ବାର୍ଡ ଫ୍ଲୁ ଆତଙ୍କ, ଓଡ଼ିଶାରୁ କୁକୁଡା ଆମଦାନୀ ବନ୍ଦ କଲା ପଶ୍ଚିମବଙ୍ଗ

ନିମାପଡା ୨୬/୦୮: ପିପିଲିରେ ବାର୍ଡ଼ ଫ୍ଲୁ ଆତଙ୍କ । ଦୁଇ ଦିନ ଭିତରେ ୫ ହଜରରୁ ଅଧିକ କୁକୁଡ଼ା ମାରିସାରିଲେଣି ପ୍ରଶାସନ । ଏପଟେ ଚାଷୀ ମାନେ କ୍ଷତି ପୁରୁଣ ପାଈଥିନାରୁ ବଢୁଛି ଅସନ୍ତୋଷ । ପୁରୀ ଜିଲାର ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ-ଫ୍ଲୁ ରୋଗ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି। ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି। ଭୋପାଳସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍ (ଏନ୍‌ଆଇଏ ।ଇଏଚ୍ଏସ୍ଏଡି) ପକ୍ଷରୁ ୨୩ ତାରିଖରେ ପ୍ରକାଶିତ ରିପୋର୍ଟରେ ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୂନାରେ ଏଚ୍୫ ଏନ୍‌୧ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଭାଇରସ୍ ଚିହ୍ନଟ ହେବା ପରେ ଏହି ନିଷ୍ପଭି ନିଆଯାଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଉକ୍ତ ରାଜ୍ୟର ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦେଶ ଦିଆଯାଇଛି। ଏଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ବାର୍ଡ ଫ୍ଲୁ ଆତଙ୍କ, ଓଡ଼ିଶାରୁ କୁକୁଡା ଆମଦାନୀ ବନ୍ଦ କଲା ପଶ୍ଚିମବଙ୍ଗ

ନିମାପଡା ୨୬/୦୮: ପିପିଲିରେ ବାର୍ଡ଼ ଫ୍ଲୁ ଆତଙ୍କ । ଦୁଇ ଦିନ ଭିତରେ ୫ ହଜରରୁ ଅଧିକ କୁକୁଡ଼ା ମାରିସାରିଲେଣି ପ୍ରଶାସନ । ଏପଟେ ଚାଷୀ ମାନେ କ୍ଷତି ପୁରୁଣ ପାଈଥିନାରୁ ବଢୁଛି ଅସନ୍ତୋଷ । ପୁରୀ ଜିଲାର ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ-ଫ୍ଲୁ ରୋଗ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି। 

ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି। ଭୋପାଳସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍ (ଏନ୍‌ଆଇଏ ।ଇଏଚ୍ଏସ୍ଏଡି) ପକ୍ଷରୁ ୨୩ ତାରିଖରେ ପ୍ରକାଶିତ ରିପୋର୍ଟରେ ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୂନାରେ ଏଚ୍୫ ଏନ୍‌୧ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଭାଇରସ୍ ଚିହ୍ନଟ ହେବା ପରେ ଏହି ନିଷ୍ପଭି ନିଆଯାଇଥିବା ସୂଚନା ମିଳିଛି। 

ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଉକ୍ତ ରାଜ୍ୟର ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦେଶ ଦିଆଯାଇଛି। ଏଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।