ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ଆଉ ୫ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ଏନ୍‌ସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ୫ ଜଣ ଗିରଫ ହୋଇଛନ୍ତି । ମୁମ୍ବାଇର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁମ୍ବାଇର ବାନ୍ଦ୍ରାରେ ଗତ ସପ୍ତାହରେ ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ପନଭେଲ ଓ କରଜତରୁ ପୋଲିସ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂତ୍ର […] The post ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ଆଉ ୫ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ appeared first on KNews Odisha.

ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ଆଉ ୫ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌
siddi

ଏନ୍‌ସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ୫ ଜଣ ଗିରଫ ହୋଇଛନ୍ତି । ମୁମ୍ବାଇର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁମ୍ବାଇର ବାନ୍ଦ୍ରାରେ ଗତ ସପ୍ତାହରେ ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି ।

ଶୁକ୍ରବାର ପନଭେଲ ଓ କରଜତରୁ ପୋଲିସ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂତ୍ର ଅନୁସାରେ, ଏମାନଙ୍କ ମଧ୍ୟରୁ ଜଣେ ବିଷ୍ଣୋଇ ଗ୍ୟାଙ୍ଗ୍‌ ସହ ସମ୍ପର୍କ ରଖିଛନ୍ତି । ଅଭିଯୁକ୍ତମାନେ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି ।

ବାବା ସିଦ୍ଦିକୀଙ୍କୁ ଦଶହରା ଦିନ ଗୁଳି କରି ହତ୍ୟା କରାଯାଇଥିଲା । ବିଳମ୍ବିତ ସନ୍ଧ୍ୟାରେ ମୁମ୍ବାଇର ବାନ୍ଦ୍ରାରେ ଏହି ଘଟଣା ଘଟିଥିଲା । ତାଙ୍କ ଉପରକୁ ୬ଟି ଗୁଳି ଚଳାଯାଇଥିବା ବେଳେ ଦେହରେ ୪ଟି ଗୁଳି ବାଜିଥିଲା । ତାଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଲୀଳାବତୀ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କୁହାଯାଉଛି ଯେ ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ହାତ ରହିଛି । କାରଣ, ବିଷ୍ଣୋଇ ଗ୍ୟାଙ୍ଗ୍‌ ହିଁ ଏଥିପାଇଁ ନିଜକୁ ଦାୟୀ କରିଛି । ସେପଟେ ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ସଲମାନଙ୍କୁ ଏକାଧିକ ଥର ଧମକ ମିଳିଛି ।

The post ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା: ଆଉ ୫ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ appeared first on KNews Odisha.