ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ୍-ଜନଜୀବନ ଅସ୍ତବ୍ୟସ୍ତ
ଲଡୁଗାଁ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଗୁଳୁଗୁଳି ସାଙ୍ଗକୁ ୪୦ ଡ଼ିଗ୍ରୀକୁ ପାର୍ ହେଲାଣି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ରୌଦ୍ରତାପ ସହ ଗୁଳୁଗୁଳି ରେ ଲୋକେ ଯେତେ ଅତିଷ୍ଟ ହେଉଛନ୍ତି ତା ଠାରୁ ଅଧିକ ଅଘୋଷିତ ବିଦ୍ୟୁତ୍ କାଟରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। କାଳବୈଶାଖୀ ବର୍ଷା ପବନ ହେଉ ଅବା ଅକାରଣେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେବା ଯୋଗୁଁ ଲୋକାମାନେ ନାହିଁନଥିବା […]

ଲଡୁଗାଁ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଗୁଳୁଗୁଳି ସାଙ୍ଗକୁ ୪୦ ଡ଼ିଗ୍ରୀକୁ ପାର୍ ହେଲାଣି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ରୌଦ୍ରତାପ ସହ ଗୁଳୁଗୁଳି ରେ ଲୋକେ ଯେତେ ଅତିଷ୍ଟ ହେଉଛନ୍ତି ତା ଠାରୁ ଅଧିକ ଅଘୋଷିତ ବିଦ୍ୟୁତ୍ କାଟରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। କାଳବୈଶାଖୀ ବର୍ଷା ପବନ ହେଉ ଅବା ଅକାରଣେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହେବା ଯୋଗୁଁ ଲୋକାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଘୋଷିତ ବିଦ୍ୟୁତ କାଟି ଲୋକଙ୍କୁ ହଇରାଣ କରିବା ପରେ ସେପଟେ ବିଦ୍ୟୁତ ଚୋରା ବେପାର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଳେଇଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ପିଲାଏ ଫଲ୍ଟ ଖୋଜୁଛନ୍ତି । ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନଥିବାବେଳେ ଜନସାଧରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।