ବାବୁ ପିଉଥିଲେ ୩୦ ହଜାର ଟଙ୍କାର ଦାମୀ ମଦ, ଜଳକା ଭିଜିଲାନ୍ସ
ଭୁବନେଶ୍ବର: ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କ... The post ବାବୁ ପିଉଥିଲେ ୩୦ ହଜାର ଟଙ୍କାର ଦାମୀ ମଦ, ଜଳକା ଭିଜିଲାନ୍ସ appeared first on .
ଭୁବନେଶ୍ବର: ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କ ଘର ଓ ପ୍ଲଟ ଦେଖି କାବା ହୋଇଛି ଭିଜିଲାନ୍ସ। ବାବୁ ପିଉଥିଲେ ୩୦ ହଜାର ଟଙ୍କାର ଦାମୀ ମଦ । ଛାପା ବେଳେ ଜଳକା ହେଲା ଭିଜିଲାନ୍ସ। ଜବତ କଲା ଲକ୍ଷାଧିକ ଟଙ୍କାର ମଦ ବୋତଲ ।
ଜେଲରେ କଏଦୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେବା ପାଇଁ ଲକ୍ଷାଧିକ ଟଙ୍କା ଟଙ୍କା ନେବା ଓ ଜେଲ ଭିତରେ ଅନ୍ତେବାସୀଙ୍କୁ ନିଶା ଚାଲାଣ ଭଳି ସାଙ୍ଘାତିକ ଅଭିଯୋଗ ପାଇବା ପରେ ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କ ଘର ଓ ପ୍ଲଟ ରେଡ୍ କରିଥିଲା ଭିଜିଲାନ୍ସ। ଦେଢ଼କୋଟି ମୁଲ୍ୟର ଝାରପଡା ଘର ରହିଛି ।
ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳରେ ରହିଛି କୋଟି କୋଟି ଟଙ୍କାର ୪ ଟି ପ୍ଲଟ। ଘରୁ ମିଳିଛି ପୁଳା ପୁଳା ସୁନା ଓ ଦାମୀ ଜିନିଷ । ୨୦୦୧ ମସିହାରେ ଆସିଷ୍ଟାଣ୍ଟ ଜେଲର ଭାବେ କାମ ଆରମ୍ଭ କରିଥିବା ସତ୍ୟପ୍ରକାଶ ୨୦୦୮ ମସିହାରେ ଜେଲର ଭାବେ ପଦୋନ୍ନତି ପାଇ କଣ୍ଟାବାଞ୍ଜି ଜେଲରେ କାମ କରୁଥିଲେ । ୨୦୨୦ ରେ ସେ ସୁପରିଟେଣ୍ଡେଣ୍ଟ ଭାବେ ପଦୋନ୍ନତି ପାଇଥିଲେ । କିନ୍ତୁ ଝାରପଡା ଜେଲରେ ଥିବା ସମୟରେ ତାଙ୍କ ବିରୋଧରେ ଚିଟଫଣ୍ଡ ଠକଙ୍କୁ ଅନୁକମ୍ପା ଦେଖାଇବା, ଜେଲରେ ଥିବା ଅପରାଧୀଙ୍କ ପାଖୁ ନିଶା ପଠାଇବା ଆଦି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ହେବା ସହ ବାବୁଙ୍କ ବିରୋଧରେ ପଡିଥିଲା ପୁଳା ପୁଳା ପିଟିସନ ।
The post ବାବୁ ପିଉଥିଲେ ୩୦ ହଜାର ଟଙ୍କାର ଦାମୀ ମଦ, ଜଳକା ଭିଜିଲାନ୍ସ appeared first on .