ବାର୍ହା ଶିକାର ପାଇଁ ବିଛା ଯାଇଥିଲା ବୋମା: ବଳଦ ମୁହଁରେ ଫୁଟିଲା…
କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବାର୍ହା ଶିକାର ପାଇଁ ବିଛା ଯାଇଥିବା ବୋମା ବଳଦ ମୁହିଁରେ ଫୁଟି ଯିବାରୁ ସେ ଗୁରୁତର ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ କୁଲାଡେରା ଗାଁ କେନ୍ଦୁଆଦରି ସାହିରେ । ବଳଦଟି ଚରୁଥିବା ବେଳେ ବୋମାଟିକୁ ଖାଇ ଦେଇଥିଲା। ଏତିକିବେଳେ ବିସ୍ଫୋରଣ ହେବାରୁ ବଳଦର ମୁହଁ ନଷ୍ଟ ହୋଇଯାଇଛି। ଏପରିକି ପାଟିର ଜିଭ ଛିଣ୍ଡି ଯାଇଥିବା ବେଳେ ଦାନ୍ତ ଝଡ଼ି ପଡ଼ିଛି। ମିଳିଥିବା ସୂଚନା ମୁତାବକ, ଗୋରୁଚରାଳି ରମେଶ […] The post ବାର୍ହା ଶିକାର ପାଇଁ ବିଛା ଯାଇଥିଲା ବୋମା: ବଳଦ ମୁହଁରେ ଫୁଟିଲା… appeared first on Dharitri Odia News.
କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବାର୍ହା ଶିକାର ପାଇଁ ବିଛା ଯାଇଥିବା ବୋମା ବଳଦ ମୁହିଁରେ ଫୁଟି ଯିବାରୁ ସେ ଗୁରୁତର ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ କୁଲାଡେରା ଗାଁ କେନ୍ଦୁଆଦରି ସାହିରେ । ବଳଦଟି ଚରୁଥିବା ବେଳେ ବୋମାଟିକୁ ଖାଇ ଦେଇଥିଲା। ଏତିକିବେଳେ ବିସ୍ଫୋରଣ ହେବାରୁ ବଳଦର ମୁହଁ ନଷ୍ଟ ହୋଇଯାଇଛି। ଏପରିକି ପାଟିର ଜିଭ ଛିଣ୍ଡି ଯାଇଥିବା ବେଳେ ଦାନ୍ତ ଝଡ଼ି ପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଗୋରୁଚରାଳି ରମେଶ ମହାକୁଡ଼ ସୋମବାର ପ୍ରତିଦିନ ଭଳି ରେବତୀ ମହାକୁଡ଼ଙ୍କ ବଳଦ ଚରାଇବାକୁ ନେଇଥିଲେ। କୁଲାଡୃରା ଗାଁର କେନ୍ଦୁଆଦରି ସାହି ନିକଟ ଏକ ପଡ଼ିଆରେ ବଳଦଟି ଚରୁ ଥିବାବେଳେ ହଠାତ୍ ପାଟିରେ ବୋମା ଫୁଟି ଯାଇଥିଲା। ଫଳରେ ବଳଦଟି ଗୁରୁତର ହୋଇପଡିଥିଲା।
ଅନ୍ୟପକ୍ଷେ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ରେବତୀ ମହାକୁଡ଼ ଦାବି କରିଛନ୍ତି। ଏ ନେଇ ରେଞ୍ଜ ଅଧିକାରୀ ଶିବାଜୀ ମୋହନ ରାଓଙ୍କୁ ପଚରିବାରୁ ଗ୍ରାମ ନିକଟରେ ଏଭଳି ଏକ ଅଘଟଣ ଘଟିଛି। ଏଣୁ ବାର୍ହା ଶିକାର ପାଇଁ ହୋଇ ନ ଥିବ। ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
The post ବାର୍ହା ଶିକାର ପାଇଁ ବିଛା ଯାଇଥିଲା ବୋମା: ବଳଦ ମୁହଁରେ ଫୁଟିଲା… appeared first on Dharitri Odia News.