ବାଲିଯାତ୍ରା ତାଜା କରିଦେଲା ପିଲାଦିନର ସ୍ମୃତି, ପିଲାଠୁ ବଡ଼ ସମସ୍ତେ କିଣୁଛନ୍ତି କ୍ୟାଣ୍ଡି ଚକୋଲେଟ୍

କଟକ 23/11 :  ପିଲାବେଳେ ସବୁଥିରେ କେତେ ଅଳି କେତେ ଅଝଟ ।  ଖାସ୍ କରି ଚକଲେଟ୍ ଓ କ୍ୟାଣ୍ଡି ପାଇଁ।  ପ୍ରତ୍ୟେକ ପିଲାଙ୍କର ଇଏ ପସନ୍ଦର ଜିନିଷ। ମୋର ବି ଥିଲା। ଆଜି ବି ମନେପଡ଼େ ଚକୋଲେଟ୍ ପାଇଁ ସେହି ଅଳି ଆଉ ସେଥିପାଇଁ ମାର ତାଗିଦ୍। କିନ୍ତୁ ଏବେ ଆଉ ସେଭଳି କିଛି ନାହିଁ।  ନାଅଛି ଚକଲେଟ୍ କ୍ୟାଣ୍ଡି  ନା ଅଛି ଅଝଟ। କେବଳ ଅଛି ଯାହା ସେହି ସ୍ମୃତି।  କିନ୍ତୁ   ଚଳିତ ଥରର ବାଲିଯାତ୍ରା ସେହି ସ୍ମୃତିକୁ କରିଛି ତାଜା। ହାଠାତ୍ ବାଲି ଯାତ୍ରା ବୁଲିୁ ବୁଲୁ ନଜର ପଡ଼ିଲା  ରଙ୍ଗ ବେରଙ୍ଗୀ କ୍ୟାଣ୍ଡି ଉପରେ।  ଯେଉଁଠି ଜମିଥିଲା ପିଲାଠୁ ନେଇ  ବୟସ୍କଙ୍କ ପର୍ଯ୍ୟନ୍ତ। ଖାଲି ଭିଡ଼ ଜମି ନଥିଲା ସ ମସ୍ତେ ଖୁବ୍ ଆଗ୍ରହର ସହ କିଣୁ ବି ଥିଲେ। ଘଡ଼ିଏ ସେଇଠି ଅଟକି ଯାଇଥିଲି। ମୋର ବି ମନେ ପଡ଼ିଗଲା ପିଲାଦିନର କଥା। ମୁଁ କ୍ୟାଣ୍ଡି ଟେ ନ କିଣି ରହି ପାରିଲିନି। ବାଲିଯାତ୍ରାରେ ତ ପିଲାଙ୍କର ମଜା ହିଁ ମଜା।  ସେହି ମଜାକୁ ଡବଲ କରିଥିଲା ଏହି କ୍ୟାଣ୍ଡି। ନାଲି ନେଳୀ ରଙ୍ଗର କ୍ୟାଣ୍ଡି ସବୁ ପିଲାଙ୍କୁ କରୁଥିଲା ଆତ୍କୃଷ୍ଟ। ଆଉ ଦେଖିବାକୁ ମିଳିଥିଲା ବାପା ମାଙ୍କ ପାଖରେ ସେମିତି ଅଳି।  ମୁଁ କ୍ୟାଣ୍ଡି ନେବି... ମୁଁ କ୍ୟାଣ୍ଡି ନେବି। ଯାହାକୁ ମିଳିଗଲା ସେ ତ ପୂରା ଖୁସ୍। ଯାହାକୁ ନ ମିଳିଲା ତାର ସେହି ଯୋଉ ରାଗରେ ଆଖି ଛଳ ଛଳ। ସତେରେ ସେ ଦୃଶ୍ୟ ଥିଲା ଖୁବ୍ ହୃଦୟସ୍ପର୍ଶୀ।    ରଙ୍ଗ ବେରଙ୍ଗୀ କ୍ୟାଣ୍ଡି। ପିଲାଦିନେ ତ ଖୁବ୍ ମିଳୁଥ

ବାଲିଯାତ୍ରା ତାଜା କରିଦେଲା ପିଲାଦିନର ସ୍ମୃତି,  ପିଲାଠୁ ବଡ଼ ସମସ୍ତେ କିଣୁଛନ୍ତି କ୍ୟାଣ୍ଡି ଚକୋଲେଟ୍

କଟକ 23/11 :  ପିଲାବେଳେ ସବୁଥିରେ କେତେ ଅଳି କେତେ ଅଝଟ ।  ଖାସ୍ କରି ଚକଲେଟ୍ ଓ କ୍ୟାଣ୍ଡି ପାଇଁ।  ପ୍ରତ୍ୟେକ ପିଲାଙ୍କର ଇଏ ପସନ୍ଦର ଜିନିଷ। ମୋର ବି ଥିଲା। ଆଜି ବି ମନେପଡ଼େ ଚକୋଲେଟ୍ ପାଇଁ ସେହି ଅଳି ଆଉ ସେଥିପାଇଁ ମାର ତାଗିଦ୍। କିନ୍ତୁ ଏବେ ଆଉ ସେଭଳି କିଛି ନାହିଁ।  ନାଅଛି ଚକଲେଟ୍ କ୍ୟାଣ୍ଡି  ନା ଅଛି ଅଝଟ। କେବଳ ଅଛି ଯାହା ସେହି ସ୍ମୃତି।  କିନ୍ତୁ   ଚଳିତ ଥରର ବାଲିଯାତ୍ରା ସେହି ସ୍ମୃତିକୁ କରିଛି ତାଜା। ହାଠାତ୍ ବାଲି ଯାତ୍ରା ବୁଲିୁ ବୁଲୁ ନଜର ପଡ଼ିଲା  ରଙ୍ଗ ବେରଙ୍ଗୀ କ୍ୟାଣ୍ଡି ଉପରେ।  ଯେଉଁଠି ଜମିଥିଲା ପିଲାଠୁ ନେଇ  ବୟସ୍କଙ୍କ ପର୍ଯ୍ୟନ୍ତ। ଖାଲି ଭିଡ଼ ଜମି ନଥିଲା ସ ମସ୍ତେ ଖୁବ୍ ଆଗ୍ରହର ସହ କିଣୁ ବି ଥିଲେ। ଘଡ଼ିଏ ସେଇଠି ଅଟକି ଯାଇଥିଲି। ମୋର ବି ମନେ ପଡ଼ିଗଲା ପିଲାଦିନର କଥା। ମୁଁ କ୍ୟାଣ୍ଡି ଟେ ନ କିଣି ରହି ପାରିଲିନି। 

ବାଲିଯାତ୍ରାରେ ତ ପିଲାଙ୍କର ମଜା ହିଁ ମଜା।  ସେହି ମଜାକୁ ଡବଲ କରିଥିଲା ଏହି କ୍ୟାଣ୍ଡି। ନାଲି ନେଳୀ ରଙ୍ଗର କ୍ୟାଣ୍ଡି ସବୁ ପିଲାଙ୍କୁ କରୁଥିଲା ଆତ୍କୃଷ୍ଟ। ଆଉ ଦେଖିବାକୁ ମିଳିଥିଲା ବାପା ମାଙ୍କ ପାଖରେ ସେମିତି ଅଳି।  ମୁଁ କ୍ୟାଣ୍ଡି ନେବି... ମୁଁ କ୍ୟାଣ୍ଡି ନେବି। ଯାହାକୁ ମିଳିଗଲା ସେ ତ ପୂରା ଖୁସ୍। ଯାହାକୁ ନ ମିଳିଲା ତାର ସେହି ଯୋଉ ରାଗରେ ଆଖି ଛଳ ଛଳ। ସତେରେ ସେ ଦୃଶ୍ୟ ଥିଲା ଖୁବ୍ ହୃଦୟସ୍ପର୍ଶୀ।    


ରଙ୍ଗ ବେରଙ୍ଗୀ କ୍ୟାଣ୍ଡି। ପିଲାଦିନେ ତ ଖୁବ୍ ମିଳୁଥିଲା। କିନ୍ତୁ ଏବେ କ୍ୱଚିତ ଦେଖିବାକୁ ମିଳୁଛି। ଯାହାର ଦାମ୍ ବି ବଢ଼ି ଯାଇଛି। ସାଧାରଣତଃ ବଡ଼ ବଡ଼ ମଲ୍ ଗୁଡ଼ିକରେ ଏସବୁ ଦେଖିବାକୁ ମିଳୁଥିବା ବେଳେ ଚଳିତ ଥର ବାଲିଯାତ୍ରାରେ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ାର ଲିଙ୍କନ୍ ନାମକ ବ୍ୟସବସାୟୀ ଏହି ଷ୍ଟାର୍ଟ ଅପ୍ ଆରମ୍ଭ କରି ବେଶ୍ ଭଲ ପଇସା ରୋଜଗାର କରୁଛନ୍ତି। ଗ୍ରାଜୁଏସନ୍ ପରେ ସେ କିଛି ଭଲ ବ୍ୟବସାୟ କରିବାକୁ ଚିନ୍ତା କରି ଏହି କ୍ୟାଣ୍ଡି ବ୍ୟବସାୟ ଆରମ୍ଭ କରିଥିଲେ। ଆଜି ସେ ବେଶ୍ ସଫଳ। ଚଳିତ ଥର ସେ ନୂଆ କରି ବାଲିଯାତ୍ରା ଆସିଛନ୍ତି ଆଉ ତାଙ୍କର ଭଲ ରୋଜଗାର ବି ହେଉଛି।   

Also Read-  ଚଳିତଥରର ବାଲିଯାତ୍ରା; କାହା ପାଇଁ ମଜା ଆଉ କାହା ପାଇଁ ନିରାଶା