ବାଲୁଚିସ୍ତାନ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ୫ ଶିଶୁ
ପାକିସ୍ତାନ ୦୧/୧୧ : ପାକିସ୍ତାନର ବାଲୁଚିସ୍ତାନରେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ମୃତକଙ୍କ ମଧ୍ୟରେ ୫ ଶିଶୁ । ସମସ୍ତଙ୍କ ବୟସ ୧ରୁ ୧୦ ବର୍ଷ ମଧ୍ୟରେ ହେବ । ୧୭ ଆହତ ହସ୍ପିଟାଲରେ ଭର୍ତ୍ତି । ଶୁକ୍ରବାର ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାର ଏ ଘଟଣା ସମସ୍ତଙ୍କୁ ଥରାଇ ଦେଇଛି । ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସିଭିଲ ହସ୍ପିଟାଲ ଓ ବାଳିକା ବିଦ୍ୟାଳୟ ନିକଟରେ ଥିବା ଛକରେ ପୋଲିସ ଭ୍ୟାନ ନିକଟରେ ବିସ୍ଫୋରଣ ହୋଇଛି । ୧୭ ଜଣ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ମୋଟରସାଇକେଲରେ ବିସ୍ଫୋରଣ ସାମଗ୍ରୀ ରଖାଯାଇଥିଲା । ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ବିସ୍ଫୋରଣ କରାଯାଇଛି । ବାଲୁଚିସ୍ତାନ ସିଏମ୍ ଘଟଣାକୁ ନିନ୍ଦା କରିଛନ୍ତି ।