ବାର୍ ବାର୍ ବିଜୁଳି କାଟ୍ କୁ ନେଇ ତାତିଲେ ଛାତ୍ର ଛାତ୍ରୀ…ଅବରୋଧ କଲେ ଜାତୀୟ ରାଜପଥ।ଘଂଟାଏ ପରେ ହେଲା ସ୍ୱାଭାବିକ.

ଲକ୍ଷ୍ମୀପୁର ୦୭/୦୮ … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ସ୍କୁଲ ରେ ବାରମ୍ବାର ବିଜୁଳି କାଟ୍ କୁ ନେଇ ଉତ୍ୟକ୍ତ ହେଲେ ଛାତ୍ର ଛାତ୍ରୀ।ଏନେଇ ଜାତୀୟ ରାଜପଥ ଅବରୋଧ କରିବାକୁ ବି ପଛାଇ ନାହାନ୍ତି।ପ୍ରାପ୍ତ ଖବର ଅନୁଯାୟୀ ଲକ୍ଷ୍ମୀପୁର ବ୍ଲକରେ ପ୍ରତ୍ୟେକ ଦିନ ବାର୍ ବାର୍ ବିଜୁଳି ଫେଲ୍ ହୋଉଥିବାକୁ ନେଇ ବ୍ଲକ୍ ବାସିନ୍ଦା ଅତିଷ୍ଟ୍ ହୋଇ ପଡିଲେଣି।ଏନେଇ ବ୍ଲକ୍ ରେ ଥିବା ବିଭିନ୍ନ ସେବାଶ୍ରମ ରେ ରହୁଥିବା ଅନ୍ତେବାସୀ ନାହିଁ ନଥିବା ଅସୁବିଧାର […] The post ବାର୍ ବାର୍ ବିଜୁଳି କାଟ୍ କୁ ନେଇ ତାତିଲେ ଛାତ୍ର ଛାତ୍ରୀ…ଅବରୋଧ କଲେ ଜାତୀୟ ରାଜପଥ।ଘଂଟାଏ ପରେ ହେଲା ସ୍ୱାଭାବିକ. appeared first on Odisha.News.

ବାର୍ ବାର୍ ବିଜୁଳି କାଟ୍ କୁ ନେଇ ତାତିଲେ ଛାତ୍ର ଛାତ୍ରୀ…ଅବରୋଧ କଲେ ଜାତୀୟ ରାଜପଥ।ଘଂଟାଏ ପରେ ହେଲା ସ୍ୱାଭାବିକ.

