ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କିଏ? ପ୍ରତାପ ଷଡଙ୍ଗୀ ନା ନୂଆ ଚେହେରା ଭରସା

କନକ ବ୍ୟୁରୋ: ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଆସନରେ ଲଢିବା ପାଇଁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାକୁ ହାୱାଦେଇଛନ୍ତି । ଜବାବରେ ବର୍ତମାନର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳ ଯାହାକୁ ଟିକେଟ ଦେବ ତାକୁ ସେ ସମର୍ଥନ ଦେବେ । ଖାରବେଳ ସ୍ୱାଇଁ ବାଲେଶ୍ୱର ଲୋକସଭା ଆସନରୁ ୩-୩ ଥର ଲୋକସଭା ସଦସ୍ୟ ଥିଲେ […] The post ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କିଏ? ପ୍ରତାପ ଷଡଙ୍ଗୀ ନା ନୂଆ ଚେହେରା ଭରସା first appeared on Kanak News.

ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କିଏ? ପ୍ରତାପ ଷଡଙ୍ଗୀ ନା ନୂଆ ଚେହେରା ଭରସା

କନକ ବ୍ୟୁରୋ: ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଆସନରେ ଲଢିବା ପାଇଁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାକୁ ହାୱାଦେଇଛନ୍ତି । ଜବାବରେ ବର୍ତମାନର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳ ଯାହାକୁ ଟିକେଟ ଦେବ ତାକୁ ସେ ସମର୍ଥନ ଦେବେ । ଖାରବେଳ ସ୍ୱାଇଁ ବାଲେଶ୍ୱର ଲୋକସଭା ଆସନରୁ ୩-୩ ଥର ଲୋକସଭା ସଦସ୍ୟ ଥିଲେ ।

ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ନିଆଁରେ ଘିଅ ଢାଳିଛନ୍ତି ବାଲେଶ୍ୱରର ୩-୩ ଥର ସାଂସଦ ଥିବା ଖାରବେଳ ସ୍ୱାଇଁ । ଖୋଲାଖୋଲି ଭାବେ ସେ ବାଲେଶ୍ୱର ଲୋକସଭା ଆସନ ପାଇଁ ଲଢିବାକୁ ଆଗ୍ରହୀ ବୋଲି କହିଛନ୍ତି । ଖାରବେଳଙ୍କ କହିବା କଥା ହେଲା, ଶେଷ ମୂହୂର୍ତରେ ତାଙ୍କୁ କନ୍ଧମାଳ ଟିକେଟ ଦିଆଯାଇଥିଲା । ଯଦି ୮ଦିନ ପୂର୍ବରୁ ଟିକେଟ୍ ମିଳିଥାନ୍ତା, ତାହେଲେ ଭିନ୍ନ କଥା ହୋଇଥାନ୍ତା । ଏଥର ସୁଯୋଗ ମିଳିଲେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ ।

ପ୍ରତାପ ଷଡଙ୍ଗୀ ଏବେ ବାଲେଶ୍ୱରର ସାଂସଦ ଅଛନ୍ତି । ୨୦୧୯ରେ ବିଜେପିର ରବୀନ୍ଦ୍ର ଜେନାଙ୍କୁ ହରାଇଥିଲେ ପ୍ରତାପ । ଶେଷ ଯାଏଁ କଡା-ଟକ୍କର ହୋଇଥିଲା ।
-ପ୍ରତାପ ଷଡଙ୍ଗୀ ୪ ଲକ୍ଷ ୮୩ ହଜାର ୮୫୮ ଭୋଟ ପାଇଥିଲେ
-ରବୀନ୍ଦ୍ର ଜେନା ୪ ଲକ୍ଷ ୭୦ହଜାର ୯୦୨ ଭୋଟ ପାଇଥିଲେ
ଖାରବେଳ ସ୍ୱାଇଁ ୨୦୧୯ରେ ବାଲେଶ୍ୱର ଲୋକସଭା ଆସନରୁ ଆଶାୟୀ ଥିଲେ ବି ତାଙ୍କୁ କନ୍ଧମାଳ ଟିକେଟ ଦିଆଯାଇନଥିଲା ।
-ଖାରବେଳ ୧୯୯୮, ୧୯୯୯ ଓ ୨୦୦୪ରେ ବାଲେଶ୍ୱରରୁ ଲୋକସଭା ସଦସ୍ୟ ଥିଲେ

ବାଲେଶ୍ୱରରୁ ଲଢିବା ପାଇଁ ଖାରବେଳ ଆଗ୍ରହ ପ୍ରକାଶ କରିବା ନେଇ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳର ସେ ଶୃଙ୍ଖଳିତ ସଦସ୍ୟ । ସେ କେବେ ଟିକେଟ କାହାକୁ ମାଗିନାହାନ୍ତି । ଦଳ ଯାହାକୁ ବି ଟିକେଟ ଦେବ ତାଙ୍କୁ ସେ ସମର୍ଥନ କରିବେ ।

ବିଜେପିର ଫୋକସ ଲୋକସଭା ଆସନରେ ବାଲେଶ୍ୱର ରହିଛି । ଆଉ ଏବେ ଖାରବେଳ ସ୍ୱାଇଁଙ୍କ ପ୍ରାର୍ଥୀପାଇଁ ଇଛାପ୍ରକାଶ ସ୍ଥାନୀୟ ବିଜେପି ରାଜନୀତିକୁ ଉଷ୍ମ କରିଛି ।

The post ବାଲେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କିଏ? ପ୍ରତାପ ଷଡଙ୍ଗୀ ନା ନୂଆ ଚେହେରା ଭରସା first appeared on Kanak News.