ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମ ନୂଆ ରୂପ ନେବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ରାଜ୍ୟର ଏକମାତ୍ର ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନବକଳେବର ନିମନ୍ତେ ଆସନ୍ତା ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହାଛଡ଼ା ୪୨ଟି ନୂତନ କ୍ରିକେଟ ଏକାଡେମୀ ମଧ୍ୟ ସେହିଦିନ ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି। ପ୍ରକାଶଥାଉକି, ବାରବାଟୀ ଷ୍ଟାଡିୟମକୁ ନୂଆ ରୂପ […]

ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
CM will lay the foundation stone of transformation of the Iconic Barabati Stadium on 27th of this month

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମ ନୂଆ ରୂପ ନେବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ରାଜ୍ୟର ଏକମାତ୍ର ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନବକଳେବର ନିମନ୍ତେ ଆସନ୍ତା ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହାଛଡ଼ା ୪୨ଟି ନୂତନ କ୍ରିକେଟ ଏକାଡେମୀ ମଧ୍ୟ ସେହିଦିନ ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି।

ପ୍ରକାଶଥାଉକି, ବାରବାଟୀ ଷ୍ଟାଡିୟମକୁ ନୂଆ ରୂପ ଦେବା ନିମନ୍ତେ ଉଦ୍ୟମ କରାଯାଉଛି। ଓସିଏର ଗତ ବାର୍ଷିକ ସାଧାରଣ ବୈଠକରେ ଏ ବାବଦରେ ଘୋଷଣା କରାଯାଇଥିଲା। ୭୦ବର୍ଷର ପୁରୁଣା ବାରବାଟୀ ଷ୍ଟାଡିୟମର ନବକଳେବର ନିମନ୍ତେ ଆବଶ୍ୟକ ପଡ଼ିଲେ ବିଭିନ୍ନ ଗ୍ୟାଲେରୀକୁ ଭଙ୍ଗା ଯିବ ବୋଲି ଜଣାପଡିଛି।

ନବୀକରଣର ପ୍ରିଲିମିନାରୀ ପ୍ରୋଜେକ୍ଟ ରିପୋର୍ଟ (ପିପିଆର) ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କାମ ମଧ୍ୟ କରାଯାଉଛି। ଆସନ୍ତା ୨୭ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଖୁବ୍‌ଶୀଘ୍ର କାମ କରାଯିବ ବୋଲି ଜଣାପଡିଛି।