ୍ବୁକ୍ରେ ଲରେନ୍ସ ଗ୍ୟାଙ୍ଗ ତରଫରୁ ଏକ ପୋଷ୍ଟ ସେୟାର ହୋଇଛି। ଏଥିରେ ଲେଖା ଅଛି, ସଲମାନ ଖାନଙ୍କ ସହ ଆମେ […]

ମୁମ୍ବାଇ : ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ଗ୍ୟାଙ୍ଗ। ଏନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫେସ୍ବୁକ୍ରେ ଲରେନ୍ସ ଗ୍ୟାଙ୍ଗ ତରଫରୁ ଏକ ପୋଷ୍ଟ ସେୟାର ହୋଇଛି। ଏଥିରେ ଲେଖା ଅଛି, ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ। କିନ୍ତୁ ବାବାଙ୍କ ହତ୍ୟା ହେବାର କାରଣ ହେଉଛି ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ତାଙ୍କର ସମ୍ପର୍କ ଥିଲା।