ବାଲୁଗାଁ ଷ୍ଟେଶନରୁ ଚୋରି ଶିଶୁକନ୍ୟା ଗୁରାପଲ୍ଲୀ ଟୋଲ୍ଗେଟ୍ରୁ ଉଦ୍ଧାର, ମା’କୁ ଦେଖି ଦୌଡ଼ିଦୌଡ଼ି ଆସି…
ଖଲ୍ଲିକୋଟ,୧୩ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ୍ଠାରେ ରବିବାର ଦୁଇ ବର୍ଷର ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଛାଡ଼ି ଫେରାର ହୋଇଯାଇଥିଲେ। ଶିଶୁ କନ୍ୟାଟି ଟୋଲ୍ଗେଟଠାରେ ଏକୁଟିଆ ବୁଲୁ ଥିବା ଦେଖି ନିକଟରେ ଥିବା ଜଣେ ଚା’ ଦୋକାନୀ ତାଙ୍କୁ ଆଣି ପାଖରେ ରଖିଥିଲେ। ପରେ ସେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇ ଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ସକାଳ ୮ରେ […] The post ବାଲୁଗାଁ ଷ୍ଟେଶନରୁ ଚୋରି ଶିଶୁକନ୍ୟା ଗୁରାପଲ୍ଲୀ ଟୋଲ୍ଗେଟ୍ରୁ ଉଦ୍ଧାର, ମା’କୁ ଦେଖି ଦୌଡ଼ିଦୌଡ଼ି ଆସି… appeared first on Dharitri Odia News.
ଖଲ୍ଲିକୋଟ,୧୩ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ୍ଠାରେ ରବିବାର ଦୁଇ ବର୍ଷର ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଛାଡ଼ି ଫେରାର ହୋଇଯାଇଥିଲେ। ଶିଶୁ କନ୍ୟାଟି ଟୋଲ୍ଗେଟଠାରେ ଏକୁଟିଆ ବୁଲୁ ଥିବା ଦେଖି ନିକଟରେ ଥିବା ଜଣେ ଚା’ ଦୋକାନୀ ତାଙ୍କୁ ଆଣି ପାଖରେ ରଖିଥିଲେ। ପରେ ସେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇ ଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ସକାଳ ୮ରେ ଟୋଲ୍ଗେଟଠାରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ତେବେ ଶିଶୁକନ୍ୟାର ପରିଚୟ ନ ପାଇବାରୁ ଖଲ୍ଲିକୋଟ ଥାନା ପକ୍ଷରୁ ସବୁ ଥାନାକୁ ପିଲାଟିର ଫଟୋ ପଠାଯିବା ସହ ଚାଇଲ୍ଡ ହେଳ୍ପଲାଇକୁ ଖବର ଦିଆଯାଇଥିଲା। ଖବର ପାଇ ଖଲ୍ଲିକୋଟ ସିଡିପିଓ ବିଜୟ ଲକ୍ଷ୍ମୀ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନଓ୍ବାଡ଼ି ସୁପରଭାଇଜର ଭାଗ୍ୟଲତା ସେନାପତି,ସୁନିତା କୁମାରୀ ସାବତଙ୍କ ସମେତ ଦୁଇ ଜଣ କର୍ମଚାରୀ ଥାନାରେ ପହଞ୍ଚିଥିଲେ। ଥାନାରେ ଶିଶୁ କନ୍ୟାକୁ ଚାଇଲ୍ଡ ହେଳ୍ପଲାଇନକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ ପିଲାଟିର ମା’ ଥାନାରେ ପହଞ୍ଚିଥିଲେ। ମା’ଙ୍କୁ ଦେଖି ପିଲାଟି ଆନନ୍ଦରେ ମା’ କୋଳ କୁ ଦୌଡ଼ି ଯାଇଥିଲା। ମା’ ଝିଅଙ୍କ ମିଳନ ରେ ଥାନା ପରିସରରେ ଖୁସିର ଲହରି ଖେଳିଯାଇଥିଲା। ବାଲୁଗାଁ ଉମା ମହେଶ୍ୱର ମନ୍ଦିର ନିକଟରେ ରହୁଥିବା ସଂଗୀତା ପାରିମାଣିକ ନିଜର ଦୁଇ ବର୍ଷର ଶିଶୁକନ୍ୟାକୁ ବାଲୁଗାଁ ରେଳ ଷ୍ଟେଶନର ୧ ନମ୍ବର ପ୍ଳାଟଫର୍ମରେ ବସେଇ ଦେଇ କାମ କରିବାକୁ ଯାଇଥିଲେ। ଫେରି ଦେଖିବା ବେଳକୁ ଝିଅ ସେଠାରେ ନ ଥିଲା। ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନ ମିଳିବାରୁ ରେଲଓ୍ବେ ଥାନାରେ ଅଭିଯୋଗ କରିଥିଲେ। ଆଜି ଖଲ୍ଲିକୋଟ ଥାନା ପକ୍ଷରୁ ଜାରି ହୋଇଥିବା ଫଟୋ ଦେଖି ସେ ଥାନାରେ ପହଞ୍ଚି ନିଜ ଝିଅକୁ ପାଇଥିବାରୁ ଖଲ୍ଲିକୋଟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି। ମା’ କୋଳକୁ ଝିଅ ଫେରିଥିବାରୁ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ,ଅଙ୍ଗନଓ୍ବାଡି ସୁପରଭାଇଜର ଭାଗ୍ୟଲତା ସେନାପତି,ସୁନିତା କୁମାରୀ ସାବତ ଓ ପୋଲିସ କର୍ମଚାରୀ ମାନେ ଖୁସି ପ୍ରକାଶ କରିଥିଲେ।
The post ବାଲୁଗାଁ ଷ୍ଟେଶନରୁ ଚୋରି ଶିଶୁକନ୍ୟା ଗୁରାପଲ୍ଲୀ ଟୋଲ୍ଗେଟ୍ରୁ ଉଦ୍ଧାର, ମା’କୁ ଦେଖି ଦୌଡ଼ିଦୌଡ଼ି ଆସି… appeared first on Dharitri Odia News.