ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

କଟକ: ଉଦଯାପିତ ହୋଇଯାଇଛି ଓଡ଼ିଶା ଆଥଲେଟିକ ସଂଘ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର। ଏଥିରେ ବିଭିନ୍ନ ଜିଲ୍ଲାର ୧୨ରୁ ୧୬ ବର୍ଷ ବୟସର ୧୦୦ ଜଣ ଖେଳାଳି ଏଥିରେ ସାମିଲ ହୋଇଥିଲେ। ଶିବିରରୁ ପ୍ରତିଭାବାନ ଖେଳାଳି ଚୟନ କରିବା ଲକ୍ଷ୍ୟ ରଖାଯାଇଥିଲା। ସଂଘ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ଆବାସିକ ଏକାଡେମୀରେ ଏହି ଖେଳାଳିଙ୍କୁ ସ୍ଥାନ ମିଳିବ।ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଏଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଯୋଗ ଦେଇଥିଲେ। ସଂଘ କାର୍ଯ୍ୟକାରୀ ସଂପାଦକ ଅଭିଜିତ ପାଲ, ସଂଘ ସଭାପତି ଜି.ଏସ୍ ପଟ୍ଟନାୟକ , ଅନ୍ତର୍ଜାତୀୟ ମାରାଥନ ଧାବକ ଡ . ବିବେକାନନ୍ଦ ତ୍ରିପାଠୀ , ଅଲିମ୍ପିଆନ ଅନୁରାଧା ବିଶ୍ଵାଳ, ଫାଓ କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଓଏଏ ଯୁଗ୍ମ ସମ୍ପାଦକ ରବି ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

କଟକ: ଉଦଯାପିତ ହୋଇଯାଇଛି ଓଡ଼ିଶା ଆଥଲେଟିକ ସଂଘ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର। ଏଥିରେ ବିଭିନ୍ନ ଜିଲ୍ଲାର ୧୨ରୁ ୧୬ ବର୍ଷ ବୟସର ୧୦୦ ଜଣ ଖେଳାଳି ଏଥିରେ ସାମିଲ ହୋଇଥିଲେ। ଶିବିରରୁ ପ୍ରତିଭାବାନ ଖେଳାଳି ଚୟନ କରିବା ଲକ୍ଷ୍ୟ ରଖାଯାଇଥିଲା। ସଂଘ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ଆବାସିକ ଏକାଡେମୀରେ ଏହି ଖେଳାଳିଙ୍କୁ ସ୍ଥାନ ମିଳିବ।

ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଏଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଯୋଗ ଦେଇଥିଲେ। ସଂଘ କାର୍ଯ୍ୟକାରୀ ସଂପାଦକ ଅଭିଜିତ ପାଲ, ସଂଘ ସଭାପତି ଜି.ଏସ୍ ପଟ୍ଟନାୟକ , ଅନ୍ତର୍ଜାତୀୟ ମାରାଥନ ଧାବକ ଡ . ବିବେକାନନ୍ଦ ତ୍ରିପାଠୀ , ଅଲିମ୍ପିଆନ ଅନୁରାଧା ବିଶ୍ଵାଳ, ଫାଓ କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଓଏଏ ଯୁଗ୍ମ ସମ୍ପାଦକ ରବି ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।