ବାରମାଣପାଟଣା ଗ୍ରାମରୁ ଚିତ୍ରା ହରିଣ ଉଦ୍ଧାର
ପିପିଲି: ପିପିଲି ଥାନା ପୁବାଶାସନ ପଞ୍ଚାୟତର ବାରମାଣପାଟଣା ଗ୍ରାମରୁ ସୋମବାର ଏକ ଚିତ୍ରା ହରିଣକୁ ଉଦ୍ଧାର କରାଯାଇଛି। ହରିଣଟି ଗ୍ରାମ ନିକଟ ଧାନ କ୍ଷେତରେ ଏଣେ ତେଣେ ବୁଲୁଥିବାବେଳେ କେତେକ ବୁଲା କୁକୁର ତାକୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲେ। ଭୟରେ ହରିଣଟି ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା। ସ୍ଥାନୀୟ ଲୋକେ ବିନା ଆଘାତରେ ହରିଣଟିକୁ କାବୁ କରିବା ପରେ ପୁଲିସ ଓ ବନ ବିଭାଗକୁ […]

ପିପିଲି: ପିପିଲି ଥାନା ପୁବାଶାସନ ପଞ୍ଚାୟତର ବାରମାଣପାଟଣା ଗ୍ରାମରୁ ସୋମବାର ଏକ ଚିତ୍ରା ହରିଣକୁ ଉଦ୍ଧାର କରାଯାଇଛି। ହରିଣଟି ଗ୍ରାମ ନିକଟ ଧାନ କ୍ଷେତରେ ଏଣେ ତେଣେ ବୁଲୁଥିବାବେଳେ କେତେକ ବୁଲା କୁକୁର ତାକୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲେ। ଭୟରେ ହରିଣଟି ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା। ସ୍ଥାନୀୟ ଲୋକେ ବିନା ଆଘାତରେ ହରିଣଟିକୁ କାବୁ କରିବା ପରେ ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ। କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସନ୍ଦୀପ ଦାସଙ୍କ ସମେତ ବାଳକାଟୀ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ବନ କର୍ମଚାରୀମାନେ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ତା’ର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇଥିଲେ। ଏହି ହରିଣକୁ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଖାଦ୍ୟ ଓ ପାଣି ଅନ୍ୱେଷଣରେ ଉକ୍ତ ହରିଣଟି ବାଲୁଖଣ୍ଡ ଜଙ୍ଗଲ ଅଞ୍ଚଳରୁ ଏଠାକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଗତ ଦୁଇଦିନ ତଳେ ହରିଣଟି ବାଲିପାଟଣା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀ କୂଳ ଅଚ୍ୟୁତପୁର ଅଞ୍ଚଳରେ ବୁଲୁଥିବାର ଲୋକେ ଦେଖିଥିଲେ।