ବାରବାଟୀରେ ସେଲିବ୍ରିଟି କ୍ରିକେଟ ଲିଗ: ସାମିଲ ହେବେ ବଲିଉଡ଼ କଳାକାର

କନକ ବ୍ୟୁରୋ: ବାରବାଟୀରେ ପୁଣି କ୍ରିକେଟ ଫିଭର ।  ଏଥର କ୍ରିକେଟ ଖେଳିବେ ନାମୀଦାମୀ ବଲିଉଡ୍ କଳାକାର । ଏନେଇ ଆଜି ଆୟୋଜକ ଟିମ୍ ଫିଲ୍ଡ ଭିଜିଟ କରିଥିବା ବେଳେ ପୂର୍ବ ମ୍ୟାଚ୍ ବେଳେ ହୋଇଥିବା ଅବ୍ୟବସ୍ଥା ନେଇ ରାଜ୍ୟସଭା ସାଂସଦ ମୁହଁ ଖୋଲିଛନ୍ତି । କଟକରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଆସନ୍ତା ଫେବୃୟାରୀ ୧୬ ରେ ବାରବାଟୀରେ ଖେଳାଯିବ । ଏଥିରେ ସାମିଲ ହେବେ ସୋନୁ ସୁଦ, ଋତେଶ ଦେଶମୁଖ, ଅର୍ଜୁନ କପୁର, ମନୋଜ ତିୱାରୀ ଓ ଜାହ୍ନବୀ କପୁର ଭଳି ନାମୀଦାମୀ ବଲିଉଡ ଷ୍ଟାର୍ ।  ଏ ନେଇ ଆଜି ଆୟୋଜକ ଟିମ୍ ଆଜି ଫିଲ୍ଡ ଭିଜିଟ୍ କରି ବ୍ୟବସ୍ଥା ଅନୁଧ୍ୟାନ କରିଛି ।  ସେଲିବ୍ରିଟିଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଥିବା ଆଗ୍ରହକୁ ନଜରରେ ରଖି ଅନଲାଇନ୍ ରେ ଟିକେଟ ଉପଲବ୍ଧ ରହିବ ।  ରବିବାର ଦିନ ବାରବାଟୀରେ ସେଲିବ୍ରିଟ କ୍ରିକେଟ ଲିଗରେ ଦୁଇଟି ମ୍ୟାଚ ଖେଳାଯିବ ।ପ୍ରଥମ ମ୍ୟାଚ-ପଞ୍ଜାବ ଦା ସେର ବନାମ ଭୋଜପୁରୀ ଦବଙ୍ଗସ୍ସମୟ:ଦିନ ୨ରୁ ସନ୍ଧ୍ୟା ୬ଟାଦ୍ୱିତୀୟ ମ୍ୟାଚମୁମ୍ବାଇ ହିରୋସ ବନାମ ବେଙ୍ଗଲ ଟାଇଗର୍ସସମୟ: ସନ୍ଧ୍ୟା ୬.୩୦ରୁ ରାତି ୧୦ଟା ୩୦  ସେଲିବ୍ରିଟି କ୍ରିକେଟ ଲିଗରେ ଭାଗ ନେବାକୁ ଥିବା ଫିଲ୍ମ ପ୍ରଯୋଜକ ବୋନି କପୁର ଓ ଅଭିନେତା ଅର୍ଜୁନ କପୁର  କାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମ୍ୟାଚବେଳେ ବାରବାଟୀ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ  ନିମନ୍ତ୍ରଣ କରିଥିଲେ ।  ସେଲିବ୍ରିଟ ଲିଗ ପାଇଁ ବଲିଉଡ କଳାକାର  କଟକ ଆସିବେ ।  ଶନ

ବାରବାଟୀରେ ସେଲିବ୍ରିଟି କ୍ରିକେଟ ଲିଗ: ସାମିଲ ହେବେ ବଲିଉଡ଼ କଳାକାର

କନକ ବ୍ୟୁରୋ: ବାରବାଟୀରେ ପୁଣି କ୍ରିକେଟ ଫିଭର ।  ଏଥର କ୍ରିକେଟ ଖେଳିବେ ନାମୀଦାମୀ ବଲିଉଡ୍ କଳାକାର । ଏନେଇ ଆଜି ଆୟୋଜକ ଟିମ୍ ଫିଲ୍ଡ ଭିଜିଟ କରିଥିବା ବେଳେ ପୂର୍ବ ମ୍ୟାଚ୍ ବେଳେ ହୋଇଥିବା ଅବ୍ୟବସ୍ଥା ନେଇ ରାଜ୍ୟସଭା ସାଂସଦ ମୁହଁ ଖୋଲିଛନ୍ତି ।

କଟକରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଆସନ୍ତା ଫେବୃୟାରୀ ୧୬ ରେ ବାରବାଟୀରେ ଖେଳାଯିବ । ଏଥିରେ ସାମିଲ ହେବେ ସୋନୁ ସୁଦ, ଋତେଶ ଦେଶମୁଖ, ଅର୍ଜୁନ କପୁର, ମନୋଜ ତିୱାରୀ ଓ ଜାହ୍ନବୀ କପୁର ଭଳି ନାମୀଦାମୀ ବଲିଉଡ ଷ୍ଟାର୍ ।  ଏ ନେଇ ଆଜି ଆୟୋଜକ ଟିମ୍ ଆଜି ଫିଲ୍ଡ ଭିଜିଟ୍ କରି ବ୍ୟବସ୍ଥା ଅନୁଧ୍ୟାନ କରିଛି ।  ସେଲିବ୍ରିଟିଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଥିବା ଆଗ୍ରହକୁ ନଜରରେ ରଖି ଅନଲାଇନ୍ ରେ ଟିକେଟ ଉପଲବ୍ଧ ରହିବ । 

ରବିବାର ଦିନ ବାରବାଟୀରେ ସେଲିବ୍ରିଟ କ୍ରିକେଟ ଲିଗରେ ଦୁଇଟି ମ୍ୟାଚ ଖେଳାଯିବ ।
ପ୍ରଥମ ମ୍ୟାଚ
-ପଞ୍ଜାବ ଦା ସେର ବନାମ ଭୋଜପୁରୀ ଦବଙ୍ଗସ୍
ସମୟ:ଦିନ ୨ରୁ ସନ୍ଧ୍ୟା ୬ଟା
ଦ୍ୱିତୀୟ ମ୍ୟାଚ
ମୁମ୍ବାଇ ହିରୋସ ବନାମ ବେଙ୍ଗଲ ଟାଇଗର୍ସ
ସମୟ: ସନ୍ଧ୍ୟା ୬.୩୦ରୁ ରାତି ୧୦ଟା ୩୦ 

ସେଲିବ୍ରିଟି କ୍ରିକେଟ ଲିଗରେ ଭାଗ ନେବାକୁ ଥିବା ଫିଲ୍ମ ପ୍ରଯୋଜକ ବୋନି କପୁର ଓ ଅଭିନେତା ଅର୍ଜୁନ କପୁର  କାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମ୍ୟାଚବେଳେ ବାରବାଟୀ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ  ନିମନ୍ତ୍ରଣ କରିଥିଲେ ।  ସେଲିବ୍ରିଟ ଲିଗ ପାଇଁ ବଲିଉଡ କଳାକାର  କଟକ ଆସିବେ ।  ଶନିବାର ଅଭ୍ୟାସ କରିବେ ରବିବାର ବାରବାଟୀରେ ଜମିବ ମ୍ୟାଚ ।