ବାରମ୍ବାର ବିଫଳ ଓଡ଼ିଶା କ୍ରିକେଟ: କ୍ରିକେଟ ସହ କିଏ ଖେଳୁଛି ଖେଳ?

କନକ ବ୍ୟୁରୋ: ଓଡ଼ିଶା କ୍ରିକେଟର ହୋଇଛି କଣ? କାହିଁକି ବାରମ୍ବାର ବିଫଳତା ଦେଇ ଗତି କରୁଛି ଓଡ଼ିଶା କ୍ରିକେଟ । କୌଣସି ବି ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି ଖେଳାଳି । ଖାଲି ସେତିକି ନୁହେଁ ଅନ୍ତର୍ଜାତୀୟ ମ୍ୟାଚ ତ ଦୂରର କଥା ଆଇପିଏଲରେ ବି ଖେଳାଳି ସୁଯୋଗ ପାଉନାହାନ୍ତି । ଏହା ପଛରେ କଣ ରହିଛି କାରଣ? କାହିଁକି ଆଗକୁ ବଢି ପାରୁନି ଟିମ? ଓଡିଶା କ୍ରିକେଟ ସହ କିଏ ଖେଳୁଛି ଖେଳ?  ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଘରୋଇ ଟି-୨୦ର ଏକ ପ୍ରମୁଖ ଫର୍ମାଟ । ଏହିଠାରେ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରି ଖେଳାଳି ଆଇପିଏଲରେ ସୁଯୋଗ ପାଇଥାନ୍ତି । ହେଲେ ଏହି ଫର୍ମାଟରେ ଓଡିଶା ଟିମର ପ୍ରଦର୍ଶନ ଏକଦମ ଶୂନ । ଗତ ୪ ବର୍ଷରେ ଦଳ ପଏଣ୍ଟ ଟେବୁଲର ଶେଷରେ ରହି ଆସୁଛି । ଚଳିତ ବର୍ଷ ବି ଦଳର ସମାନ ସ୍ଥିତି । ଓଡିଶା ଗ୍ରୁପ ଡି’ରେ ସବାଶେଷରେ ରହିଛି । ୬ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୪ଟିରେ ପରାଜିତ ହୋଇଛି । ଦଳର ଏଭଳି ସ୍ଥିତି ଖେଳାଳିଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ନେଇ ଯାଉଛି । ତେବେ ଏଥିପାଇଁ ଦାୟୀ କିଏ?  ଝାଡଖଣ୍ଡ, ଛତିଶଗଡ ଓ ଜାମ୍ମୁ କାଶ୍ମୀର ଭଳି ରାଜ୍ୟରୁ ଖେଳାଳି ଆଇପିଏଲରେ ସୁଯୋଗ ପାଉଛନ୍ତି । ଏମିତି କି କାଶ୍ମୀରରୁ ଚଳିତ ବର୍ଷ ଆଇପିଏଲ ମେଗା ଅକ୍ସନରେ ୪ ଖେଳାଳି ଚୟନ ହୋଇଛନ୍ତି । ସବୁ ରାଜ୍ୟ ଘରୋଇ କ୍ରିକେଟରେ ଉନ୍ନତି କରୁଥିବା ବେଳେ ଓଡିଶା କାହିଁକି ପଛୁଆ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ବାରମ୍ବାର ବିଫଳ ଓଡ଼ିଶା କ୍ରିକେଟ: କ୍ରିକେଟ ସହ କିଏ ଖେଳୁଛି ଖେଳ?

କନକ ବ୍ୟୁରୋ: ଓଡ଼ିଶା କ୍ରିକେଟର ହୋଇଛି କଣ? କାହିଁକି ବାରମ୍ବାର ବିଫଳତା ଦେଇ ଗତି କରୁଛି ଓଡ଼ିଶା କ୍ରିକେଟ । କୌଣସି ବି ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି ଖେଳାଳି । ଖାଲି ସେତିକି ନୁହେଁ ଅନ୍ତର୍ଜାତୀୟ ମ୍ୟାଚ ତ ଦୂରର କଥା ଆଇପିଏଲରେ ବି ଖେଳାଳି ସୁଯୋଗ ପାଉନାହାନ୍ତି । ଏହା ପଛରେ କଣ ରହିଛି କାରଣ? କାହିଁକି ଆଗକୁ ବଢି ପାରୁନି ଟିମ? ଓଡିଶା କ୍ରିକେଟ ସହ କିଏ ଖେଳୁଛି ଖେଳ? 

ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଘରୋଇ ଟି-୨୦ର ଏକ ପ୍ରମୁଖ ଫର୍ମାଟ । ଏହିଠାରେ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରି ଖେଳାଳି ଆଇପିଏଲରେ ସୁଯୋଗ ପାଇଥାନ୍ତି । ହେଲେ ଏହି ଫର୍ମାଟରେ ଓଡିଶା ଟିମର ପ୍ରଦର୍ଶନ ଏକଦମ ଶୂନ । ଗତ ୪ ବର୍ଷରେ ଦଳ ପଏଣ୍ଟ ଟେବୁଲର ଶେଷରେ ରହି ଆସୁଛି । ଚଳିତ ବର୍ଷ ବି ଦଳର ସମାନ ସ୍ଥିତି । ଓଡିଶା ଗ୍ରୁପ ଡି’ରେ ସବାଶେଷରେ ରହିଛି । ୬ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୪ଟିରେ ପରାଜିତ ହୋଇଛି । ଦଳର ଏଭଳି ସ୍ଥିତି ଖେଳାଳିଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ନେଇ ଯାଉଛି । ତେବେ ଏଥିପାଇଁ ଦାୟୀ କିଏ? 

