ବାଲେଶ୍ବର ଦାନ୍ତୋଣଦା ଗାଁରେ ଅଗ୍ନିକାଣ୍ଡ : ଜଳିଗଲା ଘରଦ୍ୱାର , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲା ଘର । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଦାନ୍ତୋଣଦା ଗାଁର କଟିମଣି ଦଳାଇଙ୍କ ଦୁଇ ବଖରା ଘର ଗତକାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଭଷ୍ମୀଭୁତ ହୋଇଯାଇଛି । ଖବର ପାଇ ବାଲିଆପଳ ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ଆଁରେ ସବୁକିଛି ଜଳିଯାଇଛି । ଘରର ସଞ୍ଚିତ ଥିବା ଧାନ ଚାଉଳ ଏବଂ ଆସଭାବ ସମ୍ପୁର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । କଟିମଣି ଜଣେ ଗରିବ ମହିଳା ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।