ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଲା: ଖାଇପାରିବେ ଚିକେନ୍‌, ଅଣ୍ଡା

ଭୁବନେଶ୍ୱର, ୧୩ା୯ (ବନ୍ଦନା ସେଠୀ):ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଛି। ଯେଉଁ ଅଞ୍ଚଳରେ ବାର୍ଡଫ୍ଲୁ ସଂକ୍ରମଣ ହୋଇଥିଲା, ସେଠାରେ କଲିଂ କରି ସମସ୍ତ କୁକୁଡାଙ୍କୁ ମରାଯାଇଛି। ସଂକ୍ରମିତ କୁକୁଡ଼ା ଆଉ ନାହାନ୍ତି। ତେଣୁ ଏବେ ଲୋକମାନେ ଚିକେନ୍‌ ଓ ଅଣ୍ଡା ଖାଇପାରିବେ। ତେବେ ଚିକେନ୍‌ କିଣିବା ପୂର୍ବରୁ ସମ୍ପୃକ୍ତ ଚିକେନ୍‌ ସଂକ୍ରମିତ ଅଞ୍ଚଳରୁ ଆସିଛି କି ନାହିଁ ତାହା ଜାଣିବା ଦରକାର ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି। ସେହିପରି ଚିକେନ୍‌ କିଣିବା […] The post ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଲା: ଖାଇପାରିବେ ଚିକେନ୍‌, ଅଣ୍ଡା appeared first on Dharitri Odia News.

ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଲା: ଖାଇପାରିବେ ଚିକେନ୍‌, ଅଣ୍ଡା

ଭୁବନେଶ୍ୱର, ୧୩ା୯ (ବନ୍ଦନା ସେଠୀ):ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଛି। ଯେଉଁ ଅଞ୍ଚଳରେ ବାର୍ଡଫ୍ଲୁ ସଂକ୍ରମଣ ହୋଇଥିଲା, ସେଠାରେ କଲିଂ କରି ସମସ୍ତ କୁକୁଡାଙ୍କୁ ମରାଯାଇଛି। ସଂକ୍ରମିତ କୁକୁଡ଼ା ଆଉ ନାହାନ୍ତି। ତେଣୁ ଏବେ ଲୋକମାନେ ଚିକେନ୍‌ ଓ ଅଣ୍ଡା ଖାଇପାରିବେ। ତେବେ ଚିକେନ୍‌ କିଣିବା ପୂର୍ବରୁ ସମ୍ପୃକ୍ତ ଚିକେନ୍‌ ସଂକ୍ରମିତ ଅଞ୍ଚଳରୁ ଆସିଛି କି ନାହିଁ ତାହା ଜାଣିବା ଦରକାର ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି। ସେହିପରି ଚିକେନ୍‌ କିଣିବା ସମୟରେ କିଛି ଦିଗକୁ ଧ୍ୟାନ ଦିଆଯିବ ଦରକାର। ଯେଉଁ କୁକୁଡାମାନେ ଘୁମାଉଥିବେ, ଅସୁସ୍ଥ ଲାଗୁଥିବେ ସେହି ଦେକାନରୁ ଚିକେନ୍‌ ନ ଆଣିବା ଉଚିତ। ଏହାବାଦ୍‌ ଚିକେନ୍‌କୁ ଭଲଭାବେ ଡିପ୍‌ ଫ୍ରାଏ କରି ଖାଇବା ଉଚିତ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

The post ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଲା: ଖାଇପାରିବେ ଚିକେନ୍‌, ଅଣ୍ଡା appeared first on Dharitri Odia News.