ଝାଡଖଣ୍ଡ, ଛତିଶଗଡ ଓ ଜାମ୍ମୁ କାଶ୍ମୀର ଭଳି ରାଜ୍ୟରୁ ଖେଳାଳି ଆଇପିଏଲରେ ସୁଯୋଗ ପାଉଛନ୍ତି । ଏମିତି କି କାଶ୍ମୀରରୁ ଚଳିତ ବର୍ଷ ଆଇପିଏଲ ମେଗା ଅକ୍ସନରେ ୪ ଖେଳାଳି ଚୟନ ହୋଇଛନ୍ତି । ସବୁ ରାଜ୍ୟ ଘରୋଇ କ୍ରିକେଟରେ ଉନ୍ନତି କରୁଥିବା ବେଳେ ଓଡିଶା କାହିଁକି ପଛୁଆ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶେଷଥର ପାଇଁ ବିପ୍ଲବ ସାମନ୍ତରାୟ ଓ ଶୁଭ୍ରାଶୁଂ ସେନାପତି ଓଡିଶା ତରଫରୁ ଆଇପିଏଲରେ ସୁଯୋଗ ପାଇଥିଲେ । ବିପ୍ଲବ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିବା ବେଳେ ଶୁଭ୍ରାଶୁଂ କିନ୍ତୁ ସୁଯୋଗ ପାଇପାରିନଥିଲେ । 

ଫଳ ସ୍ୱରୂପ ନିଜ ଭବିଷ୍ୟତକୁ ଆଖି ଆଗରେ ରଖି ନିକଟରେ ଶୁଭ୍ରାଶୁଂ ଓଡିଶା କ୍ରିକେଟର ହାତ ଛାଡି ଦେଇଥିଲେ । ଆଉ ମଧ୍ୟ ପ୍ରଦେଶ ପାଇଁ ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ନଜର ଆସିଥିଲେ । ସତରେ କଣ ଓଡିଶା କ୍ରିକେଟରେ ଭବିଷ୍ୟତ ନାହିଁ? କାହିଁକି ଦଳ ଛାଡି ଅନ୍ୟ ରାଜ୍ୟ ପାଇଁ ଖେଳିବାକୁ ଇଚ୍ଛା କରୁଛନ୍ତି ଖେଳାଳି? 

ବର୍ଷ ବର୍ଷ ଧରି ସବୁବେଳେ ବିଫଳ ହୋଇ ବ୍ୟାକଫୁଟ୍ରେରେ ଓଡିଶା କ୍ରିକେଟ । ଖେଳାଳିଙ୍କ ଟ୍ରାକ୍ ରେକର୍ଡ ଏତେ ଖରାପ ଯେ ଅନ୍ତର୍ଜାତୀୟ ଫର୍ମାଟରେ ଖେଳିବାକୁ ସୁଯୋଗ ମିଳିପାରୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି କ୍ରିକେଟ ଫ୍ୟାନ । 

ତେବେ ଓଡ଼ିଶା କ୍ରିକେଟର ଏଭଳି ଦୟନୀୟ ସ୍ଥିତି ପଛରେ କଣ ରହିଛି କାରଣ? 
ହକିରେ ଓଡ଼ିଶା ଖେଳାଳି ଗର୍ବ ଆଣୁଥିବାବେଳେ କ୍ରିକେଟରେ କାହିଁକି କଳାଦାଗ ଲଗାଉଛନ୍ତି ଖେଳାଳି? 
ଖେଳାଳିଙ୍କ ମନୋବଳ ଭାଙ୍ଗୁଛି ନା ଭାଙ୍ଗିବା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର? 
ଏଭଳି ଶୋଚନୀୟ ସ୍ଥିତି ପଛରେ କ’ଣ ରହିଛି କାରଣ? 

ବର୍ଷ ବର୍ଷ ଧରି ଓସିଏରେ ରାଜୁତି କରୁଥିବା ପ୍ରଶାସନ ନା କୋଚିଂରେ ରହୁଛି କି ତ୍ରୁଟି? ଭିତ୍ତିଭୂମିର ଅଭାବ ନଥାଇ ବି କାହିଁକି ଆମ ଓଡ଼ିଶା ଖେଳାଳି ହେଉଛନ୍ତି ଅଲୋଡ଼ା? 

ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍ କରିଥିଲେ ପୂର୍ବ ସରକାର ଏବେ ଓଡ଼ିଶା କ୍ରିକେଟରେ ଲାଗିଥିବା କଳାଦାଗକୁ ଲିଭାଇବେ କି ମୋହନ ସରକାର? ତେବେ ଏସବୁର କାରଣ କେବେ ଖୋଜା ହେବ? ଆଉ ଓଡ଼ିିଶା କ୍ରିକେଟର ବିକାଶ ପାଇଁ ସରକାର କେବେ ତତ୍ପର ହେବେ ତାହା ଦେଖିବା ବାକି ରହିଲା ।