ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ବଡ ସଫଳତା, ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗିରଫ

ମୁମ୍ଵାଇ ୧୧।୧୧; ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଫେରାର୍ ଥିବା ଆରୋପିକୁ ପୋଲିସ୍‌ ଗିରଫ କରିଛି। ଘଟଣା ଦିନ ତାଙ୍କୁ ଗୁଳି କରି ଫେରାର ହୋଇଥିବା ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ସେ ନେପାଳ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଛି।ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲା ଶିବ କୁମାର। ପୋଲିସ୍ ଜେରା ବେଳେ ସେ ସ୍ୱୀକାର କରିଛି ଯେ ତା’ର ସମ୍ପର୍କ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ରହିଛି। ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବାର ଦିନକ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ଏଥିପାଇଁ ନିଜକୁ ଦାୟୀ କରିଥିଲା। ପୋଲିସ୍‌ ଏହାର ଯାଞ୍ଚ କରୁଥିବା ବେଳେ ଏବେ ଶିବ କୁମାର ବିଷ୍ଣୋଇ ଗ୍ୟାଙ୍ଗର ସହ ଥିବା ନେଇ ନିଶ୍ଚିତ କରିଛି।ଶିବ କୁମାରର କହିବା କଥା ଯେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲା। ଶିବ କୁମାରକୁ ଧରିବାର ପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶ ଏସଟିଏଫର ସହାୟତା ନେଇଥିଲା। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ତ ପରଠାରୁ ଶିବ କୁମାର ଫେରାର ଥିଲା। ଶିବକୁମାର ଭିଲେନ୍ ରିଲ୍ ପୋଷ୍ଟ କରୁଥିଲାସିଦ୍ଦିକି ହତ୍ୟା ମାମଲାରେ ଅଭିଯୁକ୍ତ ଶିବକୁମାର ଛଦ୍ମନାମ ଶିବ ଗୌତମ। ତାଙ୍କ ଇନଷ

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ବଡ ସଫଳତା, ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗିରଫ

ମୁମ୍ଵାଇ ୧୧।୧୧; ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଫେରାର୍ ଥିବା ଆରୋପିକୁ ପୋଲିସ୍‌ ଗିରଫ କରିଛି। ଘଟଣା ଦିନ ତାଙ୍କୁ ଗୁଳି କରି ଫେରାର ହୋଇଥିବା ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ସେ ନେପାଳ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଛି।

ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲା ଶିବ କୁମାର। ପୋଲିସ୍ ଜେରା ବେଳେ ସେ ସ୍ୱୀକାର କରିଛି ଯେ ତା’ର ସମ୍ପର୍କ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ରହିଛି। ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବାର ଦିନକ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ଏଥିପାଇଁ ନିଜକୁ ଦାୟୀ କରିଥିଲା। ପୋଲିସ୍‌ ଏହାର ଯାଞ୍ଚ କରୁଥିବା ବେଳେ ଏବେ ଶିବ କୁମାର ବିଷ୍ଣୋଇ ଗ୍ୟାଙ୍ଗର ସହ ଥିବା ନେଇ ନିଶ୍ଚିତ କରିଛି।

ଶିବ କୁମାରର କହିବା କଥା ଯେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲା। ଶିବ କୁମାରକୁ ଧରିବାର ପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶ ଏସଟିଏଫର ସହାୟତା ନେଇଥିଲା। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ତ ପରଠାରୁ ଶିବ କୁମାର ଫେରାର ଥିଲା। 

ଶିବକୁମାର ଭିଲେନ୍ ରିଲ୍ ପୋଷ୍ଟ କରୁଥିଲା

ସିଦ୍ଦିକି ହତ୍ୟା ମାମଲାରେ ଅଭିଯୁକ୍ତ ଶିବକୁମାର ଛଦ୍ମନାମ ଶିବ ଗୌତମ। ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେ ମାଫିଆ ଷ୍ଟାଇଲରେ REEL କରି ନିଜର ଟସନ ଦେଖାଉଥିବାର ନଜର ଆସିଥିଲେ।