ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି ଅଭିଯୋଗ, ମହିଳା ଅଟକ

ବାରିପଦା ୦୯।୦୩ : ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ। ପିଲା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ। ମହିଳା ଜଣକ ରାସଗୋବିନ୍ଦପୁର ଥାନା ଝିଙ୍କିରିଆ ଗାଁର ବୋଲି ଜଣାପଡିଛି। ମିଳିଥିବା ଖବର ଅନୁସାରେ, ବାରିପଦା ମୁଖ୍ୟ ଡାକ୍ତରଖାନାରୁ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ ଶିଶୁଙ୍କୁ ଚୋରି କରି ନେଉଥିବା ବେଳେ ଧରି ପୋଲିସ ଜିମା ଦେଇଛନ୍ତି ପରିବାର ଲୋକେ। ଏହାପରେ ପୋଲିସ ମହିଳା ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି । ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ନା ଆଉ କଣ । ତାକୁ ଜାଣିବା ପାଇଁ ଯାଞ୍ଚ କରୁଛି ପୋଲିସ । ବର୍ତ୍ତମାନ ଯାଏଁ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।  

ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି ଅଭିଯୋଗ, ମହିଳା ଅଟକ

ବାରିପଦା ୦୯।୦୩ : ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ। ପିଲା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ। ମହିଳା ଜଣକ ରାସଗୋବିନ୍ଦପୁର ଥାନା ଝିଙ୍କିରିଆ ଗାଁର ବୋଲି ଜଣାପଡିଛି। 

ମିଳିଥିବା ଖବର ଅନୁସାରେ, ବାରିପଦା ମୁଖ୍ୟ ଡାକ୍ତରଖାନାରୁ ଶୁନଗଡିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ ଶିଶୁଙ୍କୁ ଚୋରି କରି ନେଉଥିବା ବେଳେ ଧରି ପୋଲିସ ଜିମା ଦେଇଛନ୍ତି ପରିବାର ଲୋକେ। ଏହାପରେ ପୋଲିସ ମହିଳା ଜଣଙ୍କୁ ଅଟକ ରଖି ଜେରା କରିବା ସହ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି । ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ନା ଆଉ କଣ । ତାକୁ ଜାଣିବା ପାଇଁ ଯାଞ୍ଚ କରୁଛି ପୋଲିସ । ବର୍ତ୍ତମାନ ଯାଏଁ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।