ଲକ୍ଷ୍ମୀପୁର ୦୭/୦୮ …
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ସ୍କୁଲ ରେ ବାରମ୍ବାର ବିଜୁଳି କାଟ୍ କୁ ନେଇ ଉତ୍ୟକ୍ତ ହେଲେ ଛାତ୍ର ଛାତ୍ରୀ।ଏନେଇ ଜାତୀୟ ରାଜପଥ ଅବରୋଧ କରିବାକୁ ବି ପଛାଇ ନାହାନ୍ତି।ପ୍ରାପ୍ତ ଖବର ଅନୁଯାୟୀ ଲକ୍ଷ୍ମୀପୁର ବ୍ଲକରେ ପ୍ରତ୍ୟେକ ଦିନ ବାର୍ ବାର୍ ବିଜୁଳି ଫେଲ୍ ହୋଉଥିବାକୁ ନେଇ ବ୍ଲକ୍ ବାସିନ୍ଦା ଅତିଷ୍ଟ୍ ହୋଇ ପଡିଲେଣି।ଏନେଇ ବ୍ଲକ୍ ରେ ଥିବା ବିଭିନ୍ନ ସେବାଶ୍ରମ ରେ ରହୁଥିବା ଅନ୍ତେବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଛାତ୍ର ମାନେ ଯାହା ଯେମିତି ଚଳେଇ ନେଉଥିବା ବେଳେ ଛାତ୍ରୀ ମାନେ କିନ୍ତୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ହେଲେ ବିଭାଗୀୟ ଅଧିକାରୀ କିନ୍ତୁ କୌଣସି ସ୍ଥାୟୀ ବ୍ୟବସ୍ତା ନକରି ଚୁପ ବସିଛନ୍ତି ।ଦିନ ହେଲେ ସେବାଶ୍ରମ ରେ ରହୁଥିବା ଗରିବ ଛାତ୍ର ଛାତ୍ରୀ କିପରି ରହୁଛନ୍ତି ତାହା ଦେଖିବାକୁ ବାବୁ ମାନଙ୍କ ପାଖରେ ସମୟ ନାହିଁ।ବାରମ୍ବାର ବିଜୁଳି କାଟ୍ ଛାତ୍ର ଛାତ୍ରୀଙ୍କ ଜୀବନ ଉପରେ ବଡ ପ୍ରଭାବ ପକାଇଥିଲେ ମଧ୍ୟ ପ୍ରଶାସନ କେବେବି ଜାଣିବାକୁ ଚେଷ୍ଟା କରି ନାହିଁ।ଦିନକୁ ଦୁଇଓଳି ଖାଇବାକୁ ଦେଇ ଦେଇ ପ୍ରଶାସନ ତାର ଦାୟିତ୍ଵ ରୁ ଓହରି ଯାଇଛି।ବାକି ସମସ୍ୟା ବିଷୟରେ କେହିବି ଏଇ ଛାତ୍ର ଛାତ୍ରୀଙ୍କ ଜୀବନରେ ହସ୍ତକ୍ଷେପ କରିନାହାନ୍ତି।ଏନେଇ ପାଠ ପଢାଠୁ ଆରମ୍ଭ କରି ସେମାନଙ୍କ ଦୈନିକ ଜୀବନରେ କଣ ଘଟୁଛି ତାହା କେବେବି ପ୍ରଶାସନ ଜାଣିବାକୁ ଚେଷ୍ଟା କରି ନାହିଁ।ସେମାନଙ୍କ ଜୀବନରେ ବିଜୁଳି ଫେଲ୍ ବହୁତ୍ ବଡ ସମସ୍ୟା ରୂପେ ଛିଡ଼ା ହୋଇଛି।
ଲକ୍ଷ୍ମୀପୁର ବ୍ଲକରେ ବିଜୁଳି ସମସ୍ୟା ସମସ୍ତଙ୍କ ପାଇଁ ବହୁତ ବଡ ସମସ୍ୟା ରୂପେ ଛିଡ଼ା ହୋଇଥିବା ବେଳେ ଦୈନିକ ବାର୍ ବାର୍ ବିଜୁଳି ଫେଲ୍ ହେଉଥିବାରୁ ଆଜି ବୁର୍ଜା ସେବାଶ୍ରମର ଛାତ୍ର ଛାତ୍ରୀ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।ଏନେଇ ଆଜି ରାତି ସାତଟାରେ ବୁର୍ଜା ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ୩୨୬ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଥିଲେ।ଫଳରେ ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିବାରୁ ଖବର ପାଇ ପୋଲିସ ପ୍ରଶାସନ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବାର ଘଣ୍ଟାଏ ପରେ ଅବରୋଧ ହଟିଥିଲା।ପରେ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରି କାହାକୁ ତମେ ଏହି ସମସ୍ୟା ଉପରେ ଜଣାଇ ରାଜା ରାସ୍ତା ଅବରୋଧ କଲ ବୋଲି ପ୍ରଶ୍ନ କରିଥିଲେ।ଏନେଇ ଛାତ୍ର ଛାତ୍ରୀ ମାନେ ନିଜ ନିଜ ସମସ୍ୟା ବିଷୟରେ କହିବା ପରେ ଜିଲ୍ଲା ପ୍ରଶାସନକୁ ଜଣାଯିବ ବୋଲି କହି ସେଠାରୁ ପଳାଇ ଯାଇଥିଲେ।ଛାତ୍ର ଛାତ୍ରୀ ଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୁ ହଟିଥିଲେ, ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ବ୍ଲକ୍ ରେ ଅନେକ ସେବାଶ୍ରମ ରହିଥିବା ବେଳେ ବାର୍ ବାର୍ ବିଜୁଳି ଫେଲ୍ ସେମାନଙ୍କ ଜୀବନରେ ବଡ ସମସ୍ୟା ରୂପେ ଛିଡ଼ା ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ୍ ବସି ପଡ଼ୁଛନ୍ତି।ଯାହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି।ଆଗକୁ କିପରି ସ୍ଥାୟୀ ସମାଧାନ କରାଯିବ ସେନେଇ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି।

The post ବାର୍ ବାର୍ ବିଜୁଳି କାଟ୍ କୁ ନେଇ ତାତିଲେ ଛାତ୍ର ଛାତ୍ରୀ…ଅବରୋଧ କଲେ ଜାତୀୟ ରାଜପଥ।ଘଂଟାଏ ପରେ ହେଲା ସ୍ୱାଭାବିକ. appeared first on Odisha.News.