ବାରବାଟିରେ ହେବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ !: ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ: ବାରବାଟିରେ ପୁଣି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରେ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥ ମ୍ୟାଚ୍ ବାରବାଟିରେ ଖେଳାଯାଇ ପାରେ ବୋଲି ସୂଚନା ମିଳିଛି। ମିଡିଆ ରିପୋର୍ଟ ଅନୁସାରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ବାରବାଟିରେ ଖେଳାଯିବାକୁ ଥିବା ବେଳେ ଅବିଶିଷ୍ଟ ମ୍ୟାଚ୍ ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଖେଳାଯିବ। ତେବେ ଟି-୨୦ ମ୍ୟାଚ୍ ପୂର୍ବରୁ ଦୁଇ ଦଳ ପ୍ରଥମେ ଦିନିକିଆ ସିରିଜ୍ ଖେଳିବେ। ଦିନିକିଆ ସିରିଜ ୩ ମ୍ୟାଚ୍ ବିଶିଷ୍ଟ ହେବ।ପଢନ୍ତୁ- ଯେତେ ହେଉ ନାଁ କାହିଁକି, ଏକ ଘଣ୍ଟାରୁ ବଢିବନି... IPLରେ ବଦଳିଲା ସୁପର ଓଭର ନିୟମତେବେ ବାରବାଟିରେ ମ୍ୟାଚ୍ ହେବା ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବିଭିନ୍ନ ମିଡିଆରେ ଏଭଳି ଖବର ସାମ୍ନାକୁ ଆସିଛି। ଏହା ପୂର୍ବରୁ ବାରବାଟିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ଖେଳ ମଝିରେ ଲାଇଟ୍ ଅଫ୍ ହୋଇଯିବାରୁ ଘଟଣାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ହୋଇଥିଲା। ତେବେ ଏନେଇ ଓସିଏ ସଭାପତି ପଙ୍କଜ ଲୋଚନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ବାରବାଟି ରେ ମ୍ୟାଚ୍ କରିବା ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ଅଧିକ ମ୍ୟାଚ ଦେବା ପାଇଁ ନିବେଦନ କରାଯାଇଥିଲା। ଏଯାଏ ଆମ ପାଖକୁ ବିସିସିଆଇ ପକ୍ଷ ରୁ କ
ନୂଆଦିଲ୍ଲୀ: ବାରବାଟିରେ ପୁଣି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରେ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥ ମ୍ୟାଚ୍ ବାରବାଟିରେ ଖେଳାଯାଇ ପାରେ ବୋଲି ସୂଚନା ମିଳିଛି।
ମିଡିଆ ରିପୋର୍ଟ ଅନୁସାରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ବାରବାଟିରେ ଖେଳାଯିବାକୁ ଥିବା ବେଳେ ଅବିଶିଷ୍ଟ ମ୍ୟାଚ୍ ନାଗପୁର, ଧର୍ମଶାଳା, ଲକ୍ଷ୍ନୌ, ଅହମ୍ମଦାବାଦରେ ଖେଳାଯିବ। ତେବେ ଟି-୨୦ ମ୍ୟାଚ୍ ପୂର୍ବରୁ ଦୁଇ ଦଳ ପ୍ରଥମେ ଦିନିକିଆ ସିରିଜ୍ ଖେଳିବେ। ଦିନିକିଆ ସିରିଜ ୩ ମ୍ୟାଚ୍ ବିଶିଷ୍ଟ ହେବ।
ପଢନ୍ତୁ- ଯେତେ ହେଉ ନାଁ କାହିଁକି, ଏକ ଘଣ୍ଟାରୁ ବଢିବନି... IPLରେ ବଦଳିଲା ସୁପର ଓଭର ନିୟମ
ତେବେ ବାରବାଟିରେ ମ୍ୟାଚ୍ ହେବା ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବିଭିନ୍ନ ମିଡିଆରେ ଏଭଳି ଖବର ସାମ୍ନାକୁ ଆସିଛି। ଏହା ପୂର୍ବରୁ ବାରବାଟିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ଖେଳ ମଝିରେ ଲାଇଟ୍ ଅଫ୍ ହୋଇଯିବାରୁ ଘଟଣାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ହୋଇଥିଲା।
ତେବେ ଏନେଇ ଓସିଏ ସଭାପତି ପଙ୍କଜ ଲୋଚନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ବାରବାଟି ରେ ମ୍ୟାଚ୍ କରିବା ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ଅଧିକ ମ୍ୟାଚ ଦେବା ପାଇଁ ନିବେଦନ କରାଯାଇଥିଲା। ଏଯାଏ ଆମ ପାଖକୁ ବିସିସିଆଇ ପକ୍ଷ ରୁ କୌଣସି ସୂଚନା ଆସିନାହିଁ। ଯଦି ମ୍ୟାଚ୍ ଆସିବ ତେବେ ଆସନ୍ତା ସୋମବାର ଆମ ପାଖକୁ ଅଫିସିଆଲ୍ ଖବର ଆସିବ ବୋଲି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି।