ବାସୁଳି ନକଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମହାଦେଇଯୋଡା ଚମ୍ପିଆନ
ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରି ପଞ୍ଚାୟତର କାଜୁ ପଡିଆଠାରେ ମା’ ବାସୁଳି କ୍ରିକେଟ ସଂଘ ତରଫରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି। ମହାଦେଇଯୋଡା ଏକାଦଶ ଏବଂ କରଞ୍ଜିଆ କୋଳିପଶି ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ ଜିଣି ମହାଦେଇଯୋଡା ନିର୍ଦ୍ଧାରିତ ୧୦ ଓଭରରେ ୧୦୫ ରନ ସଂଗ୍ରହ କରିଥିଲା। ଜବାବରେ କୋଳିପଶି ଦଳ ୧୦ ଓଭରରେ ୮ ୱିକେଟ୍ ହରାଇ ୯୦ ରନ ସଂଗ୍ରହ କରିଥିଲା। ଉଦଯାପନ ଉତ୍ସବରେ ମୁଖ୍ୟଅତିଥି […]

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରି ପଞ୍ଚାୟତର କାଜୁ ପଡିଆଠାରେ ମା’ ବାସୁଳି କ୍ରିକେଟ ସଂଘ ତରଫରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି। ମହାଦେଇଯୋଡା ଏକାଦଶ ଏବଂ କରଞ୍ଜିଆ କୋଳିପଶି ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ ଜିଣି ମହାଦେଇଯୋଡା ନିର୍ଦ୍ଧାରିତ ୧୦ ଓଭରରେ ୧୦୫ ରନ ସଂଗ୍ରହ କରିଥିଲା। ଜବାବରେ କୋଳିପଶି ଦଳ ୧୦ ଓଭରରେ ୮ ୱିକେଟ୍ ହରାଇ ୯୦ ରନ ସଂଗ୍ରହ କରିଥିଲା। ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଭାମାମଣି ଦାସ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କମଳାକାନ୍ତ ଦାଶ, ସାଂସଦ ପ୍ରତିନିଧି ସଞ୍ଜୟ କୁମାର ପଲେଇ, ମୋହନ ଚରଣ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ। ବିଜୟୀ ଦଳକୁ ୨୦ ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।