ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଗଲା ୧୦ଟି କୃଷ୍ଣସାର ମୃଗ

ନନ୍ଦନକାନନରୁ ଅଣାଯାଇଥିବା ୧୦ଟି ବିରଳ କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି।

ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଗଲା ୧୦ଟି କୃଷ୍ଣସାର ମୃଗ

କୋଣାର୍କ ବାଲୁଖଣ୍ଡ ଅଭୟାରଣରେ ଛଡ଼ାଗଲା ୧୦ଟି କୃଷ୍ଣସାର ମୃଗ। ବିରଳ କୃଷ୍ଣସାର ମୃଗ ବା ବ୍ଲାକ ବକ ହରିଣ ପ୍ରକଳ୍ପର ପୁନଃ ସମ୍ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ନନ୍ଦନକାନନରୁ ଅଣାଯାଇଥିବା ୧୦ଟି ବିରଳ କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି।

ଏମାନଙ୍କ ମଧ୍ୟରେ ୬ଟି ମାଇ କୃଷ୍ଣସାର ମୃଗ ଅଛନ୍ତି। ୩୦ ହେକ୍ଟର ଜଙ୍ଗଲ ଜମିରେ ନିର୍ମାଣ କରାଯାଇଥିବା ଏନକ୍ଲୋଜର ମଧ୍ୟରେ ସ୍ୱତନ୍ତ୍ର ସଂଗରୋଧରେ ଛଡ଼ାଯାଇଛି। ସଂଗରୋଧରେ ଏକ ମାସ ରହିବା ପରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ। ସଂଗରୋଧ ସମୟରେ ଏକ ସ୍ୱତନ୍ତ୍ର ଟିମ ଏହି ମୃଗ ମାନଙ୍କ ଉପରେ ନଜର ରଖିବେ।

ଏହି ଯୋଜନା ସଫଳ ହେଲେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ନିମନ୍ତେ ପରବର୍ତ୍ତୀ ସମୟରେ ଅଧିକ ସଂଖ୍ୟାରେ ଏହି ପ୍ରଜାତିର ମୃଗ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।