ବାଲେଶ୍ୱରରେ କର୍ଫ୍ୟୁ କୋହଳ, ସ୍ଥିତିରେ ଆସୁଛି ସୁଧାର

ବାଲେଶ୍ୱର,୨୦ା୬(ମାନସ ବିଶ୍ୱାଳ): ବାଲେଶ୍ବର ସହରର ଭୁଜାଖିଆପିରସ୍ଥିତ ଏକ ସରକାରୀ ପାଣି ନାଳରେ ନାଲି ରଙ୍ଗପାଣି ପ୍ରବାହ ପ୍ରସଙ୍ଗକୁ ନେଇ ଗତ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ପୋଲିସ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମରୁ ଆପାତତଃ ଏବେ ନିୟନ୍ତ୍ରଣାଧୀନ ରହିଛି। ସହରରେ କର୍ଫ୍ୟୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ଥିବାବେଳେ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ସହରବାସୀ ଅତ୍ୟାବଶ୍ୟକୀୟ ଜିନିଷ ଯଥା ପନିପରିବା, ରାଶନ, କ୍ଷୀର ଓ ଅନ୍ୟାନ୍ୟ ଜିନିଷ କିଣିବାରେ […] The post ବାଲେଶ୍ୱରରେ କର୍ଫ୍ୟୁ କୋହଳ, ସ୍ଥିତିରେ ଆସୁଛି ସୁଧାର appeared first on Dharitri Odia News.

ବାଲେଶ୍ୱରରେ କର୍ଫ୍ୟୁ କୋହଳ, ସ୍ଥିତିରେ ଆସୁଛି ସୁଧାର

ବାଲେଶ୍ୱର,୨୦ା୬(ମାନସ ବିଶ୍ୱାଳ): ବାଲେଶ୍ବର ସହରର ଭୁଜାଖିଆପିରସ୍ଥିତ ଏକ ସରକାରୀ ପାଣି ନାଳରେ ନାଲି ରଙ୍ଗପାଣି ପ୍ରବାହ ପ୍ରସଙ୍ଗକୁ ନେଇ ଗତ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ପୋଲିସ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମରୁ ଆପାତତଃ ଏବେ ନିୟନ୍ତ୍ରଣାଧୀନ ରହିଛି। ସହରରେ କର୍ଫ୍ୟୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ଥିବାବେଳେ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ସହରବାସୀ ଅତ୍ୟାବଶ୍ୟକୀୟ ଜିନିଷ ଯଥା ପନିପରିବା, ରାଶନ, କ୍ଷୀର ଓ ଅନ୍ୟାନ୍ୟ ଜିନିଷ କିଣିବାରେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି। ସ୍କୁଲ କଲେଜ ଆହୁରି ଦୁଇଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଅତ୍ୟବଶ୍ୟକୀୟ ସାମଗ୍ରୀ ପାଇଁ ସହରର କେତେକ ଅଞ୍ଚଳରେ ଦୋକାନ ବଜାର ଖୋଲା କରାଯିବାର ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତ ଦୁଇଦିନ ଭିତରେ କୌଣସି ଗଣ୍ଡଗଳ ହୋଇ ନ ଥିବା ବେଳେ ସନ୍ଧ୍ୟା ଓ ସକାଳ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅତିଷ୍ଠ କରୁଥିବାର ବୁଦ୍ଧିଜୀବୀ ମହଲରେ ଅଲୋଚନା ହେଉଛି।

The post ବାଲେଶ୍ୱରରେ କର୍ଫ୍ୟୁ କୋହଳ, ସ୍ଥିତିରେ ଆସୁଛି ସୁଧାର appeared first on Dharitri Odia News.