ବାବା ସିଦ୍ଦିକ୍ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗ!
ମୁମ୍ବାଇ: ମୁମ୍ବାଇରେ ଏନ୍ସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକିଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ତାଙ୍କ କାର୍ଯ୍ୟାଳୟ ନିକଟରେ ବାନ୍ଦ୍ରା ଖେରଓ୍ବାଡି ସିଗନାଲରେ ଗୁଳି କରାଯାଇଥିଲା। ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ […]

ମୁମ୍ବାଇ: ମୁମ୍ବାଇରେ ଏନ୍ସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକିଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହା ପରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ତାଙ୍କ କାର୍ଯ୍ୟାଳୟ ନିକଟରେ ବାନ୍ଦ୍ରା ଖେରଓ୍ବାଡି ସିଗନାଲରେ ଗୁଳି କରାଯାଇଥିଲା। ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି।
ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ, ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଜଣେ ଫେରାର ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଲରେନ୍ସ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ କରନୈଲ ସିଂହ ଓ ଧର୍ମରାଜ କଶ୍ୟପ। କରନୈଲ ସିଂହ ହରିୟାଣାର ହୋଇଥିବା ବେଳେ ଧର୍ମରାଜ କଶ୍ୟପ ଉତ୍ତର ପ୍ରଦେଶ ବାସିନ୍ଦା ହୋଇଥିବା ଜଣାପଡିଛି।