ବାରଣ୍ଡାରେ ଶୋଇଥିବାବେଳେ ଗାଲରୁ ମାଂସ ଝୁଣିନେଲା କୁକୁର: ତିନି ଗୁରୁତର

ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅନ୍ତର୍ଗତ ଧୋକାମୁଣ୍ଡା ଗ୍ରାମରେ ଗୋଟିଏ ପାଗଳ କୁକୁର ଆତଙ୍କ ଖେଳାଇଛି। କୁକୁରଟି ଅଦ୍ୟାବଧି ଦଶ ଜଣରୁ ଉର୍ଦ୍ଧ୍ୱଙ୍କୁ କାମୁଡିଥିବା ସୂଚନା ରହିଛି। ଆଜି ଗୋଟିଏ ଦିନରେ ଏହି କୁକୁର ଆକ୍ରମଣର ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଧୋକାମୁଣ୍ଡା ଗ୍ରାମରେ ଏହି ପାଗଳ କୁକୁର ପ୍ରଥମେ ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣଙ୍କୁ ଆସି ଗାଲରେ କାମୁଡି ମାଂସ ବାହାର […] The post ବାରଣ୍ଡାରେ ଶୋଇଥିବାବେଳେ ଗାଲରୁ ମାଂସ ଝୁଣିନେଲା କୁକୁର: ତିନି ଗୁରୁତର appeared first on Dharitri Odia News.

ବାରଣ୍ଡାରେ ଶୋଇଥିବାବେଳେ ଗାଲରୁ ମାଂସ ଝୁଣିନେଲା କୁକୁର: ତିନି ଗୁରୁତର

ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅନ୍ତର୍ଗତ ଧୋକାମୁଣ୍ଡା ଗ୍ରାମରେ ଗୋଟିଏ ପାଗଳ କୁକୁର ଆତଙ୍କ ଖେଳାଇଛି। କୁକୁରଟି ଅଦ୍ୟାବଧି ଦଶ ଜଣରୁ ଉର୍ଦ୍ଧ୍ୱଙ୍କୁ କାମୁଡିଥିବା ସୂଚନା ରହିଛି। ଆଜି ଗୋଟିଏ ଦିନରେ ଏହି କୁକୁର ଆକ୍ରମଣର ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଧୋକାମୁଣ୍ଡା ଗ୍ରାମରେ ଏହି ପାଗଳ କୁକୁର ପ୍ରଥମେ ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣଙ୍କୁ ଆସି ଗାଲରେ କାମୁଡି ମାଂସ ବାହାର କରିଦେଲା, ତାକୁ ପରିବାର ଲୋକେ ବହୁତ କଷ୍ଟରେ ସେଠାରୁ ଘୋଡାଇ ଦେଲେ କିନ୍ତୁ ପରେ ପୁଣି ଘରେ ବାପା ମା’ ବିଲକୁ ଯାଇଥିବା ବେଳେ ୯ ବର୍ଷ ନାବାଳକ ଓ ୬ବର୍ଷ ନାବାଳକ ଦୁଇ ଭାଇ ବାରଣ୍ଡାରେ ଶୋଇଥିବାବେଳେ ସେଇ ପାଗଳ କୁକୁର ଆସି ବିନୋଦ ନାୟକ ୯ ବର୍ଷ ନାବାଳକକୁ ଗାଲରେ କାମୁଡି ଝୁଣି ନେଇଗଲା ମାଂସ । ସାନ ଭାଇ ଓ ପୋଡ଼ଶୀ ବହୁତ କଷ୍ଟରେ ଘଉଡାଇ ଥିଲେ l ପରେ ବାପା ସାଧୁ ନାୟକ ଖବର ପାଇ ଆସିଲା ବେଳେ ସେଇ କୁକୁର ହାବୁଡ଼ରେ ପଡିଲେ ଓ ଆକ୍ରମଣର ଶିକାର ହୋଇଥିଲା। ଫଳସ୍ବରୂପ ତାଙ୍କ ଗୋଡରୁ ମାଂସ ଟାଣି ନେଇଗଲା କୁକୁର। ତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ତିନି ଜଣ ଗୁରୁତର ହବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପ୍ରାୟ ୭ ଜଣଙ୍କୁ ସମ୍ୟକ ଭାବେ ସେହି କୁକୁର ନଖ ଓ ଦାନ୍ତ ଲଗାଇଥିବା ଦୃଷ୍ଟିରୁ ସେମାନେ ମଧ୍ୟ ବଣାଇଁରେ ଚିକିତ୍ସାଧୀନ ଅଛନ୍ତି I ଗ୍ରାମରେ ଆତଙ୍କ ଖେଳାଇଛି ପାଗଳ କୁକୁର। ଆତଙ୍କିତ ଅବସ୍ଥାରେ ଥିବା ଗ୍ରାମବାସୀ ଓ କିଛି ଯୁବକ କୁକୁରକୁ ମାରିବା ପାଇଁ ସାହସ ଜୁଟାଇଥିବା ସୂଚନା ମିଳିଛି l

The post ବାରଣ୍ଡାରେ ଶୋଇଥିବାବେଳେ ଗାଲରୁ ମାଂସ ଝୁଣିନେଲା କୁକୁର: ତିନି ଗୁରୁତର appeared first on Dharitri Odia News.