ବାଲେଶ୍ବରରେ ଯୁବକଙ୍କୁ ଛୁରାମାଡ଼, ପୁଲିସର ତଦନ୍ତ ଆରମ୍ଭ
ବାଲେଶ୍ବର: ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୁତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ବାଲେଶ୍ବର ଟାଉନ ଥାନା ହେମକାପଦା ମଦ କାଉଣ୍ଟର ନିକଟରେ ଦୁର୍ବୁତ୍ତମାନେ ଯୁବକଙ୍କୁ ଛୁରାମାଡ଼ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯୁବକ ଜଣକ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ବାଲେଶ୍ବରରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଉଦବେଗଜନକ ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ […]

ବାଲେଶ୍ବର: ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୁତ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ବାଲେଶ୍ବର ଟାଉନ ଥାନା ହେମକାପଦା ମଦ କାଉଣ୍ଟର ନିକଟରେ ଦୁର୍ବୁତ୍ତମାନେ ଯୁବକଙ୍କୁ ଛୁରାମାଡ଼ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯୁବକ ଜଣକ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ବାଲେଶ୍ବରରେ ଥିବା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଉଦବେଗଜନକ ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଚମ୍ପଟ ମାରିଥିବା ଦୁର୍ବତ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।