ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ଯୁ

ଲମତାପୁଟ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ଯୁ ଘଟିଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଗେରୁପୁଟ ଜଙ୍ଗଲ ନିକଟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା। କାଠ ସଂଗ୍ରହ ପାଇଁ ଜଙ୍ଗଲ ଯାଇଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ଘଟିଛି। ମୃତ ସ୍ବାମୀଙ୍କ ନାଁ ବଳରାମ ଗଲେଲ ହୋଇଥିବାବେଳେ ସ୍ତ୍ରୀଙ୍କ ନାମ ବଲା ଗାଲେଲ୍ ବୋଲି ଜଣାପଡ଼ିଛି। ଉଭୟ ନନ୍ଦପୁର ହାଟ ପଦା ନିକଟରେ ଏକ […]

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ଯୁ
death

ଲମତାପୁଟ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ଯୁ ଘଟିଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଗେରୁପୁଟ ଜଙ୍ଗଲ ନିକଟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା। କାଠ ସଂଗ୍ରହ ପାଇଁ ଜଙ୍ଗଲ ଯାଇଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ଘଟିଛି। ମୃତ ସ୍ବାମୀଙ୍କ ନାଁ ବଳରାମ ଗଲେଲ ହୋଇଥିବାବେଳେ ସ୍ତ୍ରୀଙ୍କ ନାମ ବଲା ଗାଲେଲ୍ ବୋଲି ଜଣାପଡ଼ିଛି। ଉଭୟ ନନ୍ଦପୁର ହାଟ ପଦା ନିକଟରେ ଏକ ଚା’ ଦୋକାନ କରିଥିଲେ। ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ବହୁତ ସମୟ ଧରି ନ ଫେରିବାରୁ ତାଙ୍କୁ ଗାଁ ଲେକେ ଖୋଜା ଖୋଜି କରିଥିଲେ। ଶେଷରେ ଜଙ୍ଗଲ ମଧ୍ୟରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସହିତ ଉଭୟଙ୍କ ମୃତଦେହ ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ନନ୍ଦପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।