ବାର୍ଡ଼ ପ୍ଲୁ ଓ ମଙ୍କିପକ୍ସକୁ ନେଇ ସବୁ ଜିଲ୍ଲା ଉପରେ ରହିଛି ନଜର : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର ୧୨।୯: ବିଭିନ୍ନ ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ବାର୍ଡ଼ ପ୍ଲୁ ପାଇଁ ସରକାରଙ୍କ ତରଫରୁ ସବୁ ଜିଲ୍ଲାକୁ ନଜର ରଖାଯାଇଛି । ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲା କଲିଂ ସରିଯାଇଛି । ଏବେ କଟକ ଏବଂ ଯାଜପୁର ଜିଲ୍ଲାରେ କଲିଂ ଜାରି ରହିଛି । ସ୍ୱାବ ଟେଷ୍ଟିଂ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଆସିନାହିଁ । ସବୁ ରିପୋର୍ଟ ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ମଣିଷ ଦେହରେ ବାର୍ଡ଼ ପ୍ଲୁ ଚିହ୍ନଟ ହୋଇନାହିଁ । ନୂଆ ଜିଲ୍ଲାକୁ ବାର୍ଡ଼ ଫ୍ଲୁ ବ୍ୟାପିବାର କୌଣସି ରିପୋର୍ଟ ଆସିନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ମଙ୍କିପକ୍ସକୁ ନେଇ ଆଡ଼ଭାଇଜରି ଜାରି କରାଯାଇଥିଲା । ଏହା ପରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ଆମେ ନିର୍ଦ୍ଦେଶ ଦେଇଥିଲୁ । ବିମାନବନ୍ଦର ଉପରେ ମଧ୍ୟ ନଜର ରଖାଯାଇଛି । ଆବଶ୍ୟକ ପଡିଲେ ଆଇସୋଲେସନ କରାଯିବ ।ରାଜ୍ୟରେ ୫ ହଜାରରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ରାଉରକେଲା ମଧ୍ୟ ଫୋକସ ରଖାଯାଇଛି ।ଡରାଇଲାଣି ସ୍କ୍ରବ୍ ଟାଇପସ୍ । ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ବରଗଡ଼ ଜିଲ୍ଲାରୁ ମୃତ ୪ ଜଣ ସ୍କ୍ରବ ଟାଇପସ୍ ଦ୍ଵାରା ହୋଇଥିବା ସନ୍ଦେହ । ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟ ହୋଇଥିବା ବେଳେ ଚତୁର୍ଥ ବ
ଭୁବନେଶ୍ବର ୧୨।୯: ବିଭିନ୍ନ ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ବାର୍ଡ଼ ପ୍ଲୁ ପାଇଁ ସରକାରଙ୍କ ତରଫରୁ ସବୁ ଜିଲ୍ଲାକୁ ନଜର ରଖାଯାଇଛି । ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲା କଲିଂ ସରିଯାଇଛି । ଏବେ କଟକ ଏବଂ ଯାଜପୁର ଜିଲ୍ଲାରେ କଲିଂ ଜାରି ରହିଛି । ସ୍ୱାବ ଟେଷ୍ଟିଂ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଆସିନାହିଁ । ସବୁ ରିପୋର୍ଟ ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ମଣିଷ ଦେହରେ ବାର୍ଡ଼ ପ୍ଲୁ ଚିହ୍ନଟ ହୋଇନାହିଁ । ନୂଆ ଜିଲ୍ଲାକୁ ବାର୍ଡ଼ ଫ୍ଲୁ ବ୍ୟାପିବାର କୌଣସି ରିପୋର୍ଟ ଆସିନାହିଁ ।
କେନ୍ଦ୍ର ସରକାରଙ୍କ ତରଫରୁ ମଙ୍କିପକ୍ସକୁ ନେଇ ଆଡ଼ଭାଇଜରି ଜାରି କରାଯାଇଥିଲା । ଏହା ପରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ଆମେ ନିର୍ଦ୍ଦେଶ ଦେଇଥିଲୁ । ବିମାନବନ୍ଦର ଉପରେ ମଧ୍ୟ ନଜର ରଖାଯାଇଛି । ଆବଶ୍ୟକ ପଡିଲେ ଆଇସୋଲେସନ କରାଯିବ ।
ରାଜ୍ୟରେ ୫ ହଜାରରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ରାଉରକେଲା ମଧ୍ୟ ଫୋକସ ରଖାଯାଇଛି ।
ଡରାଇଲାଣି ସ୍କ୍ରବ୍ ଟାଇପସ୍ । ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ବରଗଡ଼ ଜିଲ୍ଲାରୁ ମୃତ ୪ ଜଣ ସ୍କ୍ରବ ଟାଇପସ୍ ଦ୍ଵାରା ହୋଇଥିବା ସନ୍ଦେହ । ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟ ହୋଇଥିବା ବେଳେ ଚତୁର୍ଥ ବ୍ୟକ୍ତି ବରଗଡର ଯାହାଙ୍କର ରାଜ୍ୟ ବାହାରେ ମୃତ୍ୟୁ ହୋଇଛି । ୩ଟି ଅଲଗା ଅଲଗା ସ୍ଥାନରୁ କେସ୍ ଆସିଥିଲା । ତାଙ୍କ ଗାଁକୁ ଟିମ୍ ପଠାଯାଇଛି । ଆଉ କେହି ଆଖପାଖ ଅଞ୍ଚଳରେ ସଂକ୍ରମିତ ଅଛନ୍ତି କି ତାହା ଅନୁଧ୍ୟାନ କରାଯିବ । ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କାହାରିକୁ ହୋଇଛି କି ନାହିଁ ତାହା ପରୀକ୍ଷା କରାଯିବ । ଗତ ମାସରେ ୨୦ ଟେଷ୍ଟ ହୋଇଥିଲା ଯେଉଁଥିରୁ ୩ ଜଣ ସଂକ୍ରମିତ ହୋଇଥିଲେ । ଯଦିଓ ଏହା ମହାମାରୀ ନୁହେଁ କିନ୍ତୁ ସାବଧାନ ନ ହେଲେ ବିପଦ । ଏଲିସା ମେଥଡରେ ଏହାକୁ ଚିହ୍ନଟ କରାଯାଇପାରିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ପରୀକ୍ଷା କରାଯାଉଛି । ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ଜଙ୍ଗଲିଆ ଅଞ୍ଚଳରେ ବୁଲାବୁଲି ସମୟରେ ଏକ୍ସପୋଜ ହେଉଥିବା ଜାଗାକୁ କୀଟ କମୁଡ଼ିଥାନ୍ତି । କୀଟ କାମୁଡିବା ପରେ ନାଲି ଚିହ୍ନ ଦେଖାଯିବ । ଏହାପରେ ଦେହରେ ଜ୍ବର ରହିବ । ଗୋଡ଼ ହାତରେ ଯଦି କାମୁଡ଼ା ଚିହ୍ନ ରହିଛି । ଯଦି ତାହା କୁଣ୍ଡେଇ ହେଉଛି କିମ୍ବା ଫୁଲିଯାଉଛି । ତେବେ ତାହାକୁ ଡାକ୍ତରଖାନାରେ ଏହାକୁ ଆସି ତୁରନ୍ତ ଚିକିତ୍ସା କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
You Can Read:
ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ନୂଆ ଗାଇଡ୍ଲାଇନ୍ ଆଣିଲେ ମୋହନ ସରକାର