ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର
ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ଜନତା ଦଳ ନିକଟସ୍ଥ ଅସ୍ଥାୟୀ କାର୍ଯ୍ୟାଳୟରୁ ପାରମ୍ପରିକ ନୃତ୍ୟ, ବାଦ୍ୟର ତାଳେ ତାଳେ ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ ବ୍ଲକ ଓ ବାଲିଗୁଡା ଏନ୍ଏସିର ହଜାର ହଜାର ସମର୍ଥକ […] The post ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର appeared first on Dharitri Odia News.
ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ଜନତା ଦଳ ନିକଟସ୍ଥ ଅସ୍ଥାୟୀ କାର୍ଯ୍ୟାଳୟରୁ ପାରମ୍ପରିକ ନୃତ୍ୟ, ବାଦ୍ୟର ତାଳେ ତାଳେ ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ ବ୍ଲକ ଓ ବାଲିଗୁଡା ଏନ୍ଏସିର ହଜାର ହଜାର ସମର୍ଥକ ସ୍ଥାନୀୟ ବସ୍ଷ୍ଟାଣ୍ଡ, ମୁଖ୍ୟ ବଜାର, ଗାନ୍ଧୀ ଛକ ଦେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପରେ ସ୍ଥାନୀୟ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଡ.ରିନା ପ୍ରଧାନଙ୍କ ନିକଟରେ ବିଜେଡି ପ୍ରାର୍ଥୀ ଚକ୍ରମଣି ୨ ସେଟ ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ କରିଥିଲେ ।
ପ୍ରାର୍ଥୀପତ୍ର ଦାଖଲ ସମୟରେ କନ୍ଧମାଳ ଏମ୍ପି ଡ଼.ଅଚ୍ୟୁତ ସାମନ୍ତ, ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ସଂଯୋଜକ ଟୁନା ଦାସ, ଅଜୟ ମହାରଣା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ତାଙ୍କ ଉପରେ ମୁଖ୍ୟମନ୍ତୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭରଷା କରି ଟିକଟ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସାଂସଦ ଡ.ଅଚ୍ୟୁତ ସାମନ୍ତ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାଲିଗୁଡା ବିଧାନସଭା ମଣ୍ଡଳୀର ସମସ୍ତ ଜନସାଧାରଣ ଚକ୍ରମଣି କହଁରଙ୍କୁ ପୁଣି ଥରେ ଆଶୀର୍ବାଦ ପ୍ରଦାନ କରି ବିଜୟୀ କରାନ୍ତୁ ବୋଲି ଅନୁରୋଧ କରିଥିଲେ।
୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜ୍ୟରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତିର ସୋମବାର ଥିଲା ଚତୁର୍ଥ ଦିନ । ଏପ୍ରିଲ ୨୬ରୁ ମେ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମେ ୪ରେ ଯାଞ୍ଚ, ମେ ୬ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ ସୀମା ରହିଛି । ଉକ୍ତ ଆସନରେ ମେ ୨୦ରେ ଭୋଟ ଗ୍ରହଣ ହେବ।
The post ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର appeared first on Dharitri Odia News.