ବାସ୍ତୁ ଅନୁସାରେ ପାଇଖାନା କେଉଁଠି ହେବା ଦରକାର ?

କେଉଁ ଦିଗରେ ପାଇଖାନା କଲେ ସମସ୍ୟା ଦେଖା ଦେଇଥାଏ?

ବାସ୍ତୁ ଅନୁସାରେ ପାଇଖାନା କେଉଁଠି ହେବା ଦରକାର ?

ଆଜିକାଲି ସହର ହେଉ ଅବା ଗାଁ, ସମସ୍ତେ ଘର ଭିତରେ ପାଇଖାନା କରୁଛନ୍ତି। ତେବେ ପାଇଖାନାକୁ ଯେଉଁଠି ମନ ସେଠି କଲେ ସମସ୍ୟା ଉପୁଜିପାରେ। ବାସ୍ତୁ ଅନୁସାରେ ପାଇଖାନକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କରାଯିବା ଉଚିତ୍। ନହେଲେ ଏହାର କୁପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡ଼ିପାରେ। ତା’ହେଲେ କେଉଁଠି କରିବେ ପାଇଖାନା? ସେ ନେଇ କିଛି ଟିପ୍ସ ଦେଇଛନ୍ତି ବାସ୍ତୁବିଦ୍ ଡକ୍ଟର ମନୋଜ
ଲେଙ୍କା। ସେଗୁଡ଼ିକୁ ପଢ଼ି ନିଅନ୍ତୁ-

  1. ଗୃହର ଉତ୍ତର-ପଶ୍ଚିମ ବାୟୁ କୋଣର ପଶ୍ଚିମରେ ୨୭୦ଡିଗ୍ରୀ ପରେ ୩୩୦ ଡିଗ୍ରୀ ମଧ୍ୟରେ ପାଇଖାନା କଲେ ଶୁଭ ହୋଇଥାଏ।
  2. ପାଇଖାନ ସଦାସର୍ବଦା ପଶ୍ଚିମରେ ହେବା ଉଚିତ।
  3. ମଳ ତ୍ୟାଗ କଲାବେଳେ ସଦାସର୍ବଦା ଉତ୍ତର ମୁଖା କିମ୍ବା ଦକ୍ଷିଣ ମୁଖା ହେବା ଉଚିତ।
  4. ଘରର ଐଶାନ୍ୟ କୋଣ, ପୂର୍ବ ଅଗ୍ନି କୋଣରେ ପାଇଖାନା ଥିଲେ ମାରାତ୍ମକ ରୋଗ ହେବାର ସମ୍ଭାବନା ଥାଏ।
  5. ବ୍ରହ୍ମ ସ୍ଥାନରେ ପାଇଖାନା ରହିଲେ ମହିଲାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।
  6. ଅଗ୍ନିକୋଣରେ ପାଇଖାନା ରହିଲେ ଚାକିରି ଓ ବ୍ୟବସାୟ- ସବୁ କ୍ଷେତ୍ରରେ ସମସ୍ୟା ଉପୁଜେ।
  7. ଘରର ଉତ୍ତର ଦିଗରେ ପାଇଖାନା ରହିଲେ ସାମାଜିକ ପ୍ରତିଷ୍ଠା ନଷ୍ଟ ହୋଇଥାଏ।
  8. ଦକ୍ଷିଣ-ପଶ୍ଚିମ ଦିଗରେ ପାଇଖାନା ରହିଲେ ଗୃହ କର୍ତ୍ତାଙ୍କର ସ୍ୱାସ୍ଥ୍ୟହାନୀ ହୋଇଥାଏ।