ବାରବାଟୀ ଦିନିକିଆ ମ୍ୟାଚ ପାଇଁ ରାଜଧାନୀରେ ପହଞ୍ଚିଲେ ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି
ଭୁବନେଶ୍ୱର: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି। ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ଦେଶର ଖେଳାଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଟିମ୍ ଇଣ୍ଡିଆ ଖେଳାଳିଙ୍କ ଟିକିଏ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ବେଶ୍ ଭିଡ଼ ଜମିଥିଲା। କେବଳ ବିମାନବନ୍ଦର ନୁହେଁ ହୋଟେଲ […]

ଭୁବନେଶ୍ୱର: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି। ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ଦେଶର ଖେଳାଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଟିମ୍ ଇଣ୍ଡିଆ ଖେଳାଳିଙ୍କ ଟିକିଏ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ବେଶ୍ ଭିଡ଼ ଜମିଥିଲା। କେବଳ ବିମାନବନ୍ଦର ନୁହେଁ ହୋଟେଲ ବାହାରେ ମଧ୍ୟ ବହୁ କ୍ରିକେଟ୍ ଫ୍ୟାନ୍ ଖେଳାଳିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ। ବିମାନବନ୍ଦରରୁ କଡ଼ା ସୁରକ୍ଷାରେ ମେଫେୟାର ହୋଟେଲକୁ ନିଆଯାଇଥିଲା।