ବାରଣାସୀରୁ ISI ଏଜେଣ୍ଟ ତୁଫୈଲ ଗିରଫ ; ପାକିସ୍ତାନ ପାଇଁ କରୁଥିଲା ଜାସୁସୀ, ପଠାଉ ଥିଲା ଫଟୋ ଓ ଭିଡ଼ିଓ

ବାରଣାସୀ :  ୟୁପି ଏଟିଏସକୁ ଆଉ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ପ୍ରାୟୋଜିତ ରାଷ୍ଟ୍ରବିରୋଧୀ ସଙ୍ଗଠନ ସହ ଜଡ଼ିତ ଦେଶ ବିରୋଧୀ କାର୍ଯ୍ୟ ଓ ପାକିସ୍ତାନ ପାଇଁ ଜାସୁସୀ କରୁଥିବା ଦୋଷୀପୁରା (ଜୈତପୁରା)ର ତୁଫୈଲକୁ ୟୁପି ଏଟିଏସ ଗିରଫ କରିଛି। ତା ଉପରେ ଲକ୍ଷ୍ନୌରେ ଏଟିଏସର ଥାନାରେ ମାମଲା ରୁଜୁ କରାଯାଇଛି। ସେ ନିଜର ନନିହାଲ ଆଦମପୁର ଥାନା ଅଞ୍ଚଳର ହନୁମାନ ଫାଟକ ଅଞ୍ଚଳର ନୱାପୁରାରେ ରହୁଥିଲା। ଆଦମପୁର ଥାନା ଅଞ୍ଚଳରୁ ଗୁରୁବାର ତାର ଗିରଫ ହୋଇଛି। ୟୁପି ଏଟିଏସକୁ ସୂଚନା ମିଳିଥିଲା ଯେ , ତୁଫୈଲ ପାକିସ୍ତାନ ପ୍ରାୟୋଜିତ ରାଷ୍ଟ୍ରବିରୋଧୀ ସଙ୍ଗଠନର ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ସହ ଜଡ଼ିତ ଭାରତର ସାର୍ବଭୌମତ୍ୱ , ଏକତା ଓ ଅଖଣ୍ଡତା ପ୍ରତି କ୍ଷତି ପହଞ୍ଚାଉଛି। ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ସହ ଜଡ଼ିତ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନର ନମ୍ୱରରେ ସେୟାର କରୁଛି। ଏଟିଏସର ଫିଲ୍ଡ ୟୁନିଟ୍‌ ବାରଣାସୀ ପକ୍ଷରୁ ତଥ୍ୟ ଗୁଡ଼ିକର ସ୍ପଷ୍ଟ କରାଯିବା ପରେ ଜଣାପଡ଼ିଲା ଯେ ତୁଫୈଲ ପାକିସ୍ତାନର ଅନେକ ଲୋକଙ୍କର ସଂପର୍କରେ ଅଛି। ପ୍ରତିବନ୍ଧିତ ଆତଙ୍କୀ ସଙ୍ଗଠନ ତେହରିକ-ଏ –ଲବୈକର ନେତା ମୌଲାନା ଶାଗ୍‌ ରିଜଭିର ଭିଡ଼ିଓ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଗଜଲା-ଏ-ହିନ୍ଦ୍‌ , ବାବରୀ ମସଜିଦ୍‌ର ପ୍ରତିଶୋଧ ନେବା ଓ ଭାରତରେ ଶରିୟତ ଲାଗୁ କରିବା ସମ୍ୱନ୍ଧୀୟ ମେସେଜ ସେୟାର କରୁଥିଲା।ତୁଫୈଲ ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଯେପରି – ରାଜଘାଟ

ବାରଣାସୀରୁ ISI ଏଜେଣ୍ଟ ତୁଫୈଲ ଗିରଫ ; ପାକିସ୍ତାନ ପାଇଁ କରୁଥିଲା ଜାସୁସୀ, ପଠାଉ ଥିଲା ଫଟୋ ଓ ଭିଡ଼ିଓ

ବାରଣାସୀ :  ୟୁପି ଏଟିଏସକୁ ଆଉ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ପ୍ରାୟୋଜିତ ରାଷ୍ଟ୍ରବିରୋଧୀ ସଙ୍ଗଠନ ସହ ଜଡ଼ିତ ଦେଶ ବିରୋଧୀ କାର୍ଯ୍ୟ ଓ ପାକିସ୍ତାନ ପାଇଁ ଜାସୁସୀ କରୁଥିବା ଦୋଷୀପୁରା (ଜୈତପୁରା)ର ତୁଫୈଲକୁ ୟୁପି ଏଟିଏସ ଗିରଫ କରିଛି। ତା ଉପରେ ଲକ୍ଷ୍ନୌରେ ଏଟିଏସର ଥାନାରେ ମାମଲା ରୁଜୁ କରାଯାଇଛି। ସେ ନିଜର ନନିହାଲ ଆଦମପୁର ଥାନା ଅଞ୍ଚଳର ହନୁମାନ ଫାଟକ ଅଞ୍ଚଳର ନୱାପୁରାରେ ରହୁଥିଲା। ଆଦମପୁର ଥାନା ଅଞ୍ଚଳରୁ ଗୁରୁବାର ତାର ଗିରଫ ହୋଇଛି। 

ୟୁପି ଏଟିଏସକୁ ସୂଚନା ମିଳିଥିଲା ଯେ , ତୁଫୈଲ ପାକିସ୍ତାନ ପ୍ରାୟୋଜିତ ରାଷ୍ଟ୍ରବିରୋଧୀ ସଙ୍ଗଠନର ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ସହ ଜଡ଼ିତ ଭାରତର ସାର୍ବଭୌମତ୍ୱ , ଏକତା ଓ ଅଖଣ୍ଡତା ପ୍ରତି କ୍ଷତି ପହଞ୍ଚାଉଛି। ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ସହ ଜଡ଼ିତ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନର ନମ୍ୱରରେ ସେୟାର କରୁଛି। 

ଏଟିଏସର ଫିଲ୍ଡ ୟୁନିଟ୍‌ ବାରଣାସୀ ପକ୍ଷରୁ ତଥ୍ୟ ଗୁଡ଼ିକର ସ୍ପଷ୍ଟ କରାଯିବା ପରେ ଜଣାପଡ଼ିଲା ଯେ ତୁଫୈଲ ପାକିସ୍ତାନର ଅନେକ ଲୋକଙ୍କର ସଂପର୍କରେ ଅଛି। ପ୍ରତିବନ୍ଧିତ ଆତଙ୍କୀ ସଙ୍ଗଠନ ତେହରିକ-ଏ –ଲବୈକର ନେତା ମୌଲାନା ଶାଗ୍‌ ରିଜଭିର ଭିଡ଼ିଓ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଗଜଲା-ଏ-ହିନ୍ଦ୍‌ , ବାବରୀ ମସଜିଦ୍‌ର ପ୍ରତିଶୋଧ ନେବା ଓ ଭାରତରେ ଶରିୟତ ଲାଗୁ କରିବା ସମ୍ୱନ୍ଧୀୟ ମେସେଜ ସେୟାର କରୁଥିଲା।

ତୁଫୈଲ ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଯେପରି – ରାଜଘାଟ ,ନମୋଘାଟ , ଜ୍ଞାନବାପୀ , ରେଲୱେ ଷ୍ଟେସନ , ଜାମା ମସଜିଦ୍‌ , ଲାଲ୍‌ କିଲ୍ଲା , ନିଜାମୁଦ୍ଦିନ ଔଲିଆ ଆଦିର ଫଟୋ ଓ ତଥ୍ୟ ପାକିସ୍ତାନୀ ନମ୍ୱରରେ ସେୟାର କରୁଥିଲା। ସେ ପାକିସ୍ତାନୀ ପକ୍ଷରୁ ଅପରେଟ୍ ହେଉଥିବା ଏହି ଗ୍ରୁପ୍‌ର ଲିଙ୍କ୍‌ ବାରଣାସୀର ଆହୁରି ଅନେକ ଲୋକଙ୍କୁ ମଧ୍ୟ ପଠାଉ ଥିଲା। ସେ ୬୦୦ରୁ ଅଧିକ ପାକିସ୍ତାନୀ ନମ୍ୱରର ସଂପର୍କରେ ଥିଲା।

ଜଣେ ପାକିସ୍ତାନ ସୈନିକର ପତ୍ନୀ ସହ ଫେସବୁକ୍‌ ସଂପର୍କରେ ଥିଲା –

ତୁଫୈଲ ଫେସବୁକ୍‌ ମାଧ୍ୟମରେ ପାକିସ୍ତାନର ଫୈସଲାବାଦ ନିବାସୀ ନଫିସା ନାମ୍ନୀ ଜଣେ ମହିଳାର ସଂପର୍କରେ ଥିଲା , ଯାହାର ସ୍ୱାମୀ ପାକିସ୍ତାନୀ ସେନାରେ ଅଛନ୍ତି। ଏଟିଏସ୍‌ ଓ ଅନ୍ୟ ଗୁଇନ୍ଦା ୟୁନିଟ୍‌ ଫେସବୁକ୍‌ ଆଇଡି ସହ ତାର ଅନ୍ୟ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଛାନଭିନ୍ କରୁଛନ୍ତି।