ବାର୍‌ରେ ଡ୍ୟାନ୍ସ କରାଇଲେ ହେବ କଡା ଆକ୍ସନ,ଲାଇସେନ୍ସ ରଦ୍ଦର ଚେତାବନୀ ଦେଲେ ଅବକାରୀ ମନ୍ତ୍ରୀ

ଭୁବନେଶ୍ବର ୦୧/୧୧: ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ । ବାର୍‌ରେ କେବଳ ଗୀତ ଗାଇବାକୁ ଅନୁମତି ମିଳିଛି । ନାଚକୁ ସଂପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ଗୀତ ଗାଇବା ଛଡା ବାରରେ ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ଏହି ଗାଇଡଲାଇନକୁ ଉଲ୍ଲଂଘନ କଲେ ନିଆଯିବ କଡା ଆକ୍ସନ । ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରାଯିବ । ଏପରି ଚେତାଇ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯେଉଁମାନେ ଗାଇଡଲାଇନ ଉଲଂଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ । ଏମିତିକି ମ୍ୟୁଜିକ କେତେ ଡେସିବିଲ ଭିତରେ ରହିବ ତାର ମଧ୍ୟ ଗାଇଡଲାଇନ ଉଲ୍ଲେଖ କରାଯାଇଛି । ଯିଏ ଉଲ୍ଲଂଘନ କରିବ ଆକ୍ସନ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡିଶାରେ କରିବାକୁ ଦିଆଯିବନି ବୋଲି କହିଛନ୍ତି  ଅବକାରୀ ମନ୍ତ୍ରୀ